ETV Bharat / state

ମିସ୍ତ୍ରୀଙ୍କ ଝିଅ ହେଲେ ମାଟ୍ରିକ ଟପ୍ପର, ସୁମା ଖାତୁନଙ୍କୁ ଛୁଟିଲା ଶୁଭେଚ୍ଛା - SAMBALPUR MATRIC TOPPER

MATRIC RESULT 2024: ଗତକାଲି ପ୍ରକାଶ ପାଇଥିଲା ରାଜ୍ୟର ଚଳିତ ମାଟ୍ରିକ ପରୀକ୍ଷା ଫଳ । ଏଥର ସମ୍ବଲପୁର ଜିଲ୍ଲା ଟପ୍ପର ହୋଇଛନ୍ତି ବାଲିବନ୍ଧାର ସୁମା ଖାତୁନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 27, 2024, 8:48 PM IST

SAMBALPUR MATRIC TOPPER
SAMBALPUR MATRIC TOPPER (ETV Bharat Odisha)

ଭୁବନେଶ୍ବର: ଦୃଢ ଇଚ୍ଛା ଶକ୍ତି ଥିଲେ କିଛି ବି ଅସାଧ୍ୟ ନୁହେଁ । ଏହା ପ୍ରମାଣ କରିଛନ୍ତି ସମ୍ବଲପୁରର ଜଣେ କୋଠା ମିସ୍ତ୍ରୀଙ୍କ ଝିଅ ସୁମା ଖାତୁନ । ସେ ସରକାରୀ ସ୍କୁଲରେ ପାଠ ପଢି ବିପରୀତ ପରିସ୍ଥିତିରେ ଥାଇ ମଧ୍ୟ ଜିଲ୍ଲାରେ ମାଟ୍ରିକ ଟପ୍ପର ହୋଇଛନ୍ତି । ରାଜମିସ୍ତ୍ରୀଙ୍କ ଝିଅ ହେଲା ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର । ସମ୍ବଲପୁର ସହର ବାଲିବନ୍ଧା ସରକାରୀ ବାଳିକା ହାଇ ସ୍କୁଲର ଛାତ୍ରୀ ସୁମା ଖାତୁନ 92.06% ମାର୍କ ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି ।

ସେ ମୀରାଜୁଲ ହକ୍ ଓ ଆୟେଶା ବିଙ୍କ ଝିଅ । ତାଙ୍କ ଘର ସମ୍ବଲପୁର ସହରର ସୁନାପାଲି ଅଞ୍ଚଳରେ । ସେ ଟିଉସନ ଛଡା ଦୈନିକରୁ ୪ ରୁ ୫ ଘଣ୍ଟା ପାଠ ପଢୁଥିଲେ । ଭବିଷ୍ୟତରେ ସେ ଶିକ୍ଷୟିତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି । ନିଜର ସଫଳତାର ଶ୍ରେୟ ସେ ନିଜ ବାପା, ମାଆ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ସୁମା କହିଛନ୍ତି ଯେ, ତାଙ୍କ ବାପା ତାଙ୍କ ସହ କୌଣସି ପାତର ଅନ୍ତର କରି ନାହାଁନ୍ତି । ପାଠ ପଢା ପାଇଁ ଯେତେବେଳେ ଯାହା ଦରକାର ହୋଇଛି ବାପା ସବୁ ଆଣିକି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ନବରଙ୍ଗପୁର ମାଟ୍ରିକ ଟପ୍ପର ସମୀକ୍ଷା, ଡାକ୍ତର ହେବାକୁ ତାଙ୍କର ଇଚ୍ଛା - BSE MATRIC RESULT

ସେହିପରି ତାଙ୍କ ବାପା ମୀରାଜୁଲ କହିଛନ୍ତି ଯେ, ତାଙ୍କ ପୁଅ ଓ ଝିଅଙ୍କ ମଧ୍ୟରେ ସେ କେବେ ବି ଭେଦ ଭାବ କରି ନାହାଁନ୍ତି । ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ ସମସ୍ତଙ୍କୁ ସେ ପାଠ ପଢ଼େଇବେ । ଝିଅର ଏହି ସଫଳତା ପାଇଁ ସମସ୍ତେ ବେଶ ଖୁସି ଅଛନ୍ତି । ସୁମାଙ୍କ ଏହି ସଫଳତା ପାଇଁ ବାଲିବନ୍ଧା ବାଳିକା ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ବେଶ ଖୁସି । ସେପଟେ ସୁମାଙ୍କୁ ଆଜି ସ୍କୁଲ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି । ଏହା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ସେ ଆଜି ଭେଟିଛନ୍ତି ।

ପ୍ରକାଶ ଯୋଗ୍ୟ, ଗତକାଲି ପ୍ରକାଶ ପାଇଛି ରାଜ୍ୟର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଝିଅଙ୍କ ପାସ୍ ହାର 96.73 ପ୍ରତିଶତ ରହିଥିବା ବେଳେ ଓ ପୁଅଙ୍କ ପାସ୍‌ ହାର 95.39 ପ୍ରତିଶତ ରହିଛି । ମୋଟ 5, 41,61 ଜଣ ପରୀକ୍ଷା ଦେଇ ଥିବାବେଳେ 5,30,153 ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.