ETV Bharat / state

ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର, ଏପରି ପ୍ରତିକ୍ରିୟା ରଖିଲେ ବୌଦ୍ଧ ଜିଲ୍ଲାପାଳ

Misbehaving with Doctor: ବୌଦ୍ଧ ଜିଲ୍ଲାରେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣା । ବୁଝାମଣାର ଅଭାବରୁ ଏଭଳି ହୋଇଥିବା କହିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 18, 2024, 6:59 AM IST

Updated : Mar 18, 2024, 7:56 AM IST

ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର ଘଟଣା, ପ୍ରତିକ୍ରିୟା ଦେଲେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ: ଜିଲ୍ଲାର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣାରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ । ଗୋଟିଏ ଦିନ ପୂର୍ବରୁ ଜିଲ୍ଲାପାଳ ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଗତକାଲି ଏନେଇ ଜିଲ୍ଲାପାଳ ଗଣମାଧ୍ୟମକୁ ଏହା ଏକ ବୁଝାମଣାର ଅଭାବ ବୋଲି ନିଜ ପ୍ରତିକ୍ରିୟାରେ ମତ ଦେଇଛନ୍ତି ।

ଗତ ଶନିବାର ଦିନ ଜିଲ୍ଲାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଥିଲେ । ଏହାର ଠିକ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ଏକ ସାମ୍ୱାଦିକ ସମ୍ମିଳନୀରେ ବୁଝାମଣା ଅଭାବରୁ ଏଭଳି ପରିସ୍ଥିତି ଉପୁଜିଥିବା ସୂଚନା ଦେଇଛନ୍ତି ।

ପ୍ରକାଶ ଯୋଗ୍ୟ, ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ଅଧିକାରୀ ମଦନମୋହନ ପ୍ରଧାନଙ୍କୁ ଶୁକ୍ରବାର ଅପରାହ୍ନରେ କୋଭିଡ ସେଣ୍ଟର ପରିଦର୍ଶନ ସମୟରେ ଦୁର୍ବ୍ୟବହାର କରିଥିଲେ ଜିଲ୍ଲାପାଳ । ଶନିବାର ଏ ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ, ଡାକ୍ତର କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିବା ସହ ବୌଦ୍ଧ ଆଦର୍ଶ ଥାନାରେ ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ଏଥି ସହିତ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ....ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର, ବୌଦ୍ଧ ଜିଲ୍ଲାପାଳଙ୍କ ନାଁରେ ଥାନାରେ ଅଭିଯୋଗ

ଏହା ମଧ୍ୟ ପଢନ୍ତୁ.....ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପାଇଁ ବୌଦ୍ଧ ପ୍ରଶାସନର ପ୍ରସ୍ତୁତି, ହଟାଯାଉଛି ସରକାରୀ ବିଜ୍ଞାପନ

ଏ ସମ୍ପର୍କରେ ଗତକାଲି ଜିଲ୍ଲାପାଳ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଜିଲ୍ଲାପାଳ ଓ ଏସପି ବିଭିନ୍ନ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସମୟରେ ସ୍ବାସ୍ଥ୍ୟ ବିଭାରୀ ଅଧିକାରୀଙ୍କ ସହିତ କୌଣସି ଏକ ଆଲୋଚନାକୁ ନେଇ ବୁଝାମଣା ଅଭାବରୁ ଏଭଳି ପରିସ୍ଥିତି ଉପୁଜିଥିବା ଜିଲ୍ଲାପାଳ ଜେ ସୋନାଲ ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜୟକୃଷ୍ଣ ମିଶ୍ର ଏଭଳି ଅଭାବନୀୟ ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ଆଜି(ସୋମବାର) ଓମସାର ରାଜ୍ୟ ସଭାପତି ଏବଂ ସଂପାଦକଙ୍କ ସହିତ ଏକ ପ୍ରତିନିଧିଦଳ ବୌଦ୍ଧ ଗସ୍ତ କରି ଘଟଣାର ସତ୍ୟତାର ତଦନ୍ତ କରିବ ବୋଲି ସୂଚନା ମିଳିଛି ।

ବୌଦ୍ଧ, ଇଟିଭି ଭାରତ

Last Updated : Mar 18, 2024, 7:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.