ETV Bharat / state

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ବୌଦ୍ଧ ବିଜେପି - Boudh BJP Charge Sheet - BOUDH BJP CHARGE SHEET

Boudh BJP Charge Sheet: ରାଜ୍ୟରେ ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ବୌଦ୍ଧ ବିଜେପି । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଚାର୍ଜସିଟ୍‌ ଆଣିଲା ଦଳ । ଅଧିକ ପଢ଼ନ୍ତୁ

Boudh BJP Charge Sheet
Boudh BJP Charge Sheet
author img

By ETV Bharat Odisha Team

Published : Apr 27, 2024, 9:22 PM IST

Boudh BJP Charge Sheet

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ବୌଦ୍ଧ ଓ କଣ୍ଟାମାଳରେ ବିଜେଡି ସରକାରର ଅପାରଗତା, ଦୁର୍ନୀତି ଯୋଗୁଁ ସାଧାରଣ ଲୋକେ ଅସନ୍ତୋଷ ହୋଇ ପରିବର୍ତ୍ତନ ମୁହାଁ ହେଉଛନ୍ତି ବୋଲି ବିଜେପି କହିଛି । ତେଣୁ ଜିଲ୍ଲା ବିଜେପି ପକ୍ଷରୁ ଡବଲ ଇଞ୍ଜିନ ସରକାର ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିବା କହିଛି ବିଜେପି ।

ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ପ୍ରଚାର ଅଭିଯାନ । ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡି ସହ ବିଜେପିର କଡ୍ଡା ଟକ୍କର ହେବା ନିଶ୍ଚିତ ଥିବାବେଳେ କଂଗ୍ରେସ ମଧ୍ୟ ବାଜି ପଲଟାଇବାକୁ ଲାଗି ପଡ଼ିଛି । ତେବେ ଏଭଳି ସ୍ଥିତିରେ ଆଜି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଶାସକ ବିଜେଡି ସରକାର ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ପାଖେଇ ଆସୁଛି ନିର୍ବାଚନ, ବୌଦ୍ଧରେ କେମିତି ଅଛି ରାଜନୀତି ପାଣିପାଗ - Odisha Assembly Election 2024

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ତଥା ଅନିୟମିତତା ହୋଇଥିବାବେଳେ ପିସି, ମନରେଗା, ମିଶନ ଶକ୍ତି, ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ, ଜଳସେଚନ ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସମସ୍ୟା ରହିଥିବା ଜିଲ୍ଲା ବିଜେପି ପକ୍ଷରୁ ଚାର୍ଜସିଟ୍‌ରେ ଅଭିଯୋଗ କରାଯାଇଛି । ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ଦ୍ବରା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ବୌଦ୍ଧ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଓ କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଉପସ୍ଥିତ ରହି ସ୍ଥାନୀୟ ସମସ୍ୟାକୁ ନେଇ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଧାୟକ ମହୀଧର ରଣାଙ୍କ ଉପରେ ପ୍ରବଳ ବର୍ଷିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କାହାର ହେବ ବୌଦ୍ଧ ? ବିଜେଡି ଗଡରେ ପଦ୍ମ ଫୁଟିବା ନେଇ ଦମ୍ଭୋକ୍ତି ଦେଖାଇଲେ କହ୍ନେଇ - Odisha Assembly Election

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.