ବୌଦ୍ଧ: ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ପାପ ପେଡ଼ି ପୁସ୍ତିକା ଉନ୍ମୋଚନ କରିଛି ଜିଲ୍ଲା ରାଜ୍ୟ ବିଜେପି । ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଅସାଧୁ ଉପାୟ ଅବଲମ୍ବନ କରି ଅର୍ଥ ଉପରେ ଭରସା କରୁଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେଡି ସରକାରଙ୍କ ଅପାରଗତାକୁ ନେଇ ବିଜେପି ପକ୍ଷରୁ ପାପ ପେଡ଼ି ପୁସ୍ତିକା ଉନ୍ମୋଚନ କରାଯାଇଛି । କେନ୍ଦ୍ରର ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଉପଲବ୍ଧି ସହିତ ରାଜ୍ୟର ପଚିଶ ବର୍ଷର ବିଜେଡି ସରକାର ବିରୋଧରେ ଜିଲ୍ଲା ବିଜେପି ପାପ ପେଡ଼ି ପୁସ୍ତିକା ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରିଛି । ବିଜେଡି ପରାଜୟ ଭୟରେ ଅର୍ଥକୁ ମାଧ୍ୟମ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ପ୍ରକାଶଥାଉକି, ବିଜେଡି ନେତ୍ରୀ ଜଣକ ରାଜ୍ୟ ବିଜେଡି ଦଳର ଉପସଭାନେତ୍ରୀ ଅପୂର୍ବା ଅପରୂପାଙ୍କ ଗାଡିରୁ ଗତ 13 ତାରିଖ ଦିନ 2 ଲକ୍ଷ ଟଙ୍କା ଜବତ ହୋଇଥିଲା ।
ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଛି । ଆସନ୍ତା 20 ତାରିଖରେ ସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇ ପାରିବ ସେନେଇ ଜିଲ୍ଲା ବିଜେପି ପକ୍ଷରୁ ସମସ୍ତଙ୍କୁ ଆହ୍ବାନ ଦିଆଯାଇଥିଲା । ତେବେ ଗତ ଚାରିଦିନ ତଳେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରୁ ବିଜେଡି ନାରୀନେତ୍ରୀଙ୍କ ଠାରୁ ପୁଳା ପୁଳା ଟଙ୍କା ଫ୍ଲାଇଙ୍ଗ ସ୍କ୍ୱାର୍ଡ ହାତରେ ଧରାପଡ଼ିଥିଲେ ମଧ୍ୟ ତାହାକୁ ଚପାଇ ଦିଆଯାଇଥିବା ଜିଲ୍ଲା ବିଜେପି ସଭାପତି ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ସମୟରେ ଫ୍ଲାଇଂ ସ୍କ୍ବାଡ୍ ହାତରେ ଲାଗିଲା ପୁଳା ପୁଳା ଟଙ୍କା, ବିଜେଡି ନେତ୍ରୀ ଅଟକ - 12lakhs cash seized in Boudh
ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ପରାଜୟ ଭୟରେ ବର୍ତ୍ତମାନ ଏଭଳି ବେଆଇନ କାର୍ଯ୍ୟ ତଥା ଅସାଧୁ ଉପାୟ ଅବଲମ୍ବନ କରି ଅର୍ଥ ଉପରେ ଭରସା କରୁଥିବା ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଗୋଟିଏ ପଟରେ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା ତଥା ବୈଦ୍ଧ ଜିଲ୍ଲାରେ ମାଳ ମାଳ ସମସ୍ୟା ରହିଥିବା ବେଳେ ସରକାର ଏହାର ସମାଧାନରେ ବିଫଳ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ବିଜେପି ଏହି ପାପ ପେଡ଼ି ପୁସ୍ତିକା ମାଧ୍ୟମରେ ଜନସାଧାରଣଙ୍କୁ ରାଜ୍ୟର ବିଜେଡି ସରକାରଙ୍କ ଅପାରଗତାକୁ ଜଣାଇବାକୁ ଚେଷ୍ଟା କରିଥିବା ଜିଲ୍ଲା ବିଜେପି ସଭାପତି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ