ETV Bharat / state

ନରେନ୍ଦ୍ର ପୋଖରୀ ଅଘଟଣ: SCB ସ୍ଥାନାନ୍ତର ହେଲେ ଗୁରୁତର, ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - Firecracker Mishap in Chandan Yatra

author img

By ETV Bharat Odisha Team

Published : May 30, 2024, 7:43 AM IST

Updated : May 30, 2024, 9:55 AM IST

Firecracker Mishap During Chandan Yatra In Puri: ନରେନ୍ଦ୍ର ପୋଖରୀ ଅଘଟଣରେ 20ରୁ ଅଧିକ ଆହତ । କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ରେଫର ହେଲେ ଗୁରୁତର । ମୁଖ୍ୟମନ୍ତ୍ରୀଙ୍କ ଦୁଖଃ ପ୍ରକାଶ । ‘ଏସସିବି’ରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ନରେନ୍ଦ୍ର ପୋଖରୀ ଅଘଟଣ: ଗୁରୁତର SCBକୁ ସ୍ଥାନାନ୍ତର, ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ନରେନ୍ଦ୍ର ପୋଖରୀ ଅଘଟଣ: ଗୁରୁତର SCBକୁ ସ୍ଥାନାନ୍ତର, ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ (ETV Bharat Odisha)

ପୁରୀ: ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀ ଦେବୀ ଘାଟରେ ବାଣ ବିସ୍ଫୋରଣ ଘଟଣାରେ ଗୁରୁତରଙ୍କୁ କଟକ ବଡ ମେଡିକାଲ (ଏସସିବି) ସମେତ ଭୁବନେଶ୍ବରର କିଛି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ରାଜଧାନୀର ‘ଏମ୍ସ’ ସମେତ କଟକ ସ୍ଥିତ ଅଶ୍ବିନୀ ହସ୍ପିଟାଲରେ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଛି । ଆଜି (ଗୁରୁବାର) ଭୋରୁ କିଛି ଗୁରୁତର ଏସସିବିରେ ଭର୍ତ୍ତି ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଧ୍ୟ ‘ଏସସିବି’ରେ ପହଞ୍ଚି ସେମାନଙ୍କ ଚିକିତ୍ସା ସମ୍ପର୍କିତ ବ୍ୟବସ୍ଥାର ପ୍ରତ୍ୟେକ୍ଷ ତଦାରଖ କରିଛନ୍ତି । କଟକ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ‘ଏସସିବି’ରେ ପହଞ୍ଚି ଆହତଙ୍କ ଚିକିତ୍ସା ତଦାରଖ କରିଛନ୍ତି । ଆହତଙ୍କ ସଂଖ୍ୟା 20ରୁ ଅଧିକ କୁହାଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ଏକାଧିକ ଗୁରୁତର ମଧ୍ୟ ରହିଛନ୍ତି ।

ଗୁରୁତର SCBକୁ ସ୍ଥାନାନ୍ତର, ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ (ETV Bharat Odisha)

କଟକ ଓ ଭୁବନେଶ୍ବର କରାଯାଉଛି ରେଫର:-

ତେବେ ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ କଟକ ‘ଏସସିବି’ 4 ଗୁରୁତର, ସମ ହସ୍ପିଟାଲରେ ଦୁଇଜଣ, ସମ-ଅଲଟିମେଟରେ 3ଜଣ, ‘ଏମ୍ସ’ରେ ଜଣେ ଓ ହାଇଟେକ ହସ୍ପିଟାଲରେ ଜଣେ ଗୁରୁତର ଭର୍ତ୍ତି ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ପୁରୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ‘ଏସସିବି’ରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଉକ୍ତ ଟିମରେ ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ଡା.ବିଭୁତି ଭୂଷଣ ନାୟକଙ୍କ ନେତୃତ୍ୱରେ ଅନ୍ୟାନ୍ୟ ଡାକ୍ତର ନିୟୋଜିତ ରହିଛନ୍ତି । ଏହାଛଡ଼ା କଟକ ଅଶ୍ୱିନୀରେ 5ଟି ଆଇସିୟୁ ବେଡ଼ ଓ ଏସସିବିରେ 15ଟି ଆଇସିୟୁ ବେଡ଼ ପ୍ରସ୍ତୁତ ରଖାଯାଇଛି । କେତେସଂଖ୍ୟକ ଗୁରୁତର ପୁରୀରୁ ରେଫେର ହେବେ ସେହି ଆଧାରରେ ବ୍ୟବସ୍ଥା ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ‘ଏସସିବି’ରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଏସସିବି ପ୍ରଶାସନିକ ଅଧିକାରୀ ଡ଼ା.ଅବିନାଶ ରାଉତ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାବେଳେ ବାଣ ବିସ୍ଫୋରଣ, ୨୦ରୁ ଅଧିକ ଆହତ - Firecracker Explosion

ଦୁଖଃ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ:-

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଘଟଣରେ ଦୁଖଃ ପ୍ରକାଶ କରିବା ସହ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘‘ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ଅଘଟଣ ବିଷୟରେ ଜାଣି ଦୁଃଖିତ। ଆହତମାନଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ସହ ବ୍ୟବସ୍ଥାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ଆଶୁଆରୋଗ୍ୟ କାମନା କରୁଛି।’’

ଇଟିଭି ଭାରତ, ପୁରୀ

Last Updated : May 30, 2024, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.