ETV Bharat / state

ରାଉରକେଲାବାସୀଙ୍କ ପାଇଁ ଖୁସି ଖବର, ଏଣିକି ସହଜରେ ମିଳିବ ଡ୍ରାଇଭିଂ ଲାଇସେନ୍ସ - AUTOMATED DRIVING TEST

Automated Driving Test Start: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ହେବାକୁ ପଡିବନି ହଇରାଣ । ଆଜି ଠାରୁ ରାଉରକେଲାରେ ଅଟୋମେଟେଡ଼ ଡ୍ରାଇଭିଂ ଟେଷ୍ଟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 27, 2024, 8:20 PM IST

Automated Driving Test Start:
Automated Driving Test Start: (ETV Bharat Odisha)

ରାଉରକେଲା: ବର୍ତ୍ତମାନ ସୁରୁଖୁରୁରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ଆଉ ହେବାକୁ ପଡ଼ିବ ନାହିଁ ହଇରାଣ ହରକତ । ଭଲ ଭାବରେ ଟେଷ୍ଟ ଦେଲେ ବର୍ତ୍ତମାନ ମିନିଟ ମଧ୍ୟରେ ଜାଣି ପାରିବେ ନିଜର ଡ୍ରାଇଭିଂ ଟେଷ୍ଟ ରେଜଲ୍ଟ । ବର୍ତ୍ତମାନ ରାଉରକେଲାରେ ଆରମ୍ଭ ହେଲା ଅଟୋମେଟେଡ଼ ଡ୍ରାଇଭିଂ ଟେଷ୍ଟ ଷ୍ଟେସନ । ଆଜି ଠାରୁ ରାଉରକେଲାରେ ଅଟୋମେଟେଡ଼ ଡ୍ରାଇଭିଂ ଟେଷ୍ଟ ଦେଇଛନ୍ତି ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀ । ବର୍ତ୍ତମାନ ଆଉ ଦଲାଲ ବା ଆଉ ମିଡ଼ିଲ ମ୍ୟାନ ବର୍ତ୍ତମାନ ଆଉ ରହିବେ ନାହିଁ ।

Automated Driving Test Start (ETV Bharat Odisha)

ବର୍ତ୍ତମାନ ଅନଲାଇନରେ ଆବେଦନକାରୀ ସିଧାସଳଖ ଆବେଦନ କରି ବିନା କୌଣସି ଠକାମିର ଶିକାର ହୋଇ ପାଇବେ ଲାଇସେନ୍ସ । ଏହି ଅଟୋମେଟେଡ଼ ଟେଷ୍ଟ ପ୍ରକଳ୍ପର ଅଂଶବିଶେଷ ସ୍ବରୂପ ଟେଷ୍ଟ ସେଣ୍ଟରରେ ଉଚ୍ଚମାନର କ୍ୟାମେରା ଲଗାଯାଇଛି ଏବଂ ଏହି କ୍ୟାମେରାରେ ସବୁ ରେକର୍ଡ ହେବ ଯାହା ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ସମୟରେ ଜଣେ ଆବେଦନକାରୀଙ୍କ ସମସ୍ତ ତଥ୍ୟକୁ କ୍ୟାମେରାରେ କଏଦ କରିବ । ଗାଡି ଭିତରେ ସ୍ମାର୍ଟ ଫୋନ ଦ୍ବାରା ଡ୍ରାଇଭରର ସତ୍ୟତା ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ରାଜଧାନୀରେ 'ଡ୍ରଙ୍କନ ଡ୍ରାଇଭ', ମାସକରେ ୬୪୩ ଦାମୀ ଗାଡି ସିଜ୍ - Luxury Vehicles Seized

ଗାଡି କିଏ ଚଳାଉଛି ଏବଂ କିଭଳି ଚଳାଉଛି ନା କିଏ ତାକୁ ମ୍ୟାନିପୁଲେଟ କରିବାକୁ ଚେଷ୍ଟା କରୁଛି ଗାଡ଼ିରେ ରହି ବା ଫୋନ କଲରେ ରହି ତାହା ରେକର୍ଡ କରିବ । ଏହି ସମ୍ପୂର୍ଣ୍ଣ ଗାଡି ଚାଳନା ସଫ୍ଟଓୟାର ଦ୍ବାରା କ୍ୟାମେରାରେ କଏଦ ହୋଇ ଲାଇଭ ଫିଡ଼ କଣ୍ଟ୍ରୋଲ ରୁମକୁ ପ୍ରଦାନ କରେ ଏବଂ ଏହି ବିବରଣୀ ଆଧାରରେ ଫଳାଫଳ ଘୋଷଣା କରିବ । ଜଣେ ଆବେଦନକାରୀ ନିଜ ଦକ୍ଷତା ଆଧାରରେ ପାସ୍ କରିବେ କିମ୍ବା ଫେଲ୍ ହୋଇଥିବେ ତାହା ଜଣାପଡିବ । ତେବେ ମୋଟ 24ଟି କ୍ୟାମେରା ରାଉରକେଲା ଅଟୋମେଟେଡ଼ ଡ୍ରାଇଭିଂ ଟେଷ୍ଟ ସେଣ୍ଟରରେ ଲାଗିଛି ଯାହା ସମସ୍ତ ଗତିବିଧିକୁ ରେକର୍ଡ କରୁଛି ।

ରାଉରକେଲା RTO କହିଛନ୍ତି ଯେ ଯେହେତୁ ରାଜ୍ୟର ବିଭିନ୍ନ RTOରେ ଦଲାଲ ମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିଲା ଏବଂ ଲୋକେ ସୁବିଧା ସୁଯୋଗରେ ଲାଇସେନ୍ସ ପାଇବା ବଦଳରେ ହଇରାଣ ହେଉଥିଲେ । ଦଲାଲ ସେମାନଙ୍କ ଠାରୁ ଅଧିକ ଟଙ୍କା ହଡ଼ପ କରିଥିଲେ ତେବେ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବା ପାଇଁ ଏହି ବ୍ୟବସ୍ଥା ସରକାର ଗ୍ରହଣ କରିଛନ୍ତି । ସମ୍ପୂର୍ଣ୍ଣ ଭାବରେ ସିଗନାଲ ସହ ସେନ୍ସର ଏବଂ କ୍ୟାମେରା ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟବସ୍ଥା କରାଯାଇଛି ଏବଂ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବିନା କୌଣସି ଦ୍ଵନ୍ଦରେ ଲାଇସେନ୍ସ ଆବେଦନକାରୀ ଲାଇସେନ୍ସ ପାଇ ପାରିବେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.