କଟକ: ଜଣ୍ଡିସ ବ୍ୟାପିବାରେ ଲାଗିବ ରୋକ । କଟକରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ବଢିବା ଏକ ଚିନ୍ତାର ବିଷୟ ପାଲଟିଥିଲା। ମଙ୍ଗଳା ମନ୍ଦିର ପାଖ ପୋଷ୍ଟ ଅଫିସ ଲେନରୁ ଗତକାଲି (ଶନିବାର) 11 ଜଣ ସ୍ଥାନୀୟବାସିନ୍ଦା ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଟ୍ୟାପରେ ଆସୁଥିବା ଦୂଷିତ ପାଣି ପିଇ ଜଣ୍ଡିସ ବ୍ୟାପିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ଏପର୍ଯ୍ୟନ୍ତ ସରକାରୀ ସ୍ତରରେ 11 ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ଜଣ୍ଡିସକୁ ବ୍ୟାପିବାରୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।
ସିଏମସି ଅଧୀନରେ ଥିବା 52 ନମ୍ବର ୱାର୍ଡ ରାଜେନ୍ଦ୍ର ନଗରରେ ଗତ କିଛି ଦିନ ହେବ ଜଣ୍ଡିସ ପ୍ରଭାବିତ ହୋଇଥିଲା । ପ୍ରଥମ ଦିନ 3 ଜଣ ଚିହ୍ନଟ ହେବାପରେ 48 ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିଲା। ତେବେ ସେଥିରୁ 8 ଜଣ ଜଣ୍ଡିସ ଆକ୍ରନ୍ତ ଚିହ୍ନଟ ହୋଇଥିଲେ। ଗତକାଲି 8 ଜଣଙ୍କ ବ୍ଲଡ଼ ରିପୋର୍ଟ ଟେଷ୍ଟ ପାଇଁ ଯାଇଛି। ତେବେ ଏଯାବତ କୌଣସି ରିପୋର୍ଟ ହସ୍ତଗତ ହୋଇନଥିବା କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା। ଅନ୍ୟପଟେ ଉକ୍ତ ୱାର୍ଡରେ ଅଧିକ ଜଣ୍ଡିସ ନବ୍ୟାପିବା ପାଇଁ WATCO ବିଭାଗକୁ ପାନୀୟ ଜଳ ପାଇଁ ବିଛା ଯାଇଥିବା ପାଇପ ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ରହିଛି । ଆଉ ସେଠାରେ ମଧ୍ୟ ପାଇପ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ରାଜେନ୍ଦ୍ର ନଗରରେ ସର୍ଭିଲାନ୍ସ ଟିମ ରହିଛି। ରକ୍ତ ନମୁନା ସଂଗ୍ରହ କରିବା ସହ ହାଲୋଜିନ ବଟିକା , ଓଆରଏସ ଓ ଅନ୍ୟାନ୍ୟ ଡାକ୍ତରୀ ସେବା ଜାରି ରଖଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.... କଟକରେ ବ୍ୟାପୁଛି ଜଣ୍ଡିସ, ସିଏମସିର ତଦାରଖ - Jaundice Outbreak In Cuttack
କିପରି ଜଣ୍ଡିସ ଶୀଘ୍ର କଣ୍ଟ୍ରୋଲ କୁ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ସିଏମସି ଓ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ଟିମ ଗଠନ କରାଯାଇଛି। ସଂକ୍ରମିତ ଅଂଚଳ ରେ ପ୍ରତିଦିନ ସର୍ଭିଲାନ୍ସ ଟିମ ମଧ୍ୟ ରହିଛନ୍ତି। ଯାହା ଅନୁମାନ କରାଯାଉଛି ଏହି ସଂଖ୍ୟା ରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଆଉ ଚିନ୍ହଟ ହେବେନାହିଁ ବୋଲି କହିଛନ୍ତି CDMO । ଏହାସହ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ ଘରକୁ ଘର ବୁଲି ବଟିକା ବାଣ୍ଟିବା ସହ ସଚେତନତା ପରାମର୍ଶ ଦେଇଛନ୍ତି। ପାଇପ ଲାଇନ କୁ ସଫା କରିବା ପାଇଁ ବିଭାଗ କୁ କୁହାଯାଇଛି। ଏହାସହ ନଳ ସଫା କାର୍ଯ୍ୟ ଆରମ୍ଭ ହୋଇ ସାରିଛି ଯେତିକି ବର୍ତ୍ତମାନ ସଂକ୍ରମିତ ଅଛନ୍ତି ଏହା ସେତିକିରେ ସୀମିତ ରହିବ ବୋଲି ଆକଳନ କରିଛି ସିଏମସି।
ଇଟିଭି ଭାରତ, କଟକ