ETV Bharat / state

ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ; କେନ୍ଦୁଝରରେ ଖୁସିର ଲହରୀ - New CM and Deputy CM of Odisha

author img

By ETV Bharat Odisha Team

Published : Jun 11, 2024, 10:53 PM IST

MohanCharan Majhi as next CM of Odisha: ରାଜ୍ୟର ଆଦିବାସୀ ନେତା ତଥା ବିଧାୟକ ମୋହନ ଚରଣ ମାଝୀ ବନିବାକୁ ଯାଉଛନ୍ତି ରାଜ୍ୟର ନୂଆ ମୁଖିଆ । ଏନେଇ କେନ୍ଦୁଝର ଜିଲ୍ଲାବ୍ୟାପୀ ଖୁସିର ଲହରୀ ଖେଳିଯାଇଛି । ଅଧିକ ପଢ଼ନ୍ତୁ,

MohanCharan Majhi
MohanCharan Majhi (ETV Bharat Odisha)

କେନ୍ଦୁଝର: ଓଡ଼ିଶାକୁ ମିଳିଛି ନୂଆ ସିଏମ । ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଢିବାକୁ ଯାଉଥିବା ବେଳେ ଆଦିବାସୀ ନେତା ତଥା କେନ୍ଦୁଝର 4ଥରର ବିଧାୟକ ମୋହନ ମାଝୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା ପରେ କେନ୍ଦୁଝର ଜିଲ୍ଲାବ୍ୟାପୀ ଖୁସିର ଲହରୀ ଖେଳିଯାଇଛି । ବିଶେଷକରି ଶିଶୁମନ୍ଦିର ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଥିବା ମୋହନ ମାଝୀଙ୍କ ଭଳି ଜଣେ ଆଦିବାସୀ ଯୁବ ଚେହେରାକୁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଦଳମତ ନିର୍ବିଶେଷରେ ଜିଲ୍ଲାବ୍ୟାପୀ ଖୁସିର ଲହରୀ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଘୋଷଣା ପରେ ମୋହନ ମାଝୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେପି ନେତା ଓ କର୍ମୀ ବାଣଫୁଟାଇ ପରଷ୍ପର ମଧ୍ୟରେ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଛନ୍ତି ।

MohanCharan Majhi (ETV Bharat Odisha)

ସଦର ବ୍ଳକ ରାଇକଳା ଗ୍ରାମର ଏକ ଗରୀବ ପରିବାରରେ ଜନ୍ମଗ୍ରହଣ କରିଥିବା ମୋହନ ମାଝୀ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଅରୁ ସ୍ଵାଭାବିକ ଶିକ୍ଷା ସମାପ୍ତ କରିଥିଲେ। ପରେ ଝୁମ୍ପୁରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଚାର୍ଯ୍ୟ ଭାବେ ଯୋଗ ଦେଇଥିଲେ । ୧୯୯୭ରେ ସଦର ବ୍ଳକ ରାଇକଳା ପଞ୍ଚାୟତ ସରପଞ୍ଚ ଭାବେ ମୋହନ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସରପଞ୍ଚ ଥିବା ସମୟରେ ସେ ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସମୟରେ ପ୍ରଥମେ କେନ୍ଦୁଝର ସଦର ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ବିଧାନସଭାରେ ପାଦ ଥାପିବା ପରଠାରୁ ପଛକୁ ଫେରି ଚାହିଁ ନାହାନ୍ତି । ୨୦୦୪ରେ ପୁଣିଥରେ ବିଜେଡି-ବିଜେପି ମେଣ୍ଟର ଦ୍ଵିତୀୟ ପାଳିରେ ମଧ୍ୟ ବିଜପି ପ୍ରାର୍ଥୀ ହୋଇ ଦ୍ଵିତୀୟ ଥର ପାଇଁ ବିଧାନସଭାକୁ ଯିବା ସହ ଶାସକ ଦଳ ଉପମୁଖ୍ୟ ସଚେତକ ଭଳି ଗୁରୁଦାୟିତ୍ଵ ନିର୍ବାହ କରି ରାଜ୍ୟ ନେତା ଭାବେ ନିଜକୁ ପ୍ରତିପାଦିତ କରିବାରେ ସକ୍ଷମ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ - New CM and Deputy CM of Odisha

ଏହାପରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ମୋହନ ମାଝୀ ୨୦୦୯ ଓ ୨୦୧୪ରେ କେନ୍ଦୁଝର ସଦର ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ଲଗାତାର ଦୁଇଥର ପରାଜୟର ସାମ୍ନା କରିଥିଲେ । ତେବେ ମୋହନ ମାଝୀ ୨୦୧୯ରେ ତୃତୀୟ ଥର ପାଇଁ କେନ୍ଦୁଝର ବିଧାନସଭା ଆସନରୁ ବିଜେପି ବିଧାୟକ ଭାବେ ଲଢ଼ି ବିଧାନସଭାକୁ ନିର୍ବାଚିତ ହେବାସହ ବିରୋଧୀ ଦଳ ମୁଖ୍ୟ ସଚେତକ ସମେତ ପବ୍ଲିକ୍ ଆକାଉଣ୍ଟସ୍ କମିଟି ଅଧ୍ୟକ୍ଷ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ଏହାସହ ବିଧାନସଭା ଭିତରେ ଓ ବାହାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେଡିକୁ ଘେରି ଚର୍ଚ୍ଚାର ପରିସରକୁ ଆସିଥିଲେ । ଜିଲ୍ଲା ପ୍ରଶାସନ ଚଳିତ ନିର୍ବାଚନରେ ମୋହନ ମାଝୀ କେନ୍ଦୁଝର ସଦର ଆସନରୁ ବିଜୟୀ ହୋଇ ଚତୁର୍ଥ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଦଳ ତାଙ୍କ ଭଳି ଜଣେ ଅଭିଜ୍ଞ ଓ ଦକ୍ଷ ନେତୃତ୍ବ ନେଇ ଆସୁଥିବା ଆଦିବାସୀ ଯୁବ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଜିଲ୍ଲାବାସୀ ମୋହନ ମାଝୀଙ୍କ ଠାରୁ ଅନେକ କିଛି ଆଶା ରଖିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.