ETV Bharat / state

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ପ୍ରଥମ ଦିନରୁ AI ଧରିଲା ତୃଟି - AI Assisted CCTV Survillance

BSE Matric Examination 2024 Begins: ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ । ପ୍ରଥମଥର ପାଇଁ ପରୀକ୍ଷା ପରିଚାଳନାରେ ଏ ଆଇର ବ୍ୟବହାର କରାଯାଇଥିବା ବେଳେ ବ୍ୟତିକ୍ରମ ହୋଇଥିବା ଜିଲ୍ଲାର DEO ମାନଙ୍କୁ କଡା ଚେତାବନୀ ଦେଇଛି ବୋର୍ଡ । ଅଧିକ ପଢନ୍ତୁ

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ପ୍ରଥମ ଦିନରୁ ଏ ଆଇ ଧରିଲା ତୃଟି

author img

By ETV Bharat Odisha Team

Published : Feb 20, 2024, 8:03 PM IST

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ପ୍ରଥମ ଦିନରୁ ଏ ଆଇ ଧରିଲା ତୃଟି

କଟକ: ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ । ପ୍ରଥମ ଦିନରେ ମାତୃଭାଷାର ପରୀକ୍ଷା ଥିବା ବେଳେ ବେଶ ଉତ୍ସାହର ସହିତ ପିଲାମାନେ ପରୀକ୍ଷା ଦେଇଛନ୍ତି । ପୂର୍ବରୁ ମାଟ୍ରିକ ଏକଜାମ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବୋର୍ଡ କର୍ତୃପକ୍ଷ କୌଣସି ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା ନ ହେବା ପାଇଁ ଯତ୍ନବାନ ହୋଇଛି । ଏଥର ପରୀକ୍ଷାର ସୁପରିଚାଳନାରେ ବ୍ୟବହାର ହୋଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ । ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ପ୍ରବେଶ ସମୟରେ ଯାଞ୍ଚ ପ୍ରକ୍ରିୟା ରେ ନିୟମ ଉଲଂଘନ ସମେତ ହଲ ଭିତରେ ବେଞ୍ଚ ଡେସ୍କ ବ୍ୟବସ୍ଥିତ ଢଙ୍ଗରେ ନପଡିବା ଘଟଣାକୁ ମଧ୍ୟ ଠାବ କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।

ଏନେଇ ବୋର୍ଡ ସଭାପତି ଅସନ୍ତୋଷ ଜାହିର କରିବା ସହ ଏହା ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ସଜାଗ ରହିବାକୁ ସମ୍ପୃକ୍ତ ଜିଲ୍ଲାର DEO ମାନଙ୍କୁ କଡା ଚେତାବନୀ ଦେଇଛି । ପରୀକ୍ଷା ଆରମ୍ଭ ରୁ ବୋର୍ଡ କାର୍ଯ୍ୟାଳୟରେ ଲାଗିଥିବା ଏହି ନୂଆ ବ୍ୟବସ୍ଥାରେ ବିଭିନ୍ନ କେନ୍ଦ୍ରରେ ଚାଲୁଥିବା ପରୀକ୍ଷାର ସମୀକ୍ଷା କରିଥିଲେ ବୋର୍ଡ କର୍ତ୍ତୃପକ୍ଷ । ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ନିଜେ କଣ୍ଟ୍ରୋଲ ରୁମ ରେ ଉପସ୍ଥିତ ରହି ପରୀକ୍ଷାର ଟିକନିକ ତଥ୍ୟ ଏହି ନୂତନ ପଦ୍ଧତି ମାଧ୍ୟମରେ ସମୀକ୍ଷା କରିଥିଲେ । ତେବେ ପ୍ରଥମ ଦିନ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଚାଲିଛି ମାଟ୍ରିକ ପରୀକ୍ଷା; ଦେଖନ୍ତୁ କେମିତି ରହିଛି ସ୍ଥିତି, କ'ଣ କହୁଛନ୍ତି ପିଲା

ସେହିପରି ଆଜି ସକାଳ ୭ ଟା ୩୦ ରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ର ଭିତରେ ପ୍ରବେଶ କରିଥିଲେ । ନିଜ ନିଜର ଆଡ଼ମିଟ କାର୍ଡକୁ ଧରି କେନ୍ଦ୍ରକୁ ପ୍ରବେଶ କରିଥିଲେ ପରୀକ୍ଷାର୍ଥୀ । ଛାତ୍ରଛାତ୍ରୀଙ୍କ ଉପଯୁକ୍ତ ଢଙ୍ଗରେ ଯାଞ୍ଚ କରାଯାଇଥିଲା । ପ୍ରଥମ ଦିନର ପରୀକ୍ଷା ଭଲ ହୋଇଥିବା କଥା ପରୀକ୍ଷାର୍ଥୀ ମାନେ କହିଛନ୍ତି । ପୂର୍ବରୁ ବିଭିନ୍ନ ପ୍ରକାର ସମ୍ଭାବିତ ପ୍ରଶ୍ନର ଅଭ୍ୟାସ ତାଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି କହିଛନ୍ତି ବିଦ୍ୟାର୍ଥୀ ମାନେ । ମାତୃଭାଷାରେ ସହଜ ପ୍ରଶ୍ନ ଆସିଥିଲା ଏବଂ ସମୟକୁ ଉପଯୋଗ କରି ଉତ୍ତର ଲେଖିଥିବା ଛାତ୍ରଛାତ୍ରୀ ମାନେ କହିଛନ୍ତି ।

ସେହିପରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପାଇଁ ଯେଉଁ ସମୟ ନିର୍ଘଣ୍ଟ କରାଯାଇଛି ତାକୁ ନେଇ ପରୀକ୍ଷାର୍ଥୀମାନେ ଅସନ୍ତୋଷ ଜାହିର କରିଛନ୍ତି । ପରୀକ୍ଷାର ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ ହଲରେ ବସି ରହିବା ଅନେକ ଛାତ୍ରଛାତ୍ରୀଙ୍କୁ ବୋର ଲାଗିଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୪ ତାରିଖ ପର୍ଖ୍ୟନ୍ତ ଚାଲିବ । ରାଜ୍ୟର ମୋଟ ୨ ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ । ତେବେ ତୃଟି ହୋଇଥିବା ପରୀକ୍ଷା କେନ୍ଦ୍ରର ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବୋର୍ଡ କାରଣ ଦର୍ଶାଅ ନୋଟିସ ଦିଆଯିବ ବୋଲି କହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.