ETV Bharat / state

ଚନ୍ଦ୍ରମା ଆପାର୍ଟମେଣ୍ଟର ଗୁଳିକାଣ୍ଡ ଘଟଣା, ବିଧାୟକ ରମେଶ ଜେନା କୋର୍ଟରେ ହାଜର

author img

By ETV Bharat Odisha Team

Published : Feb 23, 2024, 11:27 AM IST

Updated : Feb 23, 2024, 5:56 PM IST

Chandrama Apartment Firing Case: ଚନ୍ଦ୍ରମା ଆପାର୍ଟମେଣ୍ଟର ଗୁଳିକାଣ୍ଡ ଘଟଣାରେ କୋର୍ଟରେ ହାଜର ହେଲେ ବିଧାୟକ ରମେଶ ଜେନା । ଅଧିକ ପଢନ୍ତୁ

ବିଧାୟକ ରମେଶ ଜେନା କୋର୍ଟରେ ହାଜର
ବିଧାୟକ ରମେଶ ଜେନା କୋର୍ଟରେ ହାଜର
ବିଧାୟକ ରମେଶ ଜେନା କୋର୍ଟରେ ହାଜର

ଭୁବନେଶ୍ବର: ବହୁଚର୍ଚ୍ଚିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣା । ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ଗଞ୍ଜାମ ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଏହି ମାମଲାରେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଚାଲିଛି । ଏଥିପାଇଁ ବିଧାୟକ ଆଜି କୋର୍ଟରେ ହାଜର ହୋଇଛନ୍ତି । ଏହି ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଅଛନ୍ତି ବିଧାୟକ ରମେଶ ଜେନା ସହ ତାଙ୍କର କିଛି ସହଯୋଗୀ । ଏହି ମାମଲାରେ ସେ ଗତ ୮ ଫେବୃଆରୀ ୨୦୧୧ରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଗଡରୋଡଙ୍ଗରୁ ଗିରଫ ହୋଇଥିଲେ ।

ଗତକାଲି(ଗୁରୁବାର) ଏହି ଘଟଣାର ତଦନ୍ତକାରୀ ଅଧିକାରୀ ତଥା ଖାରବେଳ ନଗର ଥାନାର ତତ୍କାଳୀନ ଇନ୍ସପେକ୍ଟର ସତ୍ୟଜିତ ମିଶ୍ରଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ଏଥିସହ ପୁନର୍ବାର ଏହି ମାମଲାରେ ଆଜି ସ୍ବତନ୍ତ୍ର କୋର୍ଟରେ ହାଜର ହେବା ପାଇଁ ବିଧାୟକଙ୍କୁ ନୋଟିସ ହୋଇଥିଲା । ନିର୍ଦ୍ଦେଶ କ୍ରମେ ବିଧାୟକଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ହାଜର ହୋଇଛନ୍ତି ।

ଏନେଇ ବିଧାୟକ ରମେଶ ଜେନା କହିଛନ୍ତି, "କୋର୍ଟରେ ବିଚାର ଚାଲିଛି ସେ ଉପରେ ଆମେ ବୟାନ ଦେବା ଠିକ ହେବନି । କୋର୍ଟଙ୍କ ନିର୍ଦେଶ କ୍ରମେ ପ୍ରତ୍ୟକ ତାରିଖରେ ଆମେ କୋର୍ଟରେ ପହଚୁଁଛୁ । କୋର୍ଟକୁ ସମ୍ମାନ ଦେଇ ସାକ୍ଷୀ ଚାଲିଥିଲା ସାକ୍ଷୀ ଅଧାରେ ଅଛି ତାରିଖ ଆଗକୁ ଅଛି ଯାହା ଆଗକୁ ଫଇସଲା ହେବ । ସେପଟେ ନିର୍ବାଚନ ମଣ୍ଡଳି କାମ ଚାଲିଛି ଏପଟେ ତାରିଖ ଚାଲିଛି ଲୋକଙ୍କ ସମର୍ଥନ ରହିଛି ।"

ସେପଟେ ଏହାକୁ ନେଇ ବିଧାୟକଙ୍କ ଓକିଲ ସୁବଳ କିଶୋର ପରିଡା କହିଛନ୍ତି, "ଏହି କେସ ପୋଲିସ ଦ୍ବାରା ପ୍ଲାଣ୍ଟ କରାଯାଇଥିଲା । ବିଧାୟକଙ୍କ ରାଜନୈତିକ କ୍ୟାରିୟର ଧ୍ବସ କରିବା ପାଇ ପୋଲିସ ଅଧିକାରିଙ୍କ ନେତୂତ୍ବରେ କେସ କରାଯାଇଛି। ସେହି କେସର ଆଜି ସାକ୍ଷି ପ୍ରମାଣ ସଗ୍ରହ ର ୫ମ ଦିନ ଥିଲା ।ପରବର୍ତ୍ତି ସାକ୍ଷ୍ୟ ଗ୍ରହଣ ଓ ସାମ୍ନା ସାମ୍ନି ଜେରା ପାଇ ଆସନ୍ତା ମାର୍ଚ୍ଚ ୧୬ ତାରିଖକୁ ରଖାଯାଇଛି ।"

କ'ଣ ଥିଲା ପୁରା ଘଟଣା:

ସରକାରୀ ଓକିଲଙ୍କ ସୂଚନା ଅନୁସାରେ, ତତ୍କାଳୀନ ଇନ୍ସପେକ୍ଟର ସତ୍ୟଜିତ ମିଶ୍ରଙ୍କୁ ଗତ ୧.୨.୨୦୧୧ରେ ଏକ ଖବର ମିଳିଥିଲା । ଜଣେ ମହିଳା ଟେଲିଫୋନ ଯୋଗେ କହିଥିଲେ ଯେ ୯ରୁ ଜଣ ୧୦ ଗୁଣ୍ଡା ମାଉଜର ଧରି ଏକ ଆପାର୍ଟମେଣ୍ଟରେ ରହିଛନ୍ତି । ଖୁବ୍ ଭୟଭୀତ ସ୍ବରରେ ମହିଳା ଜଣକ ଏତିକି କହି ଫୋନ କାଟି ଦେଇଥିଲେ । ଏହାପରେ ଫ୍ଲାଟ A ବ୍ଲକରେ 4/7ରେ ପହଞ୍ଚିଥିଲା ପୋଲିସ‌ । ଏ ସମ୍ପର୍କରେ ତତ୍କାଳୀନ ଡିସିପି ହିମାଂଶୁ ଲାଲଙ୍କୁ ଅବଗତ କରାଇଥିଲେ ତତ୍କାଳୀନ ଇନସ୍ପେକ୍ଟର । ପରେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ସ୍କ୍ବାଡର ଇନସ୍ପେକ୍ଟର ଅନୁପ କାନୁନ ମଧ୍ୟ ଏକ ଟିମ ସହ ସିଭିଲରେ ଓ ଥାନାର ଷ୍ଟାଫ ୟୁନିଫର୍ମରେ ସେଠାକୁ ଯାଇଥିଲେ ।

ଅପରାଧୀମାନେ ବନ୍ଧୁକ ଓ ମାରଣାସ୍ତ୍ର ଧରିଥିବା ସନ୍ଦେହରେ ସେଠାରେ ପୋଲିସ ଛାଉଣୀ କରାଯାଇଥିଲା । ଏହାପରେ ପୋଲିସକୁ ଦେଖି ଏକ ଫାୟାରିଂ ହୋଇଥିଲା । ସଙ୍ଗେ ସଙ୍ଗେ ଆହୁରି ପୋଲିସ ଫୋର୍ସ ଅଣାଯାଇଥିଲା । ମାଇକ ଯୋଗେ ଆପାର୍ଟମେଣ୍ଟରେ ଥିବା ଲୋକଙ୍କୁ ମାଇକ ଯୋଗେ ସୂଚନା ଦିଆଯାଇଥିଲା । ଏହି ସମୟରେ କିଛି ଲୋକ ଆପାର୍ଟମେଣ୍ଟରୁ ତଳୁ ଓହ୍ଲାଇଥିଲେ ଏବଂ ସେମାନେ କହିଥିଲେ ଯେ, ସେଠାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ରହୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡକୁ ୧୩ ବର୍ଷ, ଚର୍ଚ୍ଚାରେ ଆଜିର ଦିନ ଓ ଓଡିଶା ରାଜନୀତି

ଏହାପରେ ପୋଲିସ ଆଉ କାଉଣ୍ଟର ଫାୟାରିଂ ନକରି ଧିରେ ଧିରେ ଡାକ ବାଜି ଯୋଗେ ସେମାନଙ୍କୁ ପୋଲିସକୁ ସହଯୋଗ ପାଇଁ କହିଥିଲେ । ପରେ ସେଠାରୁ ପୋଲିସ ହଟିଥିଲେ । କିନ୍ତୁ ପୋଲିସ ଏକ ୨୩/୧୧ରେ କେସ କରି ୮ରୁ ୯ଜଣଙ୍କ ନାଁରେ ଆର୍ମ୍ସ ଆକ୍ଟରେ‌ କେସ୍ କରିଥିଲା । ପରେ ସେହି ଘଟଣାରେ ୮ରୁ ୯ ଜଣଙ୍କୁ ଗିରଫ କରାଯାଇଥିଲା । ସେହି ବର୍ଷ ଫେବୃଆରୀ ୮ ତାରିଖରେ ଏହି ଗୁଳିକାଣ୍ଡରେ ସମ୍ପୃକ୍ତି ନେଇ ବ୍ରହ୍ମଗିରିରୁ ବିଧାୟକ ସାନଖେମୁଣ୍ଡି ରମେଶ ଜେନାଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣା ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେହି ସମୟରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରାଯାଇଥିଲା । ସେବେଠୁ ଏହି ଗୁଳିକାଣ୍ଡ ଘଟଣାକୁ ନେଇ ଆଇନଗତ ବିଚାର କୋର୍ଟରେ ଚାଲୁରହିଛି ।

ଇତିମଧ୍ୟରେ ୨୦ରୁ ୨୨ ଜଣ ସାକ୍ଷୀ ପୋଲିସ ରେକର୍ଡରେ ରହିଛି । ତେବେ ବିଧାୟକ ହାଜର ହେବା ପରେ ଖୁବଶୀଘ୍ର ଏହି ଘଟଣାର ବିଚାର ପ୍ରକ୍ରିୟା ଶେଷ ହେବ ବୋଲି ଅନୁମାନ କରାଯାଉଛି । ଆଗକୁ ନିର୍ବାଚନ ଥିବାବେଳେ ଏଭଳି ବିଧାୟକଙ୍କ କୋର୍ଟରେ ହାଜର ହେବା ଓ ବିଚାର‌ ପ୍ରକ୍ରିୟା ତ୍ବରାନ୍ବିତ ହେବା ରାଜ୍ୟ ରାଜନୀତିରେ ଏକ ପ୍ରକାର ଚର୍ଚ୍ଚା ସୃଷ୍ଟି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 23, 2024, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.