ETV Bharat / state

ପରୁଆମାଳି ଗୁମ୍ଫାରେ ଚନ୍ଦନ ଯାତ୍ରା ଓ ଲିଆଖିଆ ପର୍ବ ଆରମ୍ଭ - Chandan yatra in Paruamali cave

author img

By ETV Bharat Odisha Team

Published : May 30, 2024, 7:34 AM IST

Paruamali Chandan yatra: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅଞ୍ଚଳର ଥିବା ବିଭିନ୍ନ ପାହାଡ଼ରେ ବଡ ବଡ ଗୁମ୍ଫା ରହିଛି । ସ୍ଥାନୀୟ ଅଧିବାସୀ ଉକ୍ତ ଗୁମ୍ଫାରେ ଥିବା ଦେବାଦେବୀଙ୍କୁ ନିଜର ଇଷ୍ଟଦେବୀ ଓ ଐତିହ୍ୟ ସଂସ୍କୃତିକୁ ଜଡ଼ିତ କରି ପୂଜା କରନ୍ତି। ଅଧିକ ପଢ଼ନ୍ତୁ,

Paruamali Chandan yatra
Paruamali Chandan yatra (ETV Bharat Odisha)

କୋରାପୁଟ: ପରୁଆମାଳି ପାହାଡ଼ରେ ଅନୁଷ୍ଠିତ ହୋଇଯାଇଛି ପରୁଆମାଳି ଚନ୍ଦନ ଯାତ୍ରା । କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ଦୁଇ ପଞ୍ଚାୟତ କସନ୍ଦୀ (ଡ଼ାରେଙ୍ଗବା) ଓ ଖେମୁଣ୍ଡୁଗୁଡା ସୀମାରେ ରହିଛି ଏହି ପରୁଆମାଳି ପାହାଡ଼। ସେଠାରେ ଅଛି ଏକ ବିରାଟ ଗୁମ୍ଫା । ସ୍ଥାନୀୟ ଲୋକେ ନିଜର ଚାଷବାସ, ସନ୍ତାନ ସନ୍ତନ୍ତି, ବ୍ୟାପାର ବଣିଜ, ଜଙ୍ଗଲ ଜମି, ଗୃହ ପାଳିତ ପଶୁ, ରୋଗ ବ୍ୟାଧି ଓ ଧନ ଜୀବନ ରକ୍ଷା ନିମିତ୍ତ ଏଠାରେ ମାନସିକ କରି ପୂଜା କରିଥାନ୍ତି। ଦିନରେ ଗୁମ୍ଫାରେ ଚନ୍ଦନ ଯାତ୍ରା ହେଉଥିବା ବେଳେ ରାତିରେ ଗ୍ରାମରେ ଲିଆଖାଇ ପର୍ବ ଅନୁଷ୍ଠିତ ହେଉଛି । ଖେମୁଣ୍ଡୁଗୁଡା ଗ୍ରାମରେ ଚଇତି ପରବ ପାଳନ ସମୟରେ ବେଣ୍ଟରେ ଶିକାର ହୋଇଥିବା ଜୀବଜନ୍ତୁଙ୍କ ଶ୍ରାଦ୍ଧ ସ୍ୱରୂପ ଲିଆଖାଇ ପର୍ବ ଅନୁଷ୍ଠିତ ହୋଇଥାଏ ।

ଲୋକକଥା ଅନୁଯାୟୀ, ଉଜ୍ଜୟିନୀର ରାଜା ଏଠାରେ ରହି ପାରୁଆ ମାଲିଙ୍କୁ ପୂଜାର୍ଚ୍ଚନା କରି ନନ୍ଦପୁର ଠାରେ ବତ୍ରୀଶ ସିଂହାସନ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ନନ୍ଦପୁରରୁ ଜୟପୁରକୁ ରାଜଧାନୀ ସ୍ଥାନାନ୍ତର ହେବା ଦ୍ୱାରା ତତ୍କାଳୀନ ରାଜା କନ୍ଧ ଓ ସୀସା ସମ୍ପ୍ରଦାୟର ଲୋକଙ୍କ ହାତରେ ପୂଜାର ଭାର ହସ୍ତାନ୍ତର କରିଦେଇଥିଲେ । ତେବେ କୌଣସି ଏକ କାରଣରୁ ଅନେକ ବର୍ଷ ଧରି ଏହି ପୂଜା ଓ ଯାତ୍ରା ବନ୍ଦ ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ପୁଣିଥରେ ଗତ ତିରିଶ ବର୍ଷ ହେବ ଏହି ଯାତ୍ରା ଆରମ୍ଭ ହୋଇଥିବା ଯୋଗୁଁ କୋରାପୁଟ ଜିଲ୍ଲା ସମେତ ଓଡିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଅଞ୍ଚଳର ବହୁ ଭକ୍ତ ପୁଣିଥରେ ଆସିବା ଆରମ୍ଭ କରିଛନ୍ତି ।

ଏହିଦିନ ଗ୍ରାମର ସମସ୍ତ ବନ୍ଧୁ ପରିଜନ ଏକାଠି ହୋଇ ନୂଆ ବସ୍ତ୍ର ପରିଧାନ କରି ନିଜ ନିଜ ଘରୁ ଶ୍ରାଦ୍ଧ ନିମିତ୍ତ ଲିଆ ଓ ବିଭିନ୍ନ ଭୋଗ ଧରି ନିଶାନୀ ମୁଣ୍ଡାରେ ଏକତ୍ରିତ ହୁଅନ୍ତି । ଗ୍ରାମ ନାଚ ଗୀତରେ ଉତ୍ସବ ମୁଖର ହୋଇ ଅର୍ଧରାତ୍ରରେ ଗ୍ରାମ ଦିଷାରି ଉଗ୍ରସେନ ପମିଆ ଓ ରଞ୍ଜିତ ଖେମୁଣ୍ଡୁ ଶ୍ରାଦ୍ଧ ବିଧି ପୂଜା ସାରି ଏକତ୍ରିତ ଲିଆକୁ ପ୍ରସାଦ ଆକାରରେ ବଣ୍ଟନ କରିଥାନ୍ତି । ଯାହାକୁ ଗ୍ରାମବାସି ଦୂର ଦୁରାନ୍ତରେ ଥିବା ପରିଜନଙ୍କୁ ମଧ୍ୟ ପଠାଇ ଥାଆନ୍ତି।

ଏହା ମଧ୍ୟ ପଢ଼ନ୍ତୁ.. ବୁଦ୍ଧ ମୂର୍ତ୍ତିକୁ ଭୈରବ ଭାବି ପୂଜା କରୁଥିଲେ ଗାଁ ଲୋକେ... ଆଉ ତା ପରେ - Jain Idol Worshipped As Buddha

ଆଗରୁ ଏହି ଗୁମ୍ଫାରେ ବହୁଳ ପାରା ରହୁଥିବା ସ୍ଥାନୀୟ ଲୋକେ କହନ୍ତି। ଫଳତଃ ଏହି ପାହାଡ ଓ ଗୁମ୍ଫାର ନାମ ପରୁଆମାଳି ରଖାଯାଇଥିବା କୁହାଯାଏ। ଗୁମ୍ଫା ଭିତରେ ବିଷ୍ଣୁ ପ୍ରତିମା ପୂଜା ପାଆନ୍ତି। ଦୁଇ ପଞ୍ଚାୟତର ଦୁଇ ଗ୍ରାମ ଡ଼ାରେଙ୍ଗବା ଓ ଖେମୁଣ୍ଡୁଗୁଡାବାସୀଙ୍କ ଦେଖାରେଖାରେ ଏହି ଗୁମ୍ଫା ରହିଛି। ଡ଼ାରେଙ୍ଗବା ଗ୍ରାମବାସୀ ଗୁମ୍ଫାର ଜଗୁଆଳି ସାଜିଥିବା ବେଳେ ଖେମୁଣ୍ଡୁଗୁଡ଼ାର ପୂର୍ବତନ ବିଧାୟକ (ପଟାଙ୍ଗି) ଭଗବାନ ଖେମୁଣ୍ଡୁଙ୍କ ପରିବାର ଏହାର ପୂଜକ। ବାହାରକୁ ଛୋଟ ଦ୍ଵାର କିନ୍ତୁ ଭିତର ତିନିଥାକିଆ ପାହାଡ଼ର ଛାତ ସହ ଏକ କାଳୀନ ୨ରୁ ୩ ହଜାର ଲୋକଙ୍କୁ ନିଜ ବକ୍ଷରେ ଧାରଣ କରିବାର କ୍ଷମତା ରଖିଛି ଏହି ଗୁମ୍ଫା।

ପର୍ବତ ଶିଖରରେ ଗୁମ୍ଫାର ଛୋଟ ମୁହଁ ଭିତର ଦେଇ ପ୍ରବେଶ କଲାପରେ ଗୁମ୍ଫା ଭିତରେ ଥିବା ବିଶାଳ ସ୍ଥାନକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଉଠିବ । ତେବେ ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ଏପର୍ଯ୍ୟନ୍ତ ପଡିନଥିବା ଯୋଗୁଁ ଏହି ଗୁମ୍ଫାଟି ପର୍ଯ୍ୟଟକଙ୍କ ଅଗୋଚରରେ ରହିଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସଠିକ ରୂପେ ପ୍ରଚାର ପ୍ରସାର କରିବା ସହିତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ପାରିଲେ କୋରାପୁଟ ଜିଲ୍ଲାରୁ ଆରାକୁ ନିକଟର ବୋରା ଗୁମ୍ଫା ଦେଖିବା ପାଇଁ ଚାଲିଯାଉଥିବା ପର୍ଯ୍ୟଟକ ଏହିଠାରେ ଦଣ୍ଡେ ଅଟକିଯାନ୍ତେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏହାର ବିକାଶ କରିବାକୁ ସରକାରଙ୍କ ଦୃଷ୍ଟି ପଡୁ ବୋଲି ଖେମୁଣ୍ଡୁ ଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଡମ୍ବୁରୁ ଧର ଭଣ୍ଡା, ସମିତି ସଭ୍ୟ ଗୁପ୍ତ ଭଣ୍ଡା ପ୍ରମୁଖ ଦାବି କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.