ETV Bharat / state

ଶିଖାଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ, ଲୋଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହାୟତା - Sikha seeks Government Help - SIKHA SEEKS GOVERNMENT HELP

Sikha seeks Government Help: ବଣ ମଲ୍ଲି ପରି ବଣରେ ଫୁଟି ଝଡି ଯିବାକୁ ନୁହେଁ । ଉଚ୍ଚ ଶିକ୍ଷା ଲାଭ କରି ଉପାନ୍ତ ଅଞ୍ଚଳରେ ଦୀପ ଶିଖା ଜାଳିବାକୁ ଯାଉଛନ୍ତି ବୌଦ୍ଧର ଝିଅ ଶିଖା । ଶିକ୍ଷା ବାଟରେ ଅର୍ଥ ସାଜିଛି ବାଧକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଶିଖାଙ୍କ ଉଚ୍ଚଶିକ୍ଷା ପାଇଁ ବାଧକ ସାଜିଛି ଅର୍ଥ
ଶିଖାଙ୍କ ଉଚ୍ଚଶିକ୍ଷା ପାଇଁ ବାଧକ ସାଜିଛି ଅର୍ଥ (ETV Bharat Odisha)
author img

By ETV Bharat Odisha Team

Published : Sep 12, 2024, 4:34 PM IST

ବୌଦ୍ଧ: ଆଖିରେ ଆଖିଏ ସ୍ବପ୍ନ । ପାଠ ପଢିବେ ଆଗକୁ ବଢିବେ । ଗରିବୀର ଶିକୁଳିକୁ ଛିଡାଇ ଆଗକୁ ପାଦ କାଢିଛନ୍ତି ଶିଖା । ମାଓ ଅଧ୍ୟୁଷିତ ଅଞ୍ଚଳରୁ ବାହାରି ରାଜଧାନୀରେ ପାଠ ପଢିବେ । ହେଲେ ଶିଖାଙ୍କ ସାମ୍ନାରେ ପ୍ରାଚୀର ହୋଇ ଛିଡା ହୋଇଛି ଅର୍ଥଭାବ । ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜିରେ ନାମ ଲେଖାଇଥିବା ବେଳେ ପାଠ ପଢିବାକୁ ପାଖରେ ଅର୍ଥ ନାହିଁ । ଏଥିପାଇଁ ସମସ୍ତଙ୍କ ସହାୟତା କାମନା କରିଛନ୍ତି ସେ ।

ଶିଖାଙ୍କ ଉଚ୍ଚଶିକ୍ଷା ପାଇଁ ବାଧକ ସାଜିଛି ଅର୍ଥ (ETV Bharat Odisha)

ଶିଖାଙ୍କ ଶିକ୍ଷା ପାଇଁ ଅର୍ଥ ବାଧକ:

ବୌଦ୍ଧ ଜିଲ୍ଲା ଉପାନ୍ତ ବରଗାଁ ପଞ୍ଚାୟତର ଲୁଇସିଙ୍ଗ ଗ୍ରାମର ଛାତ୍ରୀ ଶିଖା ମଲ୍ଲିକ । ପିଲାଟି ଦିନରୁ ନିଜ ବାପାଙ୍କୁ ହରାଇଛନ୍ତି । ମାଆଙ୍କ ସହ ଝାଡିମାଟି କୁଡିଆରେ ଜୀବନ ବିତାଉଛନ୍ତି । ଗାଁ ବିଦ୍ୟାଳୟ ଠାରୁ ନେଇ କଣ୍ଟାମାଳ ମହାବିଦ୍ୟାଳୟରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ । ପରିବାର କହିଲେ ସେ ଆଉ ତାଙ୍କ ମାଆ । ଘର ଚଳାଇବା ପାଇଁ ମାଆ ଓ ଝିଅ ନିକଟସ୍ଥ ଜଙ୍ଗଲରୁ ଖଲିପତ୍ର ଆଣି ତାକୁ ସିଲେଇ କରି ବିକ୍ରି କରନ୍ତି । ଏଥିସହ ଝାଡୁ ମଧ୍ୟ ତିଆରି କରି ବିକ୍ରି କରି ଗୁଜୁରାଣ ମେଣ୍ଟାନ୍ତି । ଏଥିରୁ ଯାହା ଟଙ୍କା ଆସେ ସେଥିରେ କଷ୍ଟମଷ୍ଟେ ଘର ଚଳିଯାଏ । ହେଲେ ପାଠ ପଢିବା ପାଇଁ ତାଙ୍କ ପାଖରେ ଆବଶ୍ୟକୀୟ ଅର୍ଥ ନାହିଁ । ଆଦିବାସୀ ଛାତ୍ରୀଙ୍କ ଉଚ୍ଚ ଶିକ୍ଷାରେ ବାଧକ ସାଜିଛି ଅର୍ଥ ।

ଶିଖା
ଶିଖା (ETV Bharat Odisha)
ଏହା ମଧ୍ୟ ପଢନ୍ତୁ: ସ୍ବାମୀ-ସ୍ତ୍ରୀ ଦୁହେଁ ଭିନ୍ନକ୍ଷମ, ଭଙ୍ଗା ଚାଳଘରେ ବିତୁଛି ଜୀବନ -

ଧାର ଉଧାର କରି ନାଁ ଲେଖାଇଲେ:

ସହାୟତା ଅପେକ୍ଷାରେ ଶିଖା
ସହାୟତା ଅପେକ୍ଷାରେ ଶିଖା (ETV Bharat Odisha)

ଶିଖା ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ପଢିବାକୁ ଧାରକରଜ କରି ନାମ ଲେଖାଇଥିବା ବେଳେ ଆଗକୁ ହଷ୍ଟେଲ ଓ ପାଠ ପଢ଼ିବାକୁ ଆବଶ୍ୟକ ଅର୍ଥ କିଭଳି ଯୋଗାଡ କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ଶିଖା କହିଛନ୍ତି, ‘ଧାର ଉଧାର କରି ଉତ୍କଳ ବିଶ୍ଵବିଦ୍ୟାଳୟରେ ନା ଲେଖାଇ ଦେଇଛି କିନ୍ତୁ ଆଗକୁ ଅର୍ଥର ଆବଶ୍ୟକତା ଥିବାରୁ ସରକାର ମୋତେ ସାହାଯ୍ୟ କରନ୍ତୁ ।’

ହା ମଧ୍ୟ ପଢନ୍ତୁ:Family Seeks Help: ପୁଅର ଚିକିତ୍ସା ପାଇଁ ପାଖରେ କାଣି କଉଡିଟିଏ ନାହଁ, ପଣତ କାନି ପତାଇ ସାହାଯ୍ୟ ମାଗୁଛି ମା’

ଏହା ବି ପଢନ୍ତୁ:NEET ପାସ୍ ମଙ୍ଗଳାଙ୍କୁ ଲାପଟପ୍‌ ଉପହାର ଦେଲେ ମୁଖ୍ୟମନ୍ତ୍ରୀ, MBBS ପଢ଼ା ଖର୍ଚ୍ଚ ବହନ କରିବେ ସରକାର

ମୁଖ୍ୟମନ୍ତ୍ରୀଙ୍କୁ ସମାଜସେବୀଙ୍କ ଅପିଲ୍‌:

ସହାୟତା ଅପେକ୍ଷାରେ ଶିଖା
ଖଲିପତ୍ର ସିଲେଇ କରୁଛନ୍ତି ମା’ (ETV Bharat Odisha)

ସେହିପରି କଣ୍ଟାମାଳ ଅଞ୍ଚଳର ବିଶିଷ୍ଟ କନ୍ଧ ସମ୍ପ୍ରଦାୟର ନେତା ତଥା ସମାଜସେବୀ ଡମ୍ବରୁଧର କହିଛନ୍ତି, ‘ଶିଖାଙ୍କ ଭଳି ପ୍ରତିଭା ଏଭଳି ଉପାନ୍ତ ଅଞ୍ଚଳରୁ ଯାଇ ଉତ୍କଳ ବିଶ୍ଵବିଦ୍ୟାଳୟରେ ପାଠ ପଢିବା ନିଶ୍ଚିତଭାବେ ତାଙ୍କ ସଂପ୍ରଦାୟ ପାଇଁ ଗୌରବର ବିଷୟ । ସ୍ଥାନୀୟ କନ୍ଧ ସମାଜ ପକ୍ଷରୁ ସାଧ୍ୟ ମୁତାବକ ଆର୍ଥିକ ସାହାଯ୍ୟ ଦେବାକୁ ବିଚାର କରୁଥିବା ବେଳେ ବର୍ତ୍ତମାନ ମୋହନ ମାଝୀ ସରକାରଙ୍କୁ ସେ ଉକ୍ତ ଛାତ୍ରୀଙ୍କୁ ସହାୟତା ଯୋଗାଇଦେବାକୁ ଅନୁରୋଧ କରୁଛୁ ।’

ଶିଖାଙ୍କ ଉଚ୍ଚଶିକ୍ଷା ପାଇଁ ବାଧକ ସାଜିଛି ଅର୍ଥ
ଶିଖାଙ୍କ ଉଚ୍ଚଶିକ୍ଷା ପାଇଁ ବାଧକ ସାଜିଛି ଅର୍ଥ (ETV Bharat Odisha)

ଶିଖାଙ୍କୁ ସହାୟତା କରିବ ପ୍ରଶାସନ:

ଏନେଇ ଆମେ ଜିଲ୍ଲା ସହକାରୀ ସମାଜ ମଙ୍ଗଳ ଅଧିକାରୀ ସୈନ୍ୟ ରଞ୍ଜନ ରାୟଙ୍କୁ ଭେଟିଥିଲୁ । ସେ କହିଛନ୍ତି, ‘ଶିଖାଙ୍କୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଯିବା ସହିତ ଆଗାମୀ ଦିନରେ ହଷ୍ଟେଲ ଓ ଅନ୍ୟାନ୍ୟ ସୁବିଧା କିଭଳି ଛାତ୍ରୀ ଜଣକ ଆବେଦନ ପରେ ପାଇପାରିବେ ସେଥିପାଇଁ ଚେଷ୍ଠା କରାଯିବ ।’

ଏହା ମଧ୍ୟ ପଢନ୍ତୁ: ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତ, ଜରିପାଲ ତଳେ ବିତୁଛି ଚାରି ଜୀବନ

ଆଦିବାସୀ ଅଞ୍ଚଳର ଏହି ମେଧାବୀ ଛାତ୍ରୀ ଶିଖାଙ୍କୁ ସରକାରଙ୍କ ତରଫରୁ ସାହାଯ୍ୟ ସହଯୋଗ ଯୋଗାଇ ଦେଲେ ନିହାତି ସେ ଆଗକୁ ବଢିବେ । ଉଚ୍ଚ ଶିକ୍ଷା ଲାଭ କରିବେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.