ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବାକୁ ନିଷ୍ପତ୍ତି କରାଯାଉଛି । ଯାହା ପିଲାମାନଙ୍କ ପାଇଁ ଗବେଷଣା ଉଦ୍ଦେଶ୍ୟରେ ପାଠ ପଢ଼ାଇବା ଆବଶ୍ୟକ। ବିଶେଷ ଭାବରେ ଛାତ୍ର ଛାତ୍ରୀଙ୍କ ପ୍ରତି କୌଶଳ ବା ସ୍କିଲିଂ ଉପରେ ଗୁରୁତ୍ବ ଦିଆଯାଇଛି ଏହି ଜାତୀୟ ଶିକ୍ଷା ନୀତି ୨୦୨୦ରେ । ପିଲା ଚାକିରିଆ ହେବେନି ଚାକିରି ଦେବାର କ୍ଷମତା ରଖିବେ । ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, "ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକ୍ରମ ଉତ୍କଳ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଶିକ୍ଷାନୀତିରେ ପ୍ରଣୟନ ହେବାକୁ ଯାଉଛି। ପୂର୍ବ ସରକାର ଆଗ୍ରାହ୍ୟ ଦେଖେଇନଥିଲେ । କିନ୍ତୁ ବିଜେପି ସରକାର ସମସ୍ତ ବିଶ୍ଵବିଦ୍ୟାଳୟରେ ଏବଂ ମହାବିଦ୍ୟାଳୟରେ ଥିବା ସ୍ନାତକ ରେ ଜାତୀୟ ଶିକ୍ଷାନୀତି ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି। ଏନେଇ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି" ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି ମାତୃଭାଷାକୁ ଗୁରୁତ୍ଵ ଦିଆଯାଇଛି। ଇତିହାସର ପରିବର୍ତ୍ତନ ହେବାର ଆବଶ୍ୟକତା ନାହିଁ । କିନ୍ତୁ ସତ ଟା ଜାଣିବା ନିହାତି ଆବଶ୍ୟକ । ବିଶ୍ଵବିଦ୍ୟାଳୟର ଯେଉଁ ସଂସ୍କୃତି ରହିଛି ତାହାକୁ ସୁରକ୍ଷା ଦେବା ଆବଶ୍ୟକ କିନ୍ତୁ ତାହାକୁ କ୍ଷୟ ହେବାକୁ ଦେବା ନାହିଁ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ । ଏପଟେ ସେ ଆହୁରି କହିଛନ୍ତି, "ଭଲ ଶିକ୍ଷା ନୀତି ବିନା ଉଚ୍ଚ ଶିକ୍ଷା ସମ୍ଭବପର ହେବ ନାହିଁ। ଶିକ୍ଷାନୀତି ଉପରେ ଓଡ଼ିଶାର ଭବିଷ୍ୟତ ନିର୍ଭର କରୁଛି। ମୌଳିକ ଶିକ୍ଷା ନୀତି ରହିଛି ପ୍ରଣୟନ କରାଯିବା। ଏହାର ଅତ୍ୟନ୍ତ ଆବଶ୍ୟକତା ରହିଛି," ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ଜାତୀୟ ଶିକ୍ଷାନୀତି ୨୦୨୦ର ପ୍ରଣୟନ ପାଇଁ ସରକାରଙ୍କ ୧୦୦ ଦିନର ଖସଡ଼ା ପ୍ରସ୍ତୁତ-
"ଜାତୀୟ ଶିକ୍ଷାନୀତି ୨୦୨୦ ର ପ୍ରଣୟନ ପାଇଁ ସରକାରଙ୍କ ୧୦୦ ଦିନର ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହାରି ମଧ୍ୟରେ ଆମେ ବିଭିନ୍ନ ପ୍ରକାରର ଯୋଜନା ବିଷୟରେ ଆଲୋଚନା କରାଯାଇଛି ।ଏହାକୁ ଲାଗୁ କରିବାର ପ୍ରଥମ ଦିଗରେ ଆଜି ବିଭିନ୍ନ ବିଶ୍ଵବିଦ୍ୟାଳୟର କୁଳପତିମାନଙ୍କ ସହ ମହାବିଦ୍ୟାଳୟ ଅଧକ୍ଷଙ୍କ ମତ ନିଆଯାଇଛି । ଉଚ୍ଚ ଶିକ୍ଷାନୀତି ଚଳିତ ବର୍ଷ ପ୍ରାୟ ଲାଗୁ କରିବା ପାଇଁ ଜାତୀୟ ଶିକ୍ଷାନୀତିର ଲକ୍ଷ ରହିଥିବା ବେଳେ ବିଶେଷ ଭାବରେ କୌଶଳ ( ସ୍କିଲିଂ) ଉପରେ ଗୁରୁତ୍ବ ଦିଆଯାଇଛି," ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ।
ଜାତୀୟ ଶିକ୍ଷାନୀତି କଣ-
ଜାତୀୟ ଶିକ୍ଷାନୀତି ହେଉଛି ପୂର୍ଣ୍ଣ ମାନବିୟ କ୍ଷମତା ପ୍ରାପ୍ତ କରିବା ପାଇଁ ଏକ ନ୍ୟାୟ ସଂଗତ ଓ ସମନତାଯୁକ୍ତ ସମାଜର ବିକାଶ ତଥା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ଗୁଣାତ୍ମକ ଶିକ୍ଷା ପାଇଁ ସାର୍ବଜନୀନ ସୁଯୋଗ ସୃଷ୍ଟି କରିବା ପାଇଁ ଭାରତ କ୍ରମାଗତ ପ୍ରଚେଷ୍ଟା ଜାରି ରହିଛି । ଆର୍ଥିକ ବିକାଶ ସାମାଜିକ ନ୍ୟାୟ ଓ ସମାନତା ବୈଜ୍ଞାନିକ ପ୍ରଗତି ଜାତୀୟ ସଂହତି ଓ ସାଂସ୍କୃତିକ ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଯାଉଛି । ଏହା ହେଉଛି ଏକ ବିଂଶ ଶତାବ୍ଦୀରେ ପ୍ରଥମ ଶିକ୍ଷାନୀତି ଏବଂ ଆମ ଦେଶର କ୍ରମବଦ୍ଧିଷ୍ଣୁ ବିକାଶମୂଳକ ଆବଶ୍ୟକତାକୁ ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଉଚ୍ଚଶିକ୍ଷା ସମ୍ବନ୍ଧୀୟ ମୁଖ୍ୟ ଉଦ୍ଦେଶ୍ୟ -
ଉଚ୍ଚ ଶିକ୍ଷା ସମ୍ବନ୍ଧୀୟ ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ବିଭାଜନକୁ ବନ୍ଦ କରି ବୃହତ ବହୁ ବିଷୟକ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ଉଚ୍ଚ ଶିକ୍ଷା ଅନୁଷ୍ଠାନ, କ୍ଲଷ୍ଟର/ ଜ୍ଞାନ କେନ୍ଦ୍ରରେ ପରିଣତ କରିବା । ୩୦୦୦ କିମ୍ବା ଅଧିକ ଶିକ୍ଷାର୍ଥୀ ରହିବେ । ଉଚ୍ଚ ଶିକ୍ଷାର ଏହି ଦୃଷ୍ଟି ଦେବା ପାଇଁ ବିଶେଷ ଭାବରେ ଉଚ୍ଚ ଶିକ୍ଷାନୁଷ୍ଠାନ ବିଶ୍ଵବିଦ୍ୟାଳୟ କିମ୍ବା ଏକ ମହାବିଦ୍ୟାଳୟ ଗଠନ ପାଇଁ ନୂତନ ଧାରଣା ବୁଝାମଣାର ଆବଶ୍ୟକ ଅଟେ । ଯାହା ଶିକ୍ଷାଦାନ ଗବେଷଣା ଗୋଷ୍ଟୀ ସମ୍ପର୍କ ସହିତ ସ୍ନାତକ ପାଠ୍ୟକ୍ରମ ପ୍ରଧାନ କରିଥାଏ । ଶିକ୍ଷାଦାନ ଓ ଗବେଷଣା ବ୍ୟତୀତ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ରହିବ, ଯାହାକୁ ସେମାନେ ଉପଯୁକ୍ତ ସମ୍ବଳ ଯୋଗାଡ କରିବା ପ୍ରୋତ୍ସାହନ ଓ ସଂରଚନା ମାଧ୍ୟମରେ ସମ୍ପାଦନା କରିବେ ।
ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିନ୍ନ ଭିନ୍ନ ଢାଞ୍ଚା ରେ ସ୍ନାତକୋତ୍ତର-
. ୩ ବର୍ଷର ସ୍ନାତକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିବା ଶିକ୍ଷାର୍ଥୀଙ୍କ ପାଇଁ ୨ ବର୍ଷର ସ୍ନାତକୋତ୍ତର କାର୍ଯ୍ୟକ୍ରମ, ଯେଉଁଥିରେ ୨ୟ ବର୍ଷ ସମ୍ପୂର୍ଣ ଭାବେ ଗବେଷଣା ପାଇଁ ଉଦ୍ଧିଷ୍ଟ ରହିବ
. ଗବେଷଣା ସହିତ ୪ ବର୍ଷର ସ୍ନାତକ କାର୍ଯ୍ୟକ୍ରମ ସମାପ୍ତି କରିଥିବା ଶିକ୍ଷାର୍ଥୀଙ୍କ ପାଇଁ ଏକ ବର୍ଷର ସ୍ନାତକୋତ୍ତର କାର୍ଯ୍ୟକ୍ରମ ହୋଇପାରେ
. ଏକ ସନନ୍ୱତ ୫ ବର୍ଷର ସ୍ନାତକ/ ସ୍ନାତକୋତ୍ତର କାର୍ଯ୍ୟକ୍ରମ ହୋଇପାରେ। PHD କରିବା ପାଇଁ ଗବେଷଣା ସହିତ ସ୍ନାତକୋତ୍ତର ଡିଗ୍ରୀ କିମ୍ବା ୪ ବର୍ଷର ସ୍ନାତକ ଡିଗ୍ରୀ ଆବଶ୍ୟକ ଅଟେ। ଏହା ସହ M.Phil ବନ୍ଦ ହୋଇଯିବ
ଏହା ସହ IITs, iims ଇତ୍ୟାଦି ଭଳି ସାମଗ୍ରିକ ତଥା ବହୁ ବିଷୟକ ଶିକ୍ଷା ପାଇଁ ମଡେଲ ସର୍ବୋଚାନିକ ବିଶ୍ଵବିଦ୍ୟାଳୟ ( Multidisciplinary Education and Research University) ପ୍ରତିଷ୍ଠା କରାଯିବ। ବିଶେଷ ଭାବରେ ଏହାର ଲକ୍ଷ୍ୟ ଗୁଣାତ୍ମକ ଶିକ୍ଷାରେ ସର୍ବୋଚ୍ଚ ବିଶ୍ବସ୍ତରୀୟ ମାନକ ହାସଲ କରିବା। ସେମାନେ ସମଗ୍ର ଭାରତରେ ବହୁ ବିଷୟକ ଶିକ୍ଷା ପାଇଁ ସର୍ବୋଚ୍ଚ ମାନସ ସ୍ଥିର କରିବାରେ ମଧ୍ୟ ସାହାଯ୍ୟ କରିବେ।