ETV Bharat / state

ଯାତ୍ରୀବାହୀ ବସକୁ ଧକ୍କା ଦେଲା ପିକଅପ ଭ୍ୟାନ, ଡ୍ରାଇଭର ମୃତ

Road Accident: ମାଲକାନଗିରି ଜିଲ୍ଲା କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ ଭ୍ୟାନ ସହ ଯାତ୍ରୀବାହୀ ବସ ଧକ୍କା । ଘଟଣାସ୍ଥଳରେ ବସ ଡ୍ରାଇଭର ମୃତ । ଅଧିକ ପଢନ୍ତୁ,

Road Accident
Road Accident
author img

By ETV Bharat Odisha Team

Published : Mar 19, 2024, 10:22 AM IST

Updated : Mar 19, 2024, 10:54 AM IST

Road Accident

ମାଲକାନଗିରି: ମାଲକାନଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ଧକ୍କା ଦେଲା ରଡ ବୋଝେଇ ପିକଅପ ଭ୍ୟାନ । ଘଟଣାସ୍ଥଳରେ ବସ ଡ୍ରାଇଭର ମୃତ । ମାଲକାନଗିରି ଜିଲ୍ଲା କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ବସ୍ ସହିତ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହେବା କାରଣରୁ ଏହି ଅଘଟଣ ଘଟିଛି।

ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ଯାତ୍ରୀବାହୀ ବସଟି ଏମଭି ୭୯ ଠାରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଥିଲା । ସେହି ସମୟରେ ମାଲକାନାଗିରି ପଟୁ କାଳିମେଳା ଅଭିମୁଖେ ଆସୁଥିବା ପିକଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଏହି ବସ । ଫଳରେ ପିକ୍ଅପ ଭ୍ୟାନରେ ରଡ ଓ ଲୁହା ସାମଗ୍ରୀ ଥିବାରୁ ଲୁହା ରଡ ପଶି ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ତେବେ ବସରେ ବସିଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ସେହିପରି ଅନ୍ୟପଟେ ପିକଅପ ଭ୍ୟନ ଡ୍ରାଇଭର ଗୁରୁତର ଥିବା ବେଳେ ତାଙ୍କୁ କାଲିମେଳା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ରାଜପଥ ପାଲଟୁଛି ମରଣଜନ୍ତା ! ଦେଶରେ ସଡକ ଦୁର୍ଘଟଣା ବୃଦ୍ଧି ଚିନ୍ତାଜନକ

ଏହା ମଧ୍ୟ ପଢନ୍ତୁ- ସଡ଼କ ଦୁର୍ଘଟଣାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର; ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ତେବେ କେଉଁ କାରଣରୁ ଏଭଳି ବଡ଼ ଦୁର୍ଘଟଣା ଘଟିଯାଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଜିଲ୍ଲାରେ ଦିନକୁ ଦିନକୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ପ୍ରଶାସନ ଯେତେ ସଚେତନ କଲେ ମଧ୍ୟ ସଡ଼କ ଦୁର୍ଘଟଣାରେ ବ୍ରେକ ଲାଗିବାରେ ନାଁ ନେଉନାହିଁ । ଅଧିକାଂଶ ସଡ଼କ ଦୁର୍ଘଟଣା ମଦ୍ୟପାନ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ଘଟୁଛି । ଏହି କିଛି ଦିନ ମଧ୍ୟରେ ମାଲକାନଗିରି ଠାରୁ ମଟୁ ମଧ୍ୟରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଦୁର୍ଘଟଣା ଘଟୁଛି ଏବଂ ଏଥିରେ ଲୋକ ମାନଙ୍କର ଜୀବନ ଯାଉଛି । ଏହାକୁ ନେଇ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । କିନ୍ତୁ ଦୁର୍ଘଟଣାର ରୋକିବା ପାଇଁ ପୋଲିସ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ, ଏହା ଲୋକଙ୍କ କାମରେ ଆସୁନାହିଁ ।

ଇଟିଭି ଭାରତ, ମାଲକାନଗିରି

Last Updated : Mar 19, 2024, 10:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.