ETV Bharat / state

ଅନ୍ତରୀଣ ବଜେଟ; ରେଳବାଇ ପାଇଁ ଓଡିଶାକୁ ମିଳିଲା 10536 କୋଟି - ଅନ୍ତରୀଣ ବଜେଟ 2024

Railway Budget Odisha: ରେଳମନ୍ତ୍ରୀ କହିଛନ୍ତି ବିଗତ ୩ ବର୍ଷ ହେଲାଣି ବାର୍ଷିକ ହାରାହାରି ୧୦ ହଜାର କୋଟି ଅନୁଦାନ ରାଜ୍ୟକୁ ମିଳୁଛି । ନୂଆ ପ୍ରକଳ୍ପ ପାଇଁ ପ୍ରାୟ ୫୨ ହଜାର କୋଟି ନିବେଶ ହେବ ଓଡିଶାରେ । ଓଡ଼ିଶାରେ ୧୦୦% ବିଦ୍ୟୁତକରଣ କାର୍ଯ୍ୟ ଶେଷ ହୋଇଛି । ରାଜ୍ୟରେ ବାର୍ଷିକ ୪୭୩ କିଲୋମିଟର ରେଳ ଲାଇନ ହେଉଛି । ରାଜ୍ୟ ସରକାର ଜମି ଅଧିଗ୍ରହଣ ତ୍ବରାନ୍ବିତ କଲେ କାମ ଶୀଘ୍ର ହେବ। ଅଧିକ ପଢନ୍ତୁ

ଅନ୍ତରୀଣ ବଜେଟ; ରେଳବାଇ  ପାଇଁ ମିଳିଲା ୦୫୩୬ କୋଟି ଟଙ୍କା

author img

By ETV Bharat Odisha Team

Published : Feb 2, 2024, 6:33 AM IST

ଭୁବନେଶ୍ବର: ଆର୍ଥିକ ବର୍ଷ 2024-25 ପାଇଁ ଓଡିଶାକୁ ରେଳବାଇ କ୍ଷେତ୍ରରେ ମିଳିଛି ୧୦ ହଜାର ୫୩୬ କୋଟି ଟଙ୍କା । ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୫୨୪ କୋଟି ଟଙ୍କା ଅଧିକ ବୋଲି ରେଳମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନ୍ତରୀଣ ବଜେଟ ସଂସଦରେ ଆଗତ ହେବା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ।

ରେଳମନ୍ତ୍ରୀ କହିଛନ୍ତି ବିଗତ ୩ ବର୍ଷ ହେଲାଣି ବାର୍ଷିକ ହାରାହାରି ୧୦ ହଜାର କୋଟି ଅନୁଦାନ ରାଜ୍ୟକୁ ମିଳୁଛି । ନୂଆ ପ୍ରକଳ୍ପ ପାଇଁ ପ୍ରାୟ ୫୨ ହଜାର କୋଟି ନିବେଶ ହେବ ଓଡିଶାରେ । ଓଡ଼ିଶାରେ ୧୦୦% ବିଦ୍ୟୁତକରଣ କାର୍ଯ୍ୟ ଶେଷ ହୋଇଛି । ରାଜ୍ୟରେ ବାର୍ଷିକ ୪୭୩ କିଲୋମିଟର ରେଳ ଲାଇନ ହେଉଛି । ରାଜ୍ୟ ସରକାର ଜମି ଅଧିଗ୍ରହଣ ତ୍ବରାନ୍ବିତ କଲେ କାମ ଶୀଘ୍ର ହେବ । ବନ୍ଦେ ମେଟ୍ରୋ ଟ୍ରେନ କଟକ, ଭୁବନେଶ୍ବର, ପୁରୀକୁ ଗଡିବା ପାଇଁ ଯୋଜନା ହେଉଛି । ପରବର୍ତ୍ତୀ ସମୟରେ ରାଉରକେଲା ସମ୍ବଲପୁର ଝାରସୁଗୁଡା କିମ୍ବା ତାଳଚେର ଅନୁଗୋଳରେ ଚଳାଚଳ କରିବା ନେଇ ବିଚାର କରାଯିବ । ଓଡ଼ିଶାରେ ନୂଆ ପ୍ରକଳ୍ପ ପାଇଁ ୫୨ ହଜାର କୋଟି ବିନିଯୋଗ କରାଯିବ।

ଅଧିକ ପଢନ୍ତୁ- ବଜେଟ 2024: ବଜେଟରୁ ଓଡିଶା କଣ ପାଇବ ବୁଝାଇଲେ ଧର୍ମେନ୍ଦ୍ର

ସେହିପରି ମନ୍ତ୍ରୀ କହିଛନ୍ତି ପୂର୍ବରୁ ୟୁପିଏ ସରକାରଙ୍କ ସମୟରେ ଯିଏ ରେଳ ମନ୍ତ୍ରୀ ହେଉଥିଲା ସେ କେବଳ ନିଜ ରାଜ୍ୟର ବିକାଶ କଥା ଉପରେ ଗୁରୁତ୍ବ ଦେଇ ଆସୁଥିଲେ । କିନ୍ତୁ ମୋଦି ସରକାରଙ୍କ ସମୟରେ ସବୁ ରାଜ୍ୟ ଉପରେ ଗୁରୁତ୍ବ ଦିଆଯାଉଛି । ସବୁ ରାଜ୍ୟକୁ ବନ୍ଦେ ଭାରତ ଟ୍ରେନ ଆବଣ୍ଟିତ କରାଯାଇଛି । ରେଳ ମନ୍ତ୍ରୀ କହିଛନ୍ତି ଯେ, ୪୦ ହଜାର କିଲୋମିଟର ନୂଆ ରେଳ ନେଟଓ୍ବର୍କ ତିଆରି ହେବ । ଏହା ଜର୍ମାନୀ ଓ ସ୍ବିଜରଲାଣ୍ଡରେ ଥିବା ମୋଟ ରେଳ ନେଟଓ୍ବର୍କ ଠାରୁ ବି ଅଧିକ । ଅନ୍ୟପକ୍ଷରେ ସାରା ଦେଶରେ ପ୍ରାୟ ୧୩୦୦ ଷ୍ଟେସନ ନିର୍ମାଣ ଚାଲିଛି । ଚଳିତ ବଜେଟରେ ରେଳ ମନ୍ତ୍ରଣାଳୟକୁ ୨ ଲକ୍ଷ ୫୨ ହଜାର କୋଟି ଦିଆଯାଇଛି ।

ମନ୍ତ୍ରୀ କହିଛନ୍ତି ଗତ ୨୦୦୯-୧୪ ମସିହା ସୁଦ୍ଧା ଓଡିଶାକୁ ପ୍ରାୟ 838 କୋଟି ଆବଣ୍ଟିତ ହେଉଥିଲା । ବର୍ତ୍ତମାନ ଏହା 12 ଗୁଣ ଅଧିକ ହୋଇଛି । ୨୦୨୩-୨୪ ମସିହାରେ ଓଡିଶାରେ ରଖାଯାଇଥିବା ନୂତନ ଟ୍ରାକ୍ ହେଉଛି ୪୭୩ କିଲୋମିଟର ଏବଂ ୨୦୧୪-୨୪ ରୁ ବର୍ଷକୁ ପ୍ରାୟ ୨୦୬ କିଲୋମିଟର ଯେଉଁଠାରେ ୨୦୦୯-୧୪ ମସିହା ସୁଦ୍ଧା ଏହା ମାତ୍ର ୫୩ କିଲୋମିଟର ଥିଲା। ୨୦୨୩-୨୪ ରେ ୪୪ କିଲୋମିଟର ସହିତ 100% ବିଦ୍ୟୁତିକରଣ କରାଯାଇଛି । ଓଡ଼ିଶାରେ ୫୮ଟି ଅମୃତ ଷ୍ଟେସନ ଚିହ୍ନଟ କରାଯାଇ କାର୍ଯ୍ୟ କରାଯାଉଛି। ଏପଟେ ରାଜ୍ୟରେ ଅନେକ ଷ୍ଟେସନର ରୂପ ବଦଳୁଛି । ଏୟାରପୋର୍ଟ ଭଳି ରେଳ ଷ୍ଟେସନରେ ରହିବ ସମସ୍ତ ସୁବିଧା । ଯାତ୍ରୀ ମାନେ ଯେଭଳି ଭାବରେ ସମସ୍ତ ସୁବିଧା ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.