ETV Bharat / state

ପିଆଜ ଚାଷରେ ବ୍ୟାପକ କ୍ଷତି, ପିଆଜ କିଣି ଖାଉଛନ୍ତି ଚାଷୀ - ONION CULTIVATION DAMAGE in BOUDH - ONION CULTIVATION DAMAGE IN BOUDH

ONION CULTIVATION DAMAGE IN BOUDH: ରୋଗପୋକ ଲାଗି ବ୍ୟାପକ ପିଆଜ ଚାଷ ନଷ୍ଟ । କ୍ଷତି ସହିଲେଣି ବୌଦ୍ଧର ପିଆଜ ଚାଷୀ । ସେପଟେ ପିଆଜ ଚାଷ ପାଇଁ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ।ଅଧିକ ପଢନ୍ତୁ

ONION CULTIVATION DAMAGE IN BOUDH
ONION CULTIVATION DAMAGE IN BOUDH (ETV Bharat Odisha)
author img

By ETV Bharat Odisha Team

Published : Jun 14, 2024, 8:40 PM IST

ବୌଦ୍ଧ: ଏକ କୃଷି ପ୍ରଧାନ ଜିଲ୍ଲା ଭାବେ ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ରହିଛି । ପନିପରିବା ସହିତ ପିଆଜ ଚାଷକୁ ନେଇ ବେଶ ପ୍ରସିଦ୍ଧି ରହିଛି । କିନ୍ତୁ ଚଳିତ ବର୍ଷ ଏହି ପିଆଜ ଚାଷରେ ଚାଷୀଙ୍କୁ ବେଶ୍ କ୍ଷତି ସହିବାକୁ ପଡିଥିବା ଅଭିଯୋଗ ହୋଇଛି । ଗୋଟିଏ ପଟରେ ସ୍ଥାନୀୟ ପିଆଜ ଉତ୍ପାଦନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ସମସ୍ତଙ୍କୁ ପିଆଜ ଯୋଗାଉଥିବା ଚାଷୀ ବର୍ତ୍ତମାନ ବଜାରରୁ ପିଆଜ କିଣି ଖାଉଛନ୍ତି ।

ONION CULTIVATION DAMAGE IN BOUDH (ETV Bharat Odisha)

ଚଳିତ ବର୍ଷ ପିଆଜ ଚାଷରେ ବ୍ୟାପକ କ୍ଷତି ହୋଇଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଜିଲ୍ଲା ତଥା ଆଖପାଖ ଜିଲ୍ଲାକୁ ପିଆଜ ଯୋଗାଉଥିବା ଚାଷୀ ବର୍ତ୍ତମାନ ବଜାରରୁ ପିଆଜ କିଣି ଖାଇବାକୁ ପଡୁଛି ।ବିଶେଷ ଭାବରେ ବୌଦ୍ଧର ସାଲୁଙ୍କୀ ନଦୀ ଅବବାହିକା ଏହି ପିଆଜ ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ ପରିବେଶ ରହିଛି । ଓଡ଼ିଶାର ଏକମାତ୍ର ପିଆଜ ଗବେଷଣା କେନ୍ଦ୍ର ଏନଏଚଆରଡିଏଫ ବୌଦ୍ଧ ଜିଲ୍ଲାର ବଘିଆପଡା ନିକଟସ୍ଥ ପାଲଝାର ଠାରେ ପ୍ରତିଷ୍ଠା କରାଯାଇଛି । ଏହାଛଡା ଉଦ୍ୟାନ କୃଷି ବିଭାଗ ଜରିଆରେ କୃଷି କ୍ଷେତ୍ର କର୍ମଚାରୀଙ୍କ ସହାୟତାରେ ପିଆଜ ଚାଷୀଙ୍କୁ ତାଲିମ ସହିତ ଉପଯୁକ୍ତ ପରାମର୍ଶ ଓ ପିଆଜ ମଞ୍ଜୀ, ସାର ଯୋଗାଇବାର ବ୍ୟବସ୍ଥା ରହିଛି । କିନ୍ତୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଯୋଜନାର ସୁଫଳ ପିଆଜ ଚାଷୀଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି ।

ସାଲୁଙ୍କୀ ନଦୀର ଅବବାହିକାରେ ଥିବା ଜିଲ୍ଲା ସଦର ମହକୁମା ମୁର୍ଷୁଣ୍ଢି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପିଆଜ ଚାଷ ସ୍ଥାନୀୟ ଚାଷୀ ପରିବାରର ଜୀବନ ଜୀବିକାର ମାଧ୍ୟମ ହୋଇଥିବା ବେଳେ କେବଳ ଗମ୍ଭାରୀ ପଦର ଗ୍ରାମର ପ୍ରାୟ ୧୩୦ଟି ପରିବାର ଏହି ପିଆଜ ଚାଷ ଉପରେ ନିର୍ଭରଶୀଳ । ଏଠାକାର ଚାଷୀମାନେ ପିଆଜ ମଞ୍ଜୀ ଖୋଲା ବଜାରରୁ କ୍ରୟ ସହିତ ସାର ମଧ୍ୟ ବଜାରରୁ କିଣି ନିଜେ ଚାଷ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଏହି ପିଆଜ ଚାଷରେ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୁଟି ପିଆଜ, ଧଳା ପିଆଜ, ଲାଲି ପିଆଜ, ରାଗ ପିଆଜ ଭଳି ବିଭିନ୍ନ କିସମର ପିଆଜ ଉତ୍ପାଦନ ହୋଇ ସ୍ଥାନୀୟ ବଜାର ସମେତ ଆଖପାଖ ଜିଲ୍ଲାକୁ ରପ୍ତାନି କରି ସ୍ଥାନୀୟ ପିଆଜ ଚାଷୀ ବେଶ ଦୁଇ ପଇସା ରୋଜଗାର କରିପାରିଥାନ୍ତି ।

ଚଳିତ ବର୍ଷ ଏହି ପିଆଜ ଚାଷ ଆରମ୍ଭରେ ରୋଗପୋକ ଲାଗି ବହୁ କ୍ଷତି ହୋଇଥିଲା । ଆଉ ଯେଉଁ କିଛି ଅମଳ ହେଲା ସେତକ ମଧ୍ୟ ପୋଲା ନଚେତ ପଚି ନଷ୍ଟ ହୋଇଗଲା ।ଫଳରେ ବର୍ତ୍ତମାନ ଚିନ୍ତାରେ ଚାଷୀ । ଯେଉଁଠି ଚାଷୀ ପିଆଜ ଉତ୍ପାଦନ କରି ହଜାର ହଜାର ଟଙ୍କା ବିକ୍ରି କରି ଆର୍ଥିକ ସ୍ବାବଲମ୍ବୀ ହୋଇପାରୁଥିଲା ସେଠାରେ ବର୍ତ୍ତମାନ ନିଜେ ଚାଷୀ ବଜାରରୁ ପିଆଜ କିଣି ଖାଇବାକୁ ପଡୁଛି ।

ଏହା ମଧ୍ୟ ପଢନ୍ତୁ ......ହାଣ୍ଡିଶାଳକୁ ସିଧାସଳଖ ମହଙ୍ଗା ମାଡ଼, ବଢୁଛି ପିଆଜ ଦର - onion price hike

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗମ୍ଭାରୀ ପଦର ଭଳି ପିଆଜ ଚାଷୀ ବହୁଳ ଗ୍ରାମରେ ଜଣେ ମଧ୍ୟ ପିଆଜ ସାଇତା ଗୃହ ଯୋଜନାରେ ସାମିଲ ହୋଇନଥିବା ବେଳେ ବୌଦ୍ଧ ଜିଲ୍ଲାରେ ଶୀତଳ ଭଣ୍ଡାରଟିଏ ନଥିବାରୁ ଚାଷୀ ଅନେକ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ସହିତ ବର୍ତ୍ତମାନ ଭଳି ପିଆଜ ଅଭାବର ସମ୍ମୁଖୀନ ହେଉଛନ୍ତି । ଏନେଇ ତୁରନ୍ତ ବୌଦ୍ଧ ଜିଲ୍ଲା ପ୍ରଶାସନ, ଉଦ୍ୟାନ କୃଷି ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଚାଷୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.