ETV Bharat / state

ଉଜୁଡି ଗଲା ହସ ଖୁସିର ସଂସାର, ସାପ ଦଂଶନରେ ଆଖି ବୁଜିଲେ ଭାଇ-ଭଉଣୀ - Snake Bite Death

author img

By ETV Bharat Odisha Team

Published : Jul 25, 2024, 9:49 PM IST

Snake Bite Death: ଘରେ ଶୋଇଥିବା ବେଳେ ଦଂଶିଲା ବିଷାକ୍ତ ସାପ । ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ବିବିନା ଗ୍ରାମର ମୋନିକା ସାଗର ଓ ତାଙ୍କ ଭାଇ ଭାବଗ୍ରାହୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

TWO MINOR CHILD DIED DUE TO SNAKE BITE IN BALANGIR
TWO MINOR CHILD DIED DUE TO SNAKE BITE IN BALANGIR (ETV Bharat Odisha)

ବଲାଙ୍ଗୀର: ବିଷାକ୍ତ ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ । ଘରେ ଶୋଇଥିବା ବେଳେ କାମୁଡିଲା ବିଷାକ୍ତ ସାପ । ପ୍ରାଣ ହରାଇଲେ ଭାଇ-ଭଉଣୀ । ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ବିବିନା ଗ୍ରାମରେ । ଗ୍ରାମର ବିକାଶ ସାଗରଙ୍କ ଦୁଇ ଶିଶୁ, 6 ବର୍ଷର ମୋନିକା ସାଗର ଓ ତାଙ୍କ ଭାଇ 9 ବର୍ଷର ଭାବଗ୍ରାହୀ ସାଗରଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ପରିବାର ଲୋକଙ୍କ କହିବା ଅନୁସାରେ ଗତ(ବୁଧବାର) ରାତିରେ ସମସ୍ତେ ହସ ଖୁସିରେ ଖିଆ ପିଆ କରି ଶୋଇବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଝିଅ ମୋନିକା ସାଗର ଅସୁସ୍ଥ ଲାଗିବାର କହିଥିଲେ । ସେହିପରି ତାଙ୍କ ସହ ତାଙ୍କ ଭାଇ ଭାବଗ୍ରାହୀ ସାଗର ମଧ୍ୟ ଅସୁସ୍ଥ ହୋଇଥିଲେ । ଯେଉଁଥିରେ ସେମାନଙ୍କର ବାନ୍ତି ହେବା ସହ ନିଃଶ୍ୱାସ ପ୍ରଶ୍ବାସ ନେବାରେ କଷ୍ଟ ହୋଇଥିଲେ । ସେପଟେ ପରିବାର ଲୋକେ ତାଙ୍କୁ ତୁରନ୍ତ ସଇଁତଳା ଡାକ୍ତରଖାନାକୁ ନେଇଥିଲେ । ସେଠି ଦୁଇ ଭାଇ ଭଉଣୀଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପରୀକ୍ଷାରୁ ଉଭୟଙ୍କୁ ବିଷାକ୍ତ ସାପ କାମୁଡି ଥିବାର ଜଣା ପଡିଥିଲା । ସେପଟେ ଡାକ୍ତରଙ୍କ ଅନେକ ଚେଷ୍ଟା ସତ୍ତ୍ଵେ ମଧ୍ୟ ଉଭୟ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଥିଲା ।

ତେବେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସେପଟେ ପରିବାର ଲୋକେ ଘରେ ଖୋଜାଖୋଜି କରିବାରୁ ବିଷାକ୍ତ ସାପଟି ତାଙ୍କ ବିଛଣାରୁ ଉଦ୍ଧାର ହୋଇଛି । ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି । ମୃତକଙ୍କ ସମ୍ପର୍କୀୟ ଶେଷଦେବ ସାଗର କହିଛନ୍ତି ଯେ, ଘରେ ସମସ୍ତେ ଖିଆପିଆ କରି ଶୋଇବାକୁ ଯାଇଥିଲେ । ରାତିରେ ହଠାତ୍ ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଥିଲା । ତେବେ ସେମାନେ ଶୀଘ୍ର ଦୁଇ ଜଣଙ୍କୁ ସଇଁତଳା ଡାକ୍ତରଖାନା ଓ ପରେ ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଏହା ମଧ୍ୟ ପଢନ୍ତୁ....ଆଜି ବିଶ୍ୱ ସର୍ପ ଦିବସ: କେତେ ପ୍ରଭାବୀ ଆଣ୍ଟିଭେନମ, କେମିତି ବଞ୍ଚାଇବେ ଜୀବନ - World Snake Day 2024

ସୂଚନା ଅନୁସାରେ ବଲାଙ୍ଗୀରରେ ଚଳିତ ବର୍ଷ ସର୍ପ ଦଂଶନ ବଢ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଏଥର ଅଧିକ ରହିଛି । ତେବେ ଓଡିଶାରେ ବିଗତ ପାଞ୍ଚ ବର୍ଷରେ 6 ହଜାର 200 ଲୋକଙ୍କ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଏନଏଚ୍ ଆରସି ରାଜ୍ୟ ସରକାରଙ୍କୁ ଜବାବ୍ ତଲବ କରିଥିଲେ । ତେବେ ବଲାଙ୍ଗୀର ଜିଲ୍ଲାରେ ଏହି ସରକାରୀ ତଥ୍ୟ 2021ରେ 16 ଜଙ୍କ ମୃତ୍ୟୁ, 2022ରେ 12 ଜଣଙ୍କ ମୃତ୍ୟୁ ଓ 2023ରେ 86 ଜଣ ସାପ କାମୁଡ଼ାରେ ଚିକିତ୍ସିତ ହୋଇଥିଲେ ଏବଂ 10ରୁ ଊର୍ଦ୍ଧ୍ବ ଜଣକ ଏଥିରେ ମୃତ୍ୟୁ ହୋଇଥିଲା ।

ତେବେ ଚଳିତ ବର୍ଷ 2024ରେ ବଲାଙ୍ଗୀର ବିବିଏମସିଏଚ୍ ଡାକ୍ତରଖାନାରେ ଦୈନିକ 4ରୁ 5 ସାପ କାମୁଡ଼ା ମାମଲା ଆସୁଛି । ସେହିପରି ଏଥିରେ ଏଯାବତ୍ ମୃତ୍ୟୁ ସଂଖ୍ୟା ସଠିକ ଭାବରେ ସାମ୍ନାକୁ ଆସି ନ ଥିବାବେଳେ ଜୁଲାଇ ମାସ ସୁଦ୍ଧା ଏଥିରେ 10ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବାର ସୂଚନା ମିଳିଛି । ଏଠି ବିଷାକ୍ତ ସାପ ମଧ୍ୟରେ କ୍ରେଟ ବା ଛୋଟ ବିଷାକ୍ତ ସାପ ଯାହାର ସ୍ଥାନୀୟ ନାମ ଚିଟି ଓ କଲେତ ଅଟେ । ଏହି ସାପ କାମୁଡ଼ା ମାମଲା ଅଧିକ ରହିଛି । ସେହିପରି ନାଗ ସାପ ଓ ଭାଇପର ସାପ କାମୁଡା ମାମଲା ମଧ୍ୟ ସାମ୍ନାକୁ ଆସୁଛି ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.