ETV Bharat / state

ଦରମା ବୃଦ୍ଧି ଦାବିରେ କ୍ୟାପିଟାଲ ହସ୍ପିଟାଲର ସୁରକ୍ଷା ଓ ସଫେଇ କର୍ମଚାରୀଙ୍କ ବିକ୍ଷୋଭ - CAPITAL HOSPITAL Protest

Security and Cleaning staff stage Protest: ଦରମା ବୃଦ୍ଧି ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ କ୍ୟାପିଟାଲ ହସ୍ପିଟାଲର ସୁରକ୍ଷା ଓ ସଫେଇ କର୍ମଚାରୀ । ଠପ ହେଲା ହସ୍ପିଟାଲର ବିଭିନ୍ନ କାର୍ଯ୍ୟ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 13, 2024, 5:11 PM IST

ସୁରକ୍ଷା ଓ ସଫେଇ କର୍ମଚାରୀଙ୍କ ବିକ୍ଷୋଭ
ସୁରକ୍ଷା ଓ ସଫେଇ କର୍ମଚାରୀଙ୍କ ବିକ୍ଷୋଭ
ସୁରକ୍ଷା ଓ ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ଭୁବନେଶ୍ବର: କାର୍ଯ୍ୟବନ୍ଦ ଆନ୍ଦୋଳନରେ ଆଜି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ସୁରକ୍ଷା ଓ ସଫେଇ କର୍ମଚାରୀ । ଦରମା ବୃଦ୍ଧି ଓ ସଠିକ ସମୟରେ ଦରମା ଦିଆଯାଉ ନଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଗତକାଲି କାର୍ଯ୍ୟ କରୁଥିବା ସମୟରେ ଜଣେ ସୁରକ୍ଷାକର୍ମୀ ଓ ସୁପରଭାଇଜରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏସବୁ ଅଭିଯୋଗକୁ ନେଇ ଟେରିଆର ଆଉଟସୋର୍ସିଂ ଅଧୀନରେ ଥିବା ସୁରକ୍ଷା କର୍ମୀ, ଆଟେଣ୍ଡାଣ୍ଟ ଓ ସଫେଇ କର୍ମଚାରୀ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଆନ୍ଦୋଳନ କାରଣରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଆଇନ ଶୃଙ୍ଖଲା ପରିସ୍ଥିତିକୁ ନେଇ ପୋଲିସ ଉପସ୍ଥିତି ରହି କର୍ମଚାରୀ କର୍ମଚାରୀଙ୍କୁ ବୁଝାସୁଝା କରୁଛି । ଅନ୍ୟପଟେ ମାଡ଼ ମାରିଥିବା ସମ୍ପର୍କୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପର୍ଯ୍ୟନ୍ତ ଧାରଣ ଜାରି ରହିବ ବୋଲି ଚେତାଇଛନ୍ତି ସୁରକ୍ଷାକର୍ମୀ । ଖାଲି ସେତିକି ନୁହେଁ ଦରମା ବୃଦ୍ଧି ନହେଲା ଯାଏଁ ଧାରଣାରେ ବସିବା ନେଇ କହିଛନ୍ତି ସଫେଇ କର୍ମଚାରୀ । ଦରମା ନମିଳିବାରୁ ସେମାନେ ଜିଦରେ ଅଟଳ ଥିବାରୁ ହସ୍ପିଟାଲର ବିଭିନ୍ନ କାର୍ଯ୍ୟ ଠପ ହୋଇପଡିଛି । ଅନ୍ୟପଟେ ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ପଣ୍ଡା ।

ଏହା ମଧ୍ୟ ପଡ଼ନ୍ତୁ.... ପାଣି ବିଲ ଦେଇ ଜଣ୍ଡିସ କିଣୁଥିବା ଅଭିଯୋଗରେ ସିଏମସି ଘେରିଲା SUCI - SUCI Protest In Cuttack

୫ ତାରିଖରୁ ହସ୍ପିଟାଲ ପକ୍ଷରୁ କର୍ମଚାରୀମାନଙ୍କ ଦରମା ଦିଆଯାଇ ସାରିଛି । ତେବେ ଠିକା ସଂସ୍ଥା କାହିଁକି ଦରମା ଦେଇନାହିଁ ସେ ବିଷୟରେ ସେ ଅବଗତ ନଥିବା କହିଛନ୍ତି । ତେବେ ସେ ଦିଗରେ ଧ୍ୟାନ ଦେଇ ଦରମା ଦେବାକୁ କୁହାଯାଇଛି । ଏପରିକି କର୍ମଚାରୀଙ୍କୁ ଡାକି ବୁଝାଇବା ସହ ସଂସ୍ଥାକୁ ସମସ୍ୟା ଜଣାଇବା ସହ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଏହାସହ ବହୁଦିନର ଅଭିଯୋଗ ପରେ ଏହି ଠିକା ସଂସ୍ଥାର ଟେଣ୍ଡର ବଦଳିକୁ ନେଇ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ଦିଲ୍ଲୀପ କହିଛନ୍ତି । ସୁରକ୍ଷା କର୍ମୀଙ୍କୁ ବାଡ଼େଇବା ପ୍ରସଙ୍ଗରେ ଦିଲ୍ଲୀପ କହିଛନ୍ତି ଯଦି ଘଟଣା ସତ ହୋଇଥାଏ ସିସିଟିଭିରେ ତାର ପ୍ରମାଣ ଥାଏ ତେବେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଗତକାଲି ଦରମା ରିଲିଜ କରିଦେଇଥିବା ବେଳେ ମାର୍ଚ୍ଚ ମାସ ସହ ବ୍ୟାଙ୍କର କିଛି ଟେକ୍ନିକାଲ ସମସ୍ୟା କାରଣରୁ ଦରମା ଯାଇ ନଥିବ। ସୋମବାର ଦରମା ପହଞ୍ଚି ଯିବ, ତେଣୁ କାର୍ଯ୍ୟରେ ଯୋଗଦେବାକୁ ଆମେ ସେମାନଙ୍କୁ ବୁଝାଉଛୁ ଆଶାକି ବୁଝିଯିବେ ବୋଲି କହିଛନ୍ତି ଆଉଟସୋର୍ସିଂ ସଂସ୍ଥାର ପରିଚାଳକ ଅମରେନ୍ଦ୍ର କୁମାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.