ପୁରୀ: ରାଜ୍ୟରେ ଜମିଜମା ସମସ୍ୟାକୁ ନେଇ ବଡ କଥା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ''ଆଗାମୀ 5 ବର୍ଷରେ ଓଡିଶାରେ ଭୂମିହୀନ ରହିବେ ନାହିଁ, ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଚର ଓ ସରକାରୀ ଜମି ଜବରଦଖଲ କରିଥିବା ଜମି ମାଫିଆଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ । ପୁରୀରେ ରହିଥିବା ଜମି ସମସ୍ୟାର ସମଧାନ ହେବ । ସରକାରୀ ଜମି ଜବର ଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କ ଜମି ଉପରେ ବୁଲଡୋଜର ଚାଲିବ । '' ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ।
ଭୂମିହୀନଙ୍କୁ 4 ଡିସିମିଲ ଜମି ମାଗଣାରେ:
ଗତକାଲି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ସମୟରେ ପୁରୀରେ ଥିବା ଦୀର୍ଘ ଦିନର ଜମିଜମା ସମ୍ପର୍କିତ ସମସ୍ୟା ଉପରେ ମତ ରଖିଥିଲେ । ସେ କହିଥିଲେ, ଓଡିଶାରେ ଜମିଜମାକୁ ନେଇ ଅନେକ ସମସ୍ୟା ରହିଛି । ମହାପ୍ରଭୁଙ୍କ ନାମରେ ଅନେକ ଜମି ରହିଛି । ପୁରୀ ପୌର ପଳିକା ଅଧୀନରେ ଅନେକ ଜମି ରହିଛି । ଏହି ସମସ୍ୟା ଯୋଗୁଁ ଲୋକ ମାନେ ଅସୁବିଧା ଭୋଗୁଛନ୍ତି । ଏହାର କିଭଳି ସମାଧାନ ହୋଇ ପାରିବ ସେ ନେଇ ଅତୀତରେ କାର୍ଯ୍ୟ କରିଥିବା ଅନେକ ଅଭିଜ୍ଞ ରାଜସ୍ବ ଅଧିକାରୀଙ୍କ ସହ ସରକାର ଯୋଗାଯୋଗରେ ଅଛନ୍ତି । ଜମିଜମା ସମସ୍ୟା ସମାଧାନ ପାଇଁ ସରକାର ଉଦ୍ୟମ କରୁଛନ୍ତି। ଆମ ସରକାର ଭୂମିହୀନ ମାନଙ୍କୁ 4 ଡିସିମିଲ ଜମି ମାଗଣାରେ ଦେବେ । ଯିଏ 4 ଡିସିମିଲ ଜାଗାରେ ଘର କରିଥିବ ଭୂମିହୀନ ଥିଲେ ଉକ୍ତ ଯାଗା ସେହି ବ୍ୟକ୍ତିଙ୍କ ନାମରେ ହେବ । ସରକାର ଆଇନରେ ସଂଶୋଧନ କରିବା ପାଈଁ ନିଷ୍ପତ୍ତି ନେଇଛନ୍ତି।
ଏହା ମଧ୍ୟ ପଢନ୍ତୁ: ପିସି କାରବାର କରୁଥିଲେ ସାବଧାନ; ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ
୩୧ ତାରିଖ ଭିତରେ ସ୍କୁଲକୁ ନିଜସ୍ଵ ପଟ୍ଟା:
''ଯେଉଁ ବ୍ୟକ୍ତି ପୈତୃକ ସମ୍ପତ୍ତି ଏକ ଡିସିମିଲ ପାଇଥିବ ତାକୁ ମଧ୍ୟ ସରକାର ଭୂମି ହିନ ଭାବେ ଗ୍ରହଣ କରିବେ । ଆଦିବାସୀଙ୍କ ଉନ୍ନତି ପାଇଁ ଜଙ୍ଗଲ ଜମିକୁ ଆମେ ମଧ୍ଯ ପଟ୍ଟା ପ୍ରଦାନ କରିବୁ। ଆଗାମୀ 5 ବର୍ଷରେ କେହି ଓଡିଶାରେ ଭୂମିହୀନ ଯେଭଳି ନ ରହିବେ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସବୁ ସ୍କୁଲ ନିଜସ୍ଵ ପଟ୍ଟା ଆଗାମୀ 31 ତାରିଖ ଭିତରେ ପ୍ରଦାନ କରାଯିବା ନେଇ କହିଛନ୍ତି ରାଜସ୍ବ ମନ୍ତ୍ରୀ ।
ଜମି ମାଫିଆ ଜବର ଦଖଲ କରିଥିବା ସ୍ଥାନରେ ବୁଲଡୋଜର ଚାଲିବ:
ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି ମଧ୍ୟ କହିଛନ୍ତି, '' ଗୋଚର ଓ ସରକାରୀ ଜମି ଜବରଦଖଲ କରିଥିବା ଜମି ମାଫିଆଙ୍କ ବିରୋଧ ରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ। ଯେଉଁ ଶିଳ୍ପପତିମାନେ ଶିଳ୍ପ ନାମରେ ଅଧିକ ଜମି ହାତେଇଛନ୍ତି କିନ୍ତୁ ଦୀର୍ଘ 10 ବର୍ଷ ହେବ ଜମି ଅବ୍ୟବହୃତ ହୋଇ ରହିଛି । ତାହାର ସମୀକ୍ଷା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ।''
ଇଟିଭି ଭାରତ, ପୁରୀ