ETV Bharat / state

ଅଘଟଣ ପରେ ଚେତିଲା ପ୍ରଶାସନ, ମାଟିରେ ମିଶିଲା ଇଟାଭାଟି - Dhenkanal Brick kiln

Brick kiln Demolished: ଇଟାଭାଟିରେ ଅଘଟଣ ମାମଲା । ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ଥାନା ଅଞ୍ଚଳରେ ବେଆଇନ ଇଟାଭାଟିରେ ଅନେକ ଅଘଟଣ ଘଟୁଥିଲା । ଆଜି ଢେଙ୍କାନାଲ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଇଟାଭାଟିକୁ ଭାଙ୍ଗି ଦିଆଯାଇଛି । ଅଧିକ ପଢ଼ନ୍ତୁ

ଇଟାଭାଟିରେ ଅଘଟଣ ମାମଲା
ଇଟାଭାଟିରେ ଅଘଟଣ ମାମଲା
author img

By ETV Bharat Odisha Team

Published : Feb 11, 2024, 4:45 PM IST

ଇଟାଭାଟିରେ ଅଘଟଣ ମାମଲା

ଢେଙ୍କାନାଳ: ଇଟାଭାଟିରେ ଅଘଟଣ ଘଟଣା । ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ଥାନା ଅଞ୍ଚଳରେ ବେଆଇନ ଇଟାଭାଟିରେ ଅନେକ ଅଘଟଣ ଘଟୁଥିଲା । ତେବେ ଗତକାଲି ଅଘଟଣ ପରେ ପ୍ରଶାସନର ଚେତା ପଶିଛି । ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଇଟାଭାଟିକୁ ଭାଙ୍ଗି ଦିଆଯାଇଛି । ବେଆଇନ ଭାବେ ଇଟାଭାଟି ନିର୍ମାଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କଡା ତାଗିଦ କରିଛନ୍ତି । କାଲିର ଘଟଣା ପରେ ଉକ୍ତ ଇଟାଭାଟିର ମାଲିକ ଫେରାରଥିବା ସୂଚନା ମିଳିଛି ।

ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମ ନିକଟରେ ଏକ ବେଆଇନ ଇଟାଭାଟି ନିଆଁର ଧୂଆଁରେ ଗତକାଲି ଗୋଟିଏ ପରିବାରର ୩ଜଣ ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ବାଳକ ଗୁରୁତର ଘଟଣା ବେଶ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣା ପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ । କଣ୍ଟା ବଣିଆ ଥାନା ପୋଲିସର ବ୍ୟାପକ ଅବହେଳାରୁ ବେଆଇନ ଭାବେ ଇଟାଭାଟି କରିଥିବା କମଳାଙ୍ଗ ଗ୍ରାମର ବିନୋଦ ସାହୁ ଫେରାର ହୋଇଯାଇଛି । ତେବେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ନିର୍ଦେଶରେ ଆଜି କଣ୍ଟା ବଣିଆ ଅଞ୍ଚଳର ଏହି ଇଟାଭାଟିକୁ ଭଙ୍ଗା ଯାଇଛି ।

ଏହା ସହିତ ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଗୁଡି଼କ ଭଙ୍ଗାଯିବା ସହିତ ଆଉ ଇଟାଭାଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କଡା ତାଗିଦ କରିଛନ୍ତି । ଏ ସମ୍ପର୍କରେ ନିର୍ଦ୍ଦେଶ ପାଇ ଓଡ଼ପଡା ତହସିଲ ପକ୍ଷରୁ ଏହି ଇଟାଭାଟି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଏପରିକି ଶ୍ରମ ବିଭାଗ ପକ୍ଷରୁ ତୁରନ୍ତ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅପରପକ୍ଷରେ ଏହି ବେଆଇନ କଣ୍ଟା ବଣିଆ ଥାନା ପୁଲିସ ୩ଟି ଅପମୃତ୍ୟୁ ମାମଲା ରୁଜୁ କରିଦେଇ ହାତ ବାନ୍ଧି ବସିପଡିଛି।

ଏହା ମଧ୍ୟ ପଢ଼ନ୍ତୁ.... ବେଆଇନ୍ ଇଟାଭାଟି ନେଉଛି ଜୀବନ, ପ୍ରଶାସନ ନିରବଦ୍ରଷ୍ଟା !

ସୂଚନା ଥାଉକି,କଣ୍ଟା ବଣିଆ ଥାନା ଅଞ୍ଚଳରେ ବେଆଇନ ଭାବେ ଅନେକ ଇଟାଭାଟି ଗଢି ଉଠିଛି । ଗତ ଡିସେମ୍ବର ୧୪ତାରିଖ ରାତିରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ପୋଲିସ ଓ ତହସିଲ କର୍ମଚାରୀଙ୍କ ସହିତ ଏହି ଇଟାଭାଟି ମାଲିକ ମାନଙ୍କ ସଲାସୁତରା ଯୋଗୁଁ ପୁଣି ଗତକାଲି ଅଘଟଣରେ ଗୋଟିଏ ଶ୍ରମିକ ପରିବାରର ସ୍ବାମୀ, ସ୍ତ୍ରୀ ଓ ଶିଶୁ ପୁଅ ସମେତ ୩ଜଣଙ୍କ ଜୀବନ ଯାଇଛି । ମୃତକ ଶ୍ରମିକ ମାନେ ଛତିଶଗଡ଼ ଅଞ୍ଚଳର ମେଘନାଦ ଭୋଇ ତାଙ୍କ ପତ୍ନୀ ନିରା ଭୋଇ ଓ ୧୨ବର୍ଷର ପୁଅ ଜିତୁ ଭୋଇ । ତେବେ ତାଙ୍କର ବଡ଼ ପୁଅ ଶିଵଦାସ ଭୋଇ ଗୁରୁତର ହୋଇଥିବା ଜଣାପଡିଥିଲା । ଗୁରୁତର ଅବସ୍ଥାରେ ତାଳଚେର ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଶିଵଦାସଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା ଡାକ୍ତରଖାନାରୁ ସୂଚନା ମିଳିଛି । ଏହି ଘଟଣାରେ ମୃତହାତ ଶ୍ରମିକ ପରିବାରକୁ ସହାୟତା ଯୋଗାଇ ଦେବାକୁ ମଧ୍ୟ ଢେଙ୍କାନାଳ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.