ETV Bharat / state

ଓଡ଼ିଶା ବାୟୋଟେକ୍ନୋଲୋଜି ନୀତି ୨୦୨୪କୁ କ୍ୟାବିନେଟର ଗ୍ରୀନ ସିଗ୍ନାଲ - ଓଡିଶା ବାୟୋଟେକ୍ନୋଲୋଜି ନୀତି

Biotechnology Policy 2024: ଓଡ଼ିଶା ବାୟୋଟେକ୍ନୋଲୋଜି ନୀତି ୨୦୨୪କୁ ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରୀ । ଅଧିକ ପଢନ୍ତୁ

ବାୟୋଟେକ୍ନୋଲୋଜି ନୀତି
odisha biotechnology policy 2024
author img

By ETV Bharat Odisha Team

Published : Jan 23, 2024, 8:55 AM IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଓଡ଼ିଶା ବାୟୋଟେକ୍ନୋଲୋଜି ନୀତି ୨୦୨୪କୁ ମଞ୍ଜୁରୀ । ଏହା ଓଡ଼ିଶାର ସମୃଦ୍ଧ ଜୈବ ବିବିଧତା ସହିତ ଦୃଢ଼ ଶୈକ୍ଷିକ ଏବଂ ଗବେଷଣା ପରିବେଶ, ଜୈବ ଶିଳ୍ପର ବିକାଶ ପାଇଁ ଉତ୍କୃଷ୍ଟ ସୁଯୋଗ ସୃଷ୍ଟି କରିବ । ନିରନ୍ତର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବାୟୋଟେକ୍ସୋଲୋଜିର କ୍ଷମତାକୁ ଉପଯୋଗ କରିବାକୁ ଏହି ନୀତି କରାଯାଇଛି । ରାଜ୍ୟର ବାୟୋଟେକ୍ସୋଲୋଜି ପରିମଣ୍ତଳକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ବାୟୋଟେକ଼ୋଲୋଜି ନୀତି ୨୦୨୪ର ପରିକଳ୍ପନା କରାଯାଇଛି ।

ବାୟୋଟେକ୍ଲୋଲୋଜି ଓଡ଼ିଶା ପାଇଁ ଉଦୀୟମାନ କ୍ଷେତ୍ର ଭାବେ ମାନ୍ୟତା ପ୍ରଦାନ ପାଇଁ ବାୟୋଟେକ୍ନୋଲୋଜି ନୀତିରେ ନିବେଶକ ଏବଂ ଅଂଶୀଦାରମାନଙ୍କୁ ଆକର୍ଷିତ କରିବା ଓ ଏକତ୍ର କରିବାକୁ ପ୍ରୟାସ କରାଯାଉଛି । ଏଥି ସହିତ ସେମାନଙ୍କୁ ଏକ ସମୃଦ୍ଧ ଓ ସଶକ୍ତ ବାୟୋଟେକ୍ସୋଲୋଜି ପରିମଣ୍ତଳ ସୃଷ୍ଟି କରିବା ନିମନ୍ତେ ମଧ୍ୟ ପ୍ରୟାସ କରାଯାଉଛି । ଓଡିଶା ବାୟୋଟେକ୍ସୋଲୋଜି ପାଇଁ ଏକ ପ୍ରମୁଖ ନିବେଶ ଯାନ ଭାବରେ ଚିହ୍ନିତ କରିବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ । ଏହି ନୀତି ବାୟୋଟେକ୍ସୋଲୋଜିର ଉଚ୍ଚଶିକ୍ଷା, ଗବେଷଣା ଏବଂ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହନ ଦେବ ।

ସେହିପରି ଇନୋଭେସନ, ଇନକ୍ୟୁବେୟନ, ନିବେଶ, ଆୟ ଏବଂ ଉଦ୍ୟୋଗ ତଥା ଉଦ୍ୟୋଗ ନିର୍ମାଣ ପାଇଁ ପ୍ରଭାବୀ ବାତାବରଣକୁ ବିକଶିତ କରିବ ଏବଂ ସୁଦୃଢ଼ କରିବ । ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ସକାଶେ ଶୈକ୍ଷିକ ଉତ୍କର୍ଷ, ଦକ୍ଷତା ଏବଂ ଦକ୍ଷତା ବିକାଶକୁ ବାସ୍ତବ ରୂପ ଦେବ । ଉତ୍ପାଦ/ ପ୍ରକ୍ରିୟା ବିକାଶ, ବ୍ୟବସାୟୀକରଣ ଏବଂ ଆଇପି ମୁଦ୍ରୀକରଣକୁ ପ୍ରୋତ୍ସାହନ ଦେବ । ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଜୈବ ପ୍ରଯୁକ୍ତି ଉଦ୍ଭାବନ/ ଜ୍ଞାନର ଉପଯୋଗ ମଧ୍ୟ କରିବ ।

ଏହା ମଧ୍ୟ ପଢନ୍ତୁ-ଗ୍ଲୋବାଲ ବାୟୋ ଇଣ୍ଡିଆ: ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାରେ ବିପୁଳ ସମ୍ଭାବନା

ଓଡ଼ିଶା ବାୟୋଟେକ୍ସୋଲୋଜି ନୀତି ୨୦୨୪ ଅଧୀନରେ ମିଳୁଥିବା ପ୍ରୋତ୍ସାହନ :-

୧. ରାଜ୍ୟ ଏଜେନ୍ସି କିମ୍ବା ଘରୋଇ କ୍ଷେତ୍ର ଦ୍ବାରା ପ୍ରୋତ୍ସାହିତ ବାୟୋଟେକ ପାର୍କର ବିକାଶ ପାଇଁ ସହାୟତା ।

୨. ବାୟୋଟେକ୍ନୋଲୋଜି ୟୁନିଟଗୁଡ଼ିକୁ ପ୍ଲାଣ୍ଟ ଏବଂ ମେସିନାରୀରେ ପ୍ରକୃତ ନିବେଶ ଉପରେ ପୁଞ୍ଜି ନିବେଶ ପ୍ରଦାନ ।

୩. ରାଜ୍ୟରେ କାର୍ଯ୍ୟରତ ବୃହତ ଓ ଅତି ବୃହତ ବାୟୋଟେକ୍ସୋଲୋଜି ୟୁନିଟଗୁଡ଼ିକୁ ଉଚ୍ଚମାନର ଟେକ୍ନୋଲୋଜି ବ୍ୟବହାର କରି ବାୟୋଟେକ୍ସୋଲୋଜିର ପ୍ରମୁଖ କ୍ଷେତ୍ରରେ ଉତ୍ପାଦନ ୟୁନିଟ ସ୍ଥାପନ ପାଇଁ ସଙ୍ଗେ ସଙ୍ଗେ ଲୋନ ସହାୟତା ପ୍ରଦାନ ।

୪. ବାୟୋଟେକ୍ନୋଲୋଜି କ୍ଷେତ୍ର ଅତ୍ୟାଧୁନିକ ପ୍ରଯୁକ୍ତି ଆବଶ୍ୟକତା ରହିଛି । ଯାହାକୁ ସମୟ ସମୟରେ ହାସଲ କରିବା ଏବଂ ଉନ୍ନତ କରିବା ଆବଶ୍ୟକ । ଯୋଗ୍ୟ ବାୟୋଟେକ୍ନୋଲୋଜି ୟୁନିଟଗୁଡ଼ିକୁ ଟେକ୍ନୋଲୋଜି ଅଧିଗ୍ରହଣ ଓ ଅପଡେମନ୍‌ ନିମନ୍ତେ ସମ୍ମତି ପ୍ରଦାନ ।

୫. ଯୋଗ୍ୟ ବାୟୋଟେକ୍ନୋଲୋଜି ୟୁନିଟଗୁଡ଼ିକୁ ନିଯୁକ୍ତି ସୃଷ୍ଟି ପ୍ରୋତ୍ସାହନ ଲାଭ ଦିଆଯିବ । ଯାହା କେବଳ ବାୟୋଟେକ୍ନୋଲୋଜି ଆଧାରିତ ବୈଷୟିକ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବ।

୬. ରାଜ୍ୟରେ କାର୍ଯ୍ୟ କରୁଥୁବା ବାୟୋଟେକ୍ନୋଲୋଜି ୟୁନିଟଗୁଡ଼ିକରେ ପେଟେଣ୍ଟ ଜିଆଇ, ଟ୍ରେଡମାର୍କ ଓ ଡିଜାଇନ ପଞ୍ଜୀକରଣ ପାଇଁ ଦେୟ ପ୍ରଦାନ ।

୭. ବାୟୋଟେକ୍ନୋଲୋଜି ୟୁନିଟ ଗୁଡ଼ିକୁ ନୀତି ଅବଧି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗୁଣବତ୍ତା ସାର୍ଟିଫିକେଟ ହାସଲ ପାଇଁ ଆର୍ଥିକ ସହାୟତା ପ୍ରଦାନ ।

୮. ଯୋଗ୍ୟ ବାୟୋଟେକ୍ନୋଲୋଜି ୟୁନିଟ/ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ଜାତୀୟ କିମ୍ବା ଅନ୍ତର୍ଜାତୀୟ ଇଭେଣ୍ଟରେ ସେମାନଙ୍କ ଉତ୍ପାଦ କିମ୍ବା ଟେକ୍ନୋଲୋଜି ପ୍ରଦର୍ଶନ ପାଇଁ ଆର୍ଥିକ ସହାୟତା ପ୍ରଦାନ ।

ରାଜ୍ୟରେ ବାୟୋଟେକ୍ନୋଲୋଜିର ବିକାଶ ପାଇଁ ନୀତିରେ ପରିକଳ୍ପିତ ବିଭିନ୍ନ କାର୍ଯ୍ୟର ପ୍ରଭାବୀ କାର୍ଯ୍ୟାନ୍ଵୟନ, ତଦାରଖ ଓ ମୂଲ୍ୟାୟନ ପାଇଁ ଏକ ଉତ୍ସର୍ଗୀକୃତ ବାୟୋଟେକ୍ନୋଲୋଜି ନିର୍ଦ୍ଦେଶାଳୟ ଗଠନ କରାଯିବ । ସରକାର ଓଡ଼ିଶା ବାୟୋଟେକ ଭିଜନ ଗୃପ (ଓବିଭିଜି) ଗଠନ କରିବେ । ଯାହା ବିଭିନ୍ନ ନୀତି ସମ୍ବନ୍ଧୀୟ ପ୍ରସଙ୍ଗରେ ଏକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ । ଓବିଭିଜିରେ ଶିକ୍ଷା, ଗବେଷଣା, ଶିକ୍ପ, ନୀତି, ପ୍ରଶାସନ, ଅର୍ଥ, ମାର୍କେଟିଂ ଆଦି କ୍ଷେତ୍ରର ବିଶେଷଜ୍ଞ ଓ ପେମନାଦାର ସାମିଲ ହେବେ । ଏହ ନୀତି ଓଡ଼ିଶା ସରକାରଙ୍କ ସରକାରୀ ଗେଜେଟରେ ବିଜ୍ଞସ୍ତି ପ୍ରକାଶ ପାଇବା ଦିନଠାରୁ କାର୍ଯ୍ୟକାରୀ ହେବ । ଏହା ୫ ବର୍ଷ ପର୍ଯ୍ୟନ୍ତ କିମ୍ବା ଅନ୍ୟ କୌଣସି ନୀତିରେ ବଦଳା ନହେବା ପର୍ଯ୍ୟନ୍ତ ଲାଗୁ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.