ETV Bharat / state

ବେଗୁନିଆ ଓ ଟାଙ୍ଗୀକୁ ଏନଏସି ଘୋଷଣା: ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନେଇଲେ ଅଞ୍ଚଳବାସୀ - Odisha Government

Declaration Of NAC : ଆଜି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ ଅଞ୍ଚଳକୁ ନୂତନ ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ପରିପ୍ରେକ୍ଷୀରେ ବେଗୁନିଆ ବାସୀ ମିଠା ଖୁଆଇ ବାଣ ଫୁଟାଇ ଖୁସି ବନେଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବେଗୁନିଆ ଓ ଟାଙ୍ଗୀକୁ ଏନଏସି ଘୋଷଣା : ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନେଇଲେ ଅଞ୍ଚଳବାସୀ

author img

By ETV Bharat Odisha Team

Published : Feb 24, 2024, 9:44 PM IST

ବେଗୁନିଆ ଓ ଟାଙ୍ଗୀକୁ ଏନଏସି ଘୋଷଣା : ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନେଇଲେ ଅଞ୍ଚଳବାସୀ

ଖୋର୍ଦ୍ଧା: ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ଘୋଷଣା ପରେ ଘୋଷଣା ଜାରି ରଖିଛନ୍ତି । ଏହି ପରିପେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ ଅଞ୍ଚଳକୁ ନୂତନ ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ ହୋଇଛି ଉଭୟ ଅଞ୍ଚଳର ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘଦିନର ଦାବି । ବେଗୁନିଆ ଅଞ୍ଚଳବାସୀ ଏନେଇ ବିଭିନ୍ନ ସ୍ତରରେ ଦୀର୍ଘ ୨୦-୨୫ ବର୍ଷ ଧରି ଦାବି କରି ଆସୁଥିଲେ । ତେବେ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ହେବା ଦ୍ବାରା ଗ୍ରାମାଞ୍ଚଳରୁ ସହରକୁ ଉନ୍ନତ ହେବ ଏବଂ ବେଗୁନିଆ ବାସୀ ସହର ଅଞ୍ଚଳ ପରି ସୁବିଧା ପାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି ଜନକଲ୍ୟାଣ ପ୍ରତିଷ୍ଠାତା ଅକ୍ଷୟ ରଥ । ଏ ପରିପ୍ରେକ୍ଷୀରେ ବେଗୁନିଆ ବାସୀ ମିଠା ଖୁଆଇ ବାଣ ଫୁଟାଇ ଖୁସି ବନେଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ... ରାଜ୍ୟରେ ୩୪ ନୂଆ NAC ଏବଂ ୫ ନୂଆ ମ୍ୟୁନିସିପାଲିଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସେହିପରି ବେଗୁନିଆରେ ହସ୍ପିଟାଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି ସ୍ଥାନୀୟ ଲୋକ ମାନେ ଦାବି କରି ଆସୁଥିଲେ ଏବଂ ରାସ୍ତାରୋକ ମଧ୍ୟ କରିଥିଲେ । ସ୍ଥାନୀୟ ଲୋକଙ୍କ ଦାବିକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ବେଗୁନିଆରେ ଏକ ଉପଖଣ୍ଡ ସ୍ତରୀୟ 100 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଘୋଷଣା କରିଥିଲେ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସମୀକ୍ଷା କରିବା ସହ ବେଗୁନିଆ ମିନି ଷ୍ଟାଡିଅମ ପଛପଟେ ଥିବା 6 ଏକର ଜାଗାକୁ ନୂତନ ଉପଖଣ୍ଡ ହସ୍ପିଟାଲ ପାଇଁ ଯୋଗାଇ ଦେବାକୁ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି । ଯାହାକୁ ଆସନ୍ତା ଦୁଇ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ ବୋଲି ବେଗୁନିଆ ଗ୍ରାମ୍ୟ କମିଟି ସଭାପତି ଲାଲା ଦିଲ୍ଲୀପ ରାୟ ସୂଚନା ଦେଇଛନ୍ତି । ସେହିପରି ଆଜିର ଘୋଷଣା ମୁଖ୍ୟମନ୍ତ୍ରୀ ଓ 5ଟି ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଦେବା ସହ ଏହା ଅଞ୍ଚଳବାସୀଙ୍କ ପାଇଁ ବଡ ଉପହାର ବୋଲି ଆଶା ପ୍ରକଟ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନଏସି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେହିପରି ଚାରିଟି ଜିଲ୍ଲାରେ ପାଞ୍ଚଟି ଏନଏସିକୁ ମ୍ୟୁନିସିପାଲିଟିରେ ଉନ୍ନୀତ ହେବ । ଆଜି(ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗୀରର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି । ଯାହାଫଳରେ ରାଜ୍ୟରେ ଏବେ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ସଂଖ୍ୟା ୯୦, ପୌରସଂସ୍ଥା (ମ୍ୟୁନିସିପାଲିଟି ) 53, ମହାନଗର ନିଗମ (କର୍ପୋରେସନ) 5 ହୋଇଛି । ସମୁଦାୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା (Urban Local Bodies) ୧୪୮କୁ ବୃଦ୍ଧି ପାଇଛି । ଆଜିର ଘୋଷଣା ପୂର୍ବରୁ ଏହି ସଂଖ୍ୟା ମ୍ୟୁନିସିପାଲିଟି 48, ଏନଏସସି 61 ଏବଂ ମହାନଗର ନିଗମ 5 ରହିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.