ETV Bharat / state

ସିୟୁଓରେ ସିନେ-ଫଟୋ ପ୍ରଦର୍ଶନୀ, ଓଡ଼ିଆ ସିନେମାର ଇତିହାସ ଫଟୋରେ ସ୍ଥାନିତ

author img

By ETV Bharat Odisha Team

Published : Feb 25, 2024, 7:05 AM IST

CUO Organizes Photo Gallery Exhibition: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଆ ସିନେମାର ବିଜୟ ଯାତ୍ରାର ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଗତ ଶୁକ୍ରବାର ଉଦଯାପିତ ହୋଇଥିଲା ୧୫ ଦିନିଆ ଫିଲ୍ମ ମେକିଙ୍ଗ ୱାର୍କସପ୍ । ଅଧିକ ପଢନ୍ତୁ

ସିୟୁଓରେ ସିନେ-ଫଟୋ ପ୍ରଦର୍ଶନୀ ଆୟୋଜିତ, ଓଡ଼ିଆ ସିନେମାର ଇତିହାସ ଫଟୋରେ ସ୍ଥାନୀତ

କୋରାପୁଟ: ଗତ ଶୁକ୍ରବାର ଉଦଯାପିତ ହୋଇଯାଇଛି ୧୫ ଦିନିଆ ଫିଲ୍ମ ମେକିଙ୍ଗ ୱାର୍କସପ୍ । ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ଫିଲ୍ମ ନିର୍ମାଣ ସମ୍ପର୍କରେ ଶିକ୍ଷା ଦେବା ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଦେୟମୁକ୍ତ ୱାର୍କସପ୍ । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଏବଂ ଭାରତୀୟ ଚଳଚ୍ଚିତ୍ର ଓ ଦୂରଦର୍ଶନ ପ୍ରତିଷ୍ଠାନ (ଏଫଟିଆଇଆଇ), ପୁଣେର ମିଳିତ ଆନୁକୂଲ୍ୟରେ କର୍ମଶାଳା ଆୟୋଜିତ ହୋଇଥିଲା । ଏହାର ସମାଵର୍ତନ ଉତ୍ସବରେ ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗ ଆନୁକୂଲ୍ୟରେ ବିଶ୍ବବିଦ୍ୟାଳୟ ପରିସରରେ ଓଡ଼ିଆ ସିନେମାର ବିଜୟ ଯାତ୍ରାର ଫୋଟୋ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଉଦ୍ୟମରେ ଏବଂ ' ଆଜାଦି କା ଅମୃତ ମହୋତ୍ସବ'ର ଏକ ଅଂଶ ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ କୁଳସଚିବ ପ୍ରଫେସର ଏନ୍. ସି. ପଣ୍ଡା ଓ ଏଫଟିଆଇଆଇର ପ୍ରଫେସର ଅଜମଲ ଜାମି ଯୋଗ ଦେଇଥିଲେ । ଏଫଟିଆଇଆଇ ତରଫରୁ ପାଠ୍ୟକ୍ରମର ସଂଯୋଜକ ପ୍ରଫେସର ଅଶ୍ବିନ ବି ସୋନେ ଭର୍ଚୁଆଲ ଭାବେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ... ଆଦିବାସୀ ଛାତ୍ରଛାତ୍ରୀ ଶିଖିବେ ଫିଲ୍ମ ନିର୍ମାଣ, ସିୟୁଓ-ଏଫଟିଆଇଆଇର ମିଳିତ ୱାର୍କସପ ଆରମ୍ଭ

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଡ. ପ୍ରଦୋଷ କୁମାର ରଥ ଓ ଅତିଥି ଅଧ୍ୟାପକ ତେଲରାମ ମେହେରଙ୍କ ଦ୍ବାରା ପରିଚାଳିତ 'ଓଡ଼ିଶାର ସିନେମା' ଶୀର୍ଷକ ଏକ ଫଟୋ ପ୍ରଦର୍ଶନୀକୁ କୁଳପତି ଉଦଘାଟନ କରିଥିଲେ । ଏହାପରେ ପାଠ୍ୟକ୍ରମ ସମୟରେ ଏସଟି ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକର ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମର ସ୍ମାରକୀକୁ ବିଶିଷ୍ଟ ବ୍ୟକ୍ତିମାନେ ଉଦଘାଟନ କରିଥିଲେ । ପ୍ରଫେସର ସୋନନ୍ ତାଙ୍କ ଭର୍ଚୁଆଲ୍ ଆଲୋଚନାରେ କୋରାପୁଟ ଭଳି ଆଦିବାସୀ ଅଞ୍ଚଳରେ ଏଫଟିଆଇଆଇ ପ୍ରଶିକ୍ଷଣ ଦେଇପାରିବାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଭାରପ୍ରାପ୍ତ ମୁଖ୍ୟ ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ସୌରଭ ଗୁପ୍ତା କର୍ମଶାଳାର ରିପୋର୍ଟ ଉପସ୍ଥାପନ କରି କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ସ୍କ୍ରିନ୍ ଆକ୍ଟିଂ, ଚିତ୍ରନାଟ୍ୟ ଲେଖା, ଚଳଚ୍ଚିତ୍ର ଆପ୍ରେସିଏସନ ଏବଂ ସ୍ମାର୍ଟଫୋନ୍ ଚଳଚ୍ଚିତ୍ର ନିର୍ମାଣ ଭଳି ୪ଟି ପାଠ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଚଳଚ୍ଚିତ୍ରର ଗୌରବମୟ ଇତିହାସ ରହିଛି ବୋଲି ଡ. ସୌରଭ ଗୁପ୍ତା ମତ ରଖିଛନ୍ତି ।

ଏହି ପାଠ୍ୟକ୍ରମରେ ମୋଟ ୩୮ ଜଣ ଜନଜାତି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ବାଳିକା ଓ ୧୧ ଜଣ ବାଳକ ଥିଲେ । ପ୍ରଫେସର ଚକ୍ରଧର ତ୍ରିପାଠୀ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଭଲ ପାଇବା ଓ ସମ୍ମାନର ସହ ପାଠ୍ୟକ୍ରମ ଶିଖିଥିବା ପ୍ରଶଂସା କରିଥିଲେ । ଜନଜାତି ଛାତ୍ରଛାତ୍ରୀମାନେ ଭାଷା ମାଧ୍ୟମରେ ନୁହେଁ ବରଂ ସିନେମାର ବୈଷୟିକ ଭାଷା ମାଧ୍ୟମରେ ସେମାନଙ୍କ ମନର ଅଭିବ୍ୟକ୍ତି କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ପ୍ରଫେସର ତ୍ରିପାଠୀ ସିନେମାକୁ 'ପଞ୍ଚମ ବେଦ' ବୋଲି ଅଭିହିତ କରିଥିଲେ । ବିଶ୍ବବିଦ୍ୟାଳୟରେ ଏକ ଆଞ୍ଚଳିକ କେନ୍ଦ୍ର ଖୋଲିବା ପାଇଁ ସେ ଏଫଟିଆଇଆଇକୁ କହିଥିଲେ । ' ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ସୌନ୍ଦର୍ଯ୍ୟ' ଉପରେ ଏକ ଭିଡିଓ ପ୍ରତିଯୋଗିତା ପାଇଁ ମଧ୍ୟ ଘୋଷଣା କରିଥିଲେ।ପ୍ରଫେସର ଅଜମଲ ଜାମି ଫିଲ୍ମ ପାଠ୍ୟକ୍ରମ ଶିଖିବା ପାଇଁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ତାଙ୍କୁ ଏବଂ ଅଧ୍ୟାପକ ମେଧାପ୍ରଣଭ ପାୱାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.