ETV Bharat / state

ଶିକ୍ଷୟତ୍ରୀଙ୍କଠୁ ନେଉଥିଲେ ଲାଞ୍ଚ, ବିଇଓ ଅଫିସ କିରାଣୀଙ୍କୁ ଧରିଲା ଭିଜିଲାନ୍ସ - VIGILANCE RAID - VIGILANCE RAID

BEO Office Clerk Under Vigilance Scanner: ଶିକ୍ଷୟତ୍ରୀଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରାପଡିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ବରିଷ୍ଠ କିରାଣୀ । ଅଧିକ ପଢ଼ନ୍ତୁ

ଶିକ୍ଷୟତ୍ରୀଙ୍କ ଠାରୁ ନେଉଥିଲେ ଲାଞ୍ଚ, ବିଇଓ ଅଫିସ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

author img

By ETV Bharat Odisha Team

Published : Apr 19, 2024, 8:00 PM IST

ଶିକ୍ଷୟତ୍ରୀଙ୍କ ଠାରୁ ନେଉଥିଲେ ଲାଞ୍ଚ, ବିଇଓ ଅଫିସ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

ବୌଦ୍ଧ: ଭିଜିଲାନ୍ସ ଜାଲରେ ବିଇଓ ଅଫିସର କିରାଣୀ । ଶିକ୍ଷୟିତ୍ରୀଙ୍କ ଠାରୁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍‌ । ଶିକ୍ଷୟତ୍ରୀଙ୍କ ବିରୋଧରେ ଥିବା ପ୍ରୋସେସିଙ୍ଗ ଫାଇଲକୁ ରଫାଦଫା କରିବା ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ବରିଷ୍ଠ କିରାଣୀ ରବୀନ୍ଦ୍ର ପାଢୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ହଟହଟା ହୋଇଛନ୍ତି ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରବୀନ୍ଦ୍ର ପାଢୀ ନାମକ ବରିଷ୍ଠ କିରାଣୀ ଜଣଙ୍କ ହରଭଙ୍ଗା ବ୍ଲକ ଅଞ୍ଚଳର ଜଣେ ଶିକ୍ଷୟତ୍ରୀଙ୍କ ବିରୋଧରେ ଥିବା ପ୍ରୋସେସିଙ୍ଗ ଫାଇଲଟିକୁ ରଫାଦଫା ପାଇଁ ଚାଳିଶ ହଜାର ଟଙ୍କା ଦାବି କରିଥିଲେ । ତେବେ ଉକ୍ତ ଲାଞ୍ଚ ବାବଦ ଅର୍ଥ ଦୁଇଟି କିସ୍ତିରେ ଦେବାକୁ ସ୍ଥିର ହୋଇଥିଲା । ଆଜି (ଶୁକ୍ରବାର) ପ୍ରଥମ ପର୍ଯ୍ୟାୟର 20 ହଜାର ଟଙ୍କା ଦେବାକୁ ଥିଲା । ଏହା ଭିତରେ ସମ୍ପୃକ୍ତ ଶିକ୍ଷୟତ୍ରୀ ଜଣଙ୍କ ଏନେଇ ବ୍ରହ୍ମପୁର ଭିଜିଲାନ୍ସ ସହିତ ଯୋଗାଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଭିଜିଲାନ୍ସର ଏକ ଟିମ ଛକି ବସିଥିଲେ । ଶିକ୍ଷୟିତ୍ରୀ ଜଣକ କିରାଣୀ ରବୀନ୍ଦ୍ରଙ୍କୁ 20 ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ରବୀନ୍ଦ୍ରଙ୍କୁ ତୁରନ୍ତ ବୌଦ୍ଧ ଚାରିଛକରୁ ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ICICI ବ୍ୟାଙ୍କ ଟଙ୍କା ହଡପ ଘଟଣା: 3 ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ - ICICI Bank Money Cheating Case

ତେବେ ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ ହେଉଥିବା ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଛି । ବର୍ତ୍ତମାନ ପୁଣିଥରେ ଜଣେ ଶିକ୍ଷା ବିଭାଗର ବରିଷ୍ଠ କିରାଣୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ି ହଟହଟା ହୋଇଛନ୍ତି । ଦୁର୍ନୀତିରେ ଉବୁଟୁବୁ ଜିଲ୍ଲା ଶିକ୍ଷା ବିଭାଗ । ଶିକ୍ଷକଙ୍କ ପଦୋନ୍ନତି ଠାରୁ ନେଇ ବଦଳି ତଥା ଫାଇଲ ମୁଭମେଣ୍ଟ ପାଇଁ ହାତ ଗୁଞ୍ଜା ନଦେଲେ କୈାଣସି କାର୍ଯ୍ୟ ହେଉନାହିଁ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତି ଆଉ ଦୁର୍ନୀତି । ପ୍ରତ୍ୟେକ ବର୍ଷ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିବା କେହି ନା କେହି ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡୁଛନ୍ତି । କିନ୍ତୁ ତଥାପି ଅର୍ଥ ଲୋଭରେ କର୍ମଚାରୀମାନେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି । ଆଜି ପୁଣି ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.