ETV Bharat / state

ଅଭିଯୋଗ ଆଣିଲେ ପୁଅ, ସ୍ପଷ୍ଟୀକରଣ ରଖିଲେ ନିର୍ଦ୍ଦେଶକ; ଦାମଙ୍କ ସ୍ବାସ୍ଥ୍ୟବସ୍ଥାରେ ରହୁନି ସ୍ଥିରତା - TREATMENT IRREGULARITIES ALLEGATION

Dama Rout Health Condition: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାମଦର ରାଉତଙ୍କ ଚିକିତ୍ସା ଅବହେଳା ଅଭିଯୋଗ କଲେ ପୁଅ ସମ୍ବିତ । ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 21, 2024, 6:08 PM IST

Updated : Mar 21, 2024, 8:54 PM IST

Treatment Irregularities
Treatment Irregularities
Treatment Irregularities
Treatment Irregularities

ଭୁବନେଶ୍ବର: ସ୍ଥିର ରହୁନି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦାମ ରାଉତରାୟଙ୍କ ସ୍ବାସ୍ଥ୍ୟବସ୍ଥା। କେତେବେଳେ ସୁଧାର ଆସୁଛି ତ ପୁଣି କେତେବେଳେ ଗୁରୁତର ହୋଇପଡୁଛନ୍ତି ଦାମ । ସକାଳ ଅପେକ୍ଷା ବର୍ତ୍ତମାନ ଭଲ ଥିବା ନେଇ ସନ୍ଧ୍ୟାରେ ସୂଚନା ଦେଇଥିଲେ ପୁଅ ସମ୍ବିତ ରାଉତରାୟ। ସମ୍ବିତ କହିଥିଲେ, "ଡାକ୍ତରଙ୍କ ସହ ଆଲୋଚନା କରିଛୁ। ବର୍ତ୍ତମାନ ରିଡ଼ିଂ ଭଲ ଆସୁଛି ଓ ମେଡିସିନର ରେସପଣ୍ଡ କରୁଛନ୍ତି।" ହେଲେ ବର୍ତ୍ତମାନ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ସୂଚନା ଅନୁଯାୟୀ ଦାମ ପୁଣି ଗୁରୁତର ଅଛନ୍ତି। ଅପରପକ୍ଷେ, ଦାମଦର ରାଉତଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ଆଣିଥିଲେ ସମ୍ବିତ। କ୍ୟାପିଟାଲ ହସ୍ପିଟାଲରେ ସିପିଆର ନ ଦେବାରୁ ବାପାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବା ସେ କହିଥିଲେ । ବିଧାୟକଙ୍କ ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ଏହା ପୂର୍ବରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସମ୍ବିତ ରାଉତରାୟଙ୍କ ଅଭିଯୋଗ ଅନୁସାରେ, "ଗତ ୧୮ ତାରିଖ ବିଳମ୍ବିତ ରାତିରେ ବାପା ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ବିଳମ୍ବିତ ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ । ମେଡିକାଲ ନେବା ବାଟରେ ତାଙ୍କର ହୃଦଘାତ ହୋଇଥିଲା । ବାରମ୍ବାର କହିବା ସତ୍ତ୍ବେ କ୍ୟାପିଟାଲ ହସ୍ପିଟାଲରେ ବାପାଙ୍କୁ ସିପିଆର ଦିଆଗଲାନାହିଁ । ବାଧ୍ୟ ହୋଇ ଆମେ ବାପାଙ୍କୁ ଘରୋଇ ହସ୍ପିଟାଲ ନେଲୁ । ସେହି ଯିବା ଆସିବା ଭିତରେ କିଛି ସମୟ ବିଳମ୍ବ ହୋଇଗଲା । ଫଳରେ ବ୍ରେନକୁ ଅକ୍ସିଜେନ ଓ ବ୍ଲଡ ଠିକ ଭାବରେ ଗଲାନାହିଁ । ଘରୋଇ ହସ୍ପିଟାଲରେ ସିପିଆର ଦେଲା ପରେ ହାର୍ଟ କାମ କରୁଛି । କିନ୍ତୁ ବ୍ରେନ ବହୁତ ଖରାପ ହୋଇଯାଇଛି ।"

ଏହା ମଧ୍ୟ ପଢନ୍ତୁ...ବରିଷ୍ଠ ନେତା ଦାମୋଦର ରାଉତ ଗୁରୁତର - Damodar Rout Critical

ଅପରପକ୍ଷେ, ସମ୍ୱିତଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି , "ଦାମ ରାଉତଙ୍କର ସିପିଆର ଦେଲା ଭଳି ଅବସ୍ଥା ନଥିଲା । କାଜୁଆଲିଟିରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା । ତାଙ୍କର ଅକ୍ସିଜେନ ସାଚୁରେସନ କମିଯାଇଥିଲା । କିଡନୀ ଠିକ ନଥିଲା । ଡାକ୍ତର ତୁରନ୍ତ ଦେଖିଥିଲେ, ଇସିଜି ହୋଇଥିଲା ଓ ଅକ୍ସିଜେନ ଦିଆଯାଇଥିଲା । ଯେହେତୁ ଆମର ଏଠି କିଡ୍ନୀ ଡାକ୍ତର ନାହାନ୍ତି । ରେଫର କରିବାକୁ ପଡ଼ିଲା । ପ୍ରାଥମିକ ଚିକିତ୍ସା ସାରି ୩୦ ମିନିଟ ଭିତରେ ତାଙ୍କୁ ରେଫର କରାଯାଇଥିଲା । ତାଙ୍କୁ ସିପିଆର ଦେଲା ଭଳି ଅବସ୍ଥା ନଥିବାରୁ ତାଙ୍କୁ ଦିଆଯାଇନଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 21, 2024, 8:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.