ETV Bharat / state

ରାଜ୍ୟରେ 67ଟି ଜାଗାରେ CBI ରେଡ୍‌, ଜାଲ ସାର୍ଟିଫିକେଟରେ ପୋଷ୍ଟାଲ ଚାକିରୀର ଅଭିଯୋଗ - CBI RAID IN ODISHA - CBI RAID IN ODISHA

CBI RAID IN ODISHA: ଓଡିଶାରେ ଚାଲିଛି ବଡ ଧରଣର ସିବିଆଇ ରେଡ୍‌ । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ୬୭ସ୍ଥାନରେ ଚାଲିଛି ରେଡ୍‌ । ଅଧିକ ପଢନ୍ତୁ

CBI RAID IN ODISHA
CBI RAID IN ODISHA (ETV Bharat Odisha)
author img

By ETV Bharat Odisha Team

Published : Jun 13, 2024, 3:34 PM IST

ଭୁବନେଶ୍ବର: ରାଜ୍ୟରେ ବଡ଼ ଧରଣର ସିବିଆଇ ରେଡ୍‌ । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ଚାଲିଛି ରେଡ୍‌ । କଳାହାଣ୍ଡି. ନୂଆପଡା, ରାୟଗଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ୬୭ ଟି ସ୍ଥାନରେ ଚାଲିଛି ରେଡ୍‌ । ପ୍ରାର୍ଥୀମାନେ ଜାଲ ସାର୍ଟିଫିକେଟ ହାତେଇ କିଭଳି ପୋଷ୍ଟାଲରେ ଚାକିରୀ ପାଇଛନ୍ତି, ସେନେଇ ତଦନ୍ତ ଆରମ୍ଭ କରିଛି ସିବିଆଇ । ଜାଲ ସାର୍ଟିଫିକେଟରେ ପାଇଥିବା ଚାକିରୀକୁ ନେଇ ୨୦୪ ଜଣ ଅଫିସର ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ମାଟ୍ରିକ ସାର୍ଟିଫିକେଟ ଜାଲିଆତି, ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ - Fake Certificate Issue

୧୨୨ଜଣ ସିବିଆଇ ଅଫିସର ସହ ମାଟ୍ରିକ ବୋର୍ଡ ଓ ଅନ୍ୟ ବିଭାଗକୁ ମିଶାଇ ୮୨ଜଣ ଅଫିସର ମିଶି ବିଭିନ୍ନ ସ୍ଥାନରେ ରେଡ ଜାରି ରହିଛି । ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗ୍ରାମୀଣ ଡାକ ସେବକ ଚାକିରି ପାଇଁ ଅନଲାଇନରେ ନୋଟିଫିକେସନ ବାହାରିଥିଲା । ଯାହାକୁ ମାଟ୍ରିକ ପରୀକ୍ଷା ଆଧାରରେ ଆବେଦନ କରିଥିଲେ ଆଶାୟୀ । କିନ୍ତୁ କିଛି ଖଳ ପ୍ରକୃତିର ପିଲା ସାର୍ଟିଫିକେଟ ଜାଲ କରି ଏଭଳି ମାର୍କ ଅଧିକ ଥାଇ ନକଲି ସାର୍ଟିଫିକେଟ ଜରିଆରେ ଗ୍ରାମୀଣ ଡାକ ସେବକ ଚାକିରୀ କରିବାରେ ସଫଳ ହୋଇଥିଲେ‌ । ଏଭଳି ଏକ ଘଟଣା ବଲାଙ୍ଗିର ଓ କୋରାପୁଟରୁ ଆସିବା ପରେ ସିବିଆଇ ପାଖରେ ଡାକ ବିଭାଗ ପକ୍ଷରୁ ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ବେଳେ ଏହି ଜାଲ ସାର୍ଟିଫିକେଟ ସତ ସାମ୍ନାକୁ ଆସିଥିଲା ।

ପୂର୍ବରୁ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଗିରଫ‌ କରିଥିଲା । ଜାଲ ସାର୍ଟିଫିକେଟ ହାତେଇଥିବା କୋରାପୁଟ ଗ୍ରାମୀଣ ଡାକ ସେବକରେ ଚାକିରି କରିଥିବା ବ୍ୟକ୍ତି ଗିରଫ ହୋଇଥିଲେ । ଏଥିରେ ଛନ୍ଦା ଚରଣ ସାହୁକୁ ଗିରଫ କରିଥିଲା ଓଡିଶା କ୍ରାଇମବ୍ରାଞ୍ଚ୍ ଟିମ୍ । ଏନେଇ ଗିରଫ ପରେ ଜୟପୁର କୋର୍ଟକୁ ଚାଲାଣ କରାଯାଇଥିଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତବର୍ଷ ସିନିୟର୍ ସୁପରିଟେଣ୍ଡେଣ୍ଟ ପୋଷ୍ଟ ଅଫିସ କୋରାପୁଟ ଡିଭିଜନର ଜୟପୁର ପକ୍ଷରୁ ଏନେଇ ଜୟପୁର ଥାନାରେ ଅଭିଯୋଗ କରାଯାଇଥିଲା । ଜଣେ ନକଲି ମାଟ୍ରିକ ସାର୍ଟିଫିକେଟ ଗ୍ରାମୀଣ ଡାକ ସେବକ ଚାକିରୀ ହାତେଇଛନ୍ତି । ଏନେଇ ଜୟପୁର ଥାନାରେ ଗତବର୍ଷ ଏପ୍ରିଲ ୫ରେ ଅଭିଯୋଗ କରିଥିଲେ ଡାକ ବିଭାଗ ଅଧିକାରୀ । ଏନେଇ ଅଭିଯୋଗକୁ ଆଧାର କରି ତଦନ୍ତ କରିଥିଲା କୋରାପୁଟ ପୋଲିସ । ଏହି ଘଟଣା ଯେହେତୁ ବଡ଼ କ୍ରାଇମ ସିଣ୍ଡିକେଟ ବୋଲି ଜଣାପଡିବା ପରେ ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.