ETV Bharat / state

ଅଧା ରାସ୍ତାରେ ବ୍ରେକ ଫେଲ ହେଲା ଗାଡି, ଭୁବନେଶ୍ବର ଏନ୍ ଏଚ ଉପରେ ଜଳିଲା କାର

ଭୁବନେଶ୍ବର ନୟାପଲ୍ଲୀ ନିକଟରେ ହୁ ହୁ ହୋଇ ଜଳିଯାଇଛି କାର୍ । ସେପଟେ ଏହି ଅଘଟଣକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

author img

By ETV Bharat Odisha Team

Published : 16 hours ago

Car Catches Fire
Car Catches Fire (ETV Bharat Odisha)

ଭୁବନେଶ୍ବର: ରାଜରାସ୍ତା ଉପରେ ଏକ କାରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଅଧା ରାସ୍ତାରେ ଚଳନ୍ତା କାରର ବ୍ରେକ ଫେଲ ହୋଇଥିଲା । ଆଉ ତା'ପରେ ରାସ୍ତା କଡରେ କାରକୁ ସାଇଡ୍ କରିବାର କିଛି କ୍ଷଣ ମଧ୍ୟରେ ରାସ୍ତା ଉପରେ ଜଳି ଉଠିଲା କାର । ଭୁବନେଶ୍ବର ନୟାପଲ୍ଲୀ ଏନ ଏଚ ପାଖରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ବିହାରରୁ ଆସିଥିବା ଯାତ୍ରୀଙ୍କ କାରରେ ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ କର୍ମଚାରୀ । ତେବେ କାରରେ ବସିଥିବା ୫ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବିହାରରୁ ଆସିଥିଲେ ପରିବାର:
ପୋଲିସର ସୂଚନା ମୁତାବକ, ବିହାରରୁ ଏକ ପରିବାର ଓଡ଼ିଶା ଆସିଥିଲେ‌ । ପୂଜା ଛୁଟିରେ ପୁରୀ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନ ବୁଲାବୁଲି କରୁଥିଲେ। ଆଜି ଖଣ୍ଡଗିରି ଉଦୟଗିରି ବୁଲିବାକୁ ସେଠାରୁ ରସୁଲଗଡ ଅଭିମୁଖେ ଯିବାବେଳେ ଏହି ଅଘଟଣ ଘଟିଛି। ପ୍ରଥମେ ଧୁଆଁ ଉଠିଲା ପରେ କାରର ବନେଟ ଜଳିବା ଆରମ୍ଭ କରିଥିଲା‌। ସେହି ସମୟରେ ଗାଡିରେ ମୋଟ 5 ଜଣ ଥିଲେ। ଦୁଇ ଭାଇ, ଜଣେ ମହିଳା ଓ ଛୋଟ ପିଲା ସମେତ ଜଣେ ବୃଦ୍ଧା ମଧ୍ୟ ରହିଥିଲେ। ନିଆଁ ଦେଖି ସେମାନେ ଗାଡିରୁ ଓହ୍ଲାଇ ପଡିଥିଲେ। ତେଣୁ କାହାର କିଛି କ୍ଷତି ହୋଇନାହିଁ। ହେଲେ ଗାଡିଟି ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଗାଡି ମାଲିକ ରୋହନ ବର୍ମା କହିଛନ୍ତି, "ଆମେ ପ୍ରାୟ ସମୟରେ ଏଠାକୁ ବୁଲିବାକୁ ଆସିଥାଉ। ହେଲେ ଏପରି ହେବ ବିଶ୍ବାସ ହେଉନାହିଁ। ଗାଡିଟି ହଠାତ୍ ଅଧା ରାସ୍ତାରେ ବ୍ରେକ ଫେଲ୍ ହୋଇଥିଲା। ପରବର୍ତ୍ତୀ ସମୟରେ ଏପରି ନିଆଁ ଲାଗିଛି।"

Car Catches Fire (ETV Bharat Odisha)

କିପରି ଲାଗିଲା ନିଆଁ ?
ଗାଡିଟି ପ୍ରୟ ୮୦ ପ୍ରତିଶତ ପୋଡିଯାଇଥିବା ସୂଚନା ଦେଇଛନ୍ତି ଉପସ୍ଥିତ ଅଗ୍ନିଶମ ଅଧିକାରୀ । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଗାଡିର ହାଣ୍ଡ ବ୍ରେକ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କାରଣ ହ୍ୟାଣ୍ଡ ବ୍ରେକ ହୁଏତ ଠିକ ଭାବେ ନଖୋଲି ଗାଡି ଚଳାଉଥିବାରୁ ଘର୍ଷଣ ଯୋଗୁଁ ଏପରି ନିଆଁ ଲାଗିଥାଏ। ଏନେଇ ଏକ ତଦନ୍ତ କରିଛନ୍ତି ଅଗ୍ନିଶମ ଅଧିକାରୀ। ଏନେଇ ଥାନରେ ରିପୋର୍ଟ ହୋଇନଥିବାବେଳେ ପୋଲିସ ଓ ଅଗ୍ନିଶମ ବାହିନୀ ଛାନଭିନ କରୁଛନ୍ତି।

ଏହା ବି ପଢନ୍ତୁ...ଜିନ୍ଦଲ ଷ୍ଟିଲପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ଜଳିଲା ବ୍ଲାଷ୍ଟ ଫରନେସ୍‌

ଏହା ବି ପଢନ୍ତୁ...ସତ୍ୟବାଦୀ ଆଳିସ ଗାଁରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩୦ ବଖରାରୁ ଉର୍ଦ୍ଧ୍ବ ଘର, 15 ପରିବାରକୁ ସର୍ବସ୍ୱାନ୍ତ କରିଦେଲା ସର୍ବଗିଳା ନିଆଁ - satyabadi FIRE INCIDENT

ଏହା ମଧ୍ୟ ପଢନ୍ତୁ ....ଜଳିଗଲା ଦୁଇ ମଦ ବୋଝେଇ ଟ୍ରକ, ସରକାରୀ ଡିପୋରେ ଥିବା ବେଳେ ଅଗ୍ନିକାଣ୍ଡ - Fire In Liquor Truck

ଏହା ବି ପଢନ୍ତୁ...କଣ୍ଟେନର-ଟ୍ରକ ମୁହାଁମୁହିଁ ଧକ୍କାରୁ ଅଗ୍ନିକାଣ୍ଡ, 2 ଡ୍ରାଇଭର ଜୀବନ୍ତ ଦଗ୍ଧ - SAMBALPUR TRUCK ACCIDENT

ଅଗ୍ନିକାଣ୍ଡ ଦେଖି ଲୋକେ ଆତଙ୍କିତ:
ହଠାତ ଏନ ଏଚ ଉପରେ ଗାଡିଟି ବ୍ରେକ ଫେଲ ହୋଇ ନିଆଁ ଲାଗିବା ପରେ ସେଠାରେ ଉପସ୍ଥିତ ଲୋକେ ଆତଙ୍କିତ ହୋଇପଡିଥିଲେ‌। ବ୍ୟାଟେରୀ ଗାଡି ଭାବି ବ୍ଲାଷ୍ଟ ହେବା ଭୟରେ ମଧ୍ୟ କେତେକ ଲୋକେ ସେଠାକୁ ଯାଇନଥିଲେ। ପରେ‌ ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିଥିଲା‌।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.