ETV Bharat / state

ମା’ ଶାରଳାଙ୍କ ପୀଠରେ ଜମୁଛି ଚନ୍ଦନ ଯାତ୍ରା - Chandan Yatra 2024

author img

By ETV Bharat Odisha Team

Published : May 22, 2024, 12:12 PM IST

Chandan Yatra at Maa Sarala temple: ପ୍ରଥମ ଦିନରେ ଏକ ଘେରା, ଦ୍ୱିତୀୟ ଦିନରେ ଦୁଇ ଘେରା, ତୃତୀୟ ଦିନରେ ତିନି ଘେର କରି ଶେଷ ପର୍ଯ୍ୟନ୍ତ ଦେବୀଙ୍କୁ ନୌକା ବିହାର କରାଯାଇଥାଏ । ଚନ୍ଦନ ପୁଷ୍କରିଣୀରେ ପରିକ୍ରମା କରିବା ପରେ ପୁଷ୍କରିଣୀ ମଝିରେ ଥିବା ଚନ୍ଦନ କୁଣ୍ଡରେ ମାଙ୍କୁ ରଖାଯାଇ ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି ।

Chandan Yatra
Chandan Yatra (ETV Bharat Odisha)

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମାଆ ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଚାଲିଛି । ପ୍ରବଳ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇଁ ମାଆଙ୍କୁ ଚନ୍ଦନ କୁଣ୍ଡରେ ରଖାଯାଇ ପୂଜାର୍ଚ୍ଚନା କରାଯିବାର ବିଧି ରହିଆସିଛି । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଏହି ଚନ୍ଦନ ଯାତ୍ରା 21 ଦିନ ପ୍ରର୍ଯ୍ୟନ୍ତ ଚାଲିବ । ପ୍ରତେକ ଦିନ ନିତ୍ୟ ନୀତି ସମ୍ପାଦନ ହେବାପରେ ମାଆଙ୍କ ଚଳନ୍ତି ବିଗ୍ରହ ଶୂଳିଦୁର୍ଗାଙ୍କୁ ଏକ ସୁସଜ୍ଜିତ ବିମାନରେ ଆରୋହଣ କରାଯାଇ ଚନ୍ଦନ ପୁଷ୍କରିଣୀକୁ ନିଆଯାଇଥାଏ । ପୁଷ୍କରିଣୀରେ ମାଆଙ୍କ ଚଳନ୍ତି ବିଗ୍ରହକୁ ନୌକା ବିହାର କରାଯାଇଥାଏ ।

ଏହାମଧ୍ୟ ପଢନ୍ତୁ.. ଶାରଳା ମନ୍ଦିର ସେବାୟତଙ୍କୁ ଚେତାବନୀ, ବିଶୃଙ୍ଖଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ - Notification For Maa Sarala Temple

ଏହି ନୀତି ଅନୁଯାୟୀ ପ୍ରଥମ ଦିନରେ ଏକ ଘେରା, ଦ୍ୱିତୀୟ ଦିନରେ ଦୁଇ ଘେରା, ତୃତୀୟ ଦିନରେ ତିନି ଘେର କରି ଶେଷ ପର୍ଯ୍ୟନ୍ତ ଦେବୀଙ୍କୁ ନୌକା ବିହାର କରାଯାଇଥାଏ । ଚନ୍ଦନ ପୁଷ୍କରିଣୀରେ ପରିକ୍ରମା କରିବା ପରେ ପୁଷ୍କରିଣୀ ମଝିରେ ଥିବା ଚନ୍ଦନ କୁଣ୍ଡରେ ମାଙ୍କୁ ରଖାଯାଇ ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି । ସେହିପରି ରାତ୍ରି ଚାପ ମଧ୍ୟ ଅନୁଷ୍ଠିତ ହୋଇଥାଏ । ମନ୍ଦିରରେ ସମସ୍ତ ନୀତିକାନ୍ତି ସମାପନ ପରେ ଚନ୍ଦନ ପୁଷ୍କରିଣୀରେ ରାତି ଚାପ ଅନୁଷ୍ଠିତ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ.. ଆସନ୍ତା 1 ବର୍ଷ ମଧ୍ୟରେ କ'ଣ ହେବ ରାଜ୍ୟ ଓ ଦେଶର ସ୍ଥିତି ? କ'ଣ କହୁଛନ୍ତି ପାଞ୍ଜିକାର - New Panjika

ନୀତିକାନ୍ତି ସମାପନ ପରେ ଦୀପଦାଣ୍ଡି ବିରାଜିତ ଚଳନ୍ତି ପ୍ରତିମାଙ୍କ ନିକଟରେ ଆଳତୀ କରିଥାନ୍ତି । ଏହାପରେ ଦେବୀ ନୌକା ବିହାର କରିଥାନ୍ତି । ଉତ୍କଳୀୟ ପରମ୍ପରା ଅନୁଯାୟୀ ବୈଷ୍ଣବ ସମ୍ପ୍ରଦାୟର ପୀଠମାନଙ୍କରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଶକ୍ତି ପୀଠରେ ଚନ୍ଦନ ଯାତ୍ରା ଶାରଳାଙ୍କ ପୀଠକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଶାକ୍ତ, ବୈଷ୍ଣବ ଓ ସୌର ଧର୍ମର ପ୍ରତୀକ ହେଉଛନ୍ତି ମାଆ ଶାରଳା । ପ୍ରତ୍ୟେକ ଦିନ ପ୍ରଭାତରେ ଦେବୀଙ୍କୁ ମାର୍ଯ୍ୟନ କରାଯିବା ପରେ ମହା ପ୍ରସାଦ ଅର୍ପଣ କରାଯାଇଥାଏ ସେହିପରି ପ୍ରତ୍ୟେକ ଏକାଦଶୀ ତିଥିରେ ମାଙ୍କୁ ଶ୍ରୀ ଜଗନ୍ନାଥଙ୍କ ବେଶରେ ସଜିତ କରାଯାଇଥାଏ । ଏହା ଏହି ପୀଠର ଏକ ଅନନ୍ୟ ପରିଚୟ ପ୍ରଦାନ କରିଥାଏ ।

ଏହାମଧ୍ୟ ପଢନ୍ତୁ.. ମା' ଶାରଳାଙ୍କ ପୀଠରେ ଝାମୁଯାତ୍ରା, ଜମିଲା ଭକ୍ତଙ୍କ ଭିଡ - Jhamu Jatra

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.