ETV Bharat / state

କାହାର ହେବ ବୌଦ୍ଧ ? ବିଜେଡି ଗଡରେ ପଦ୍ମ ଫୁଟିବା ନେଇ ଦମ୍ଭୋକ୍ତି ଦେଖାଇଲେ କହ୍ନେଇ - Odisha Assembly Election - ODISHA ASSEMBLY ELECTION

Odisha Assembly Election 2024: ଧର୍ମେନ୍ଦ୍ରଙ୍କ ବୌଦ୍ଧ ଗସ୍ତ ପରେ ସରଗରମ ବିଜେପି ଶିବିର । ଗଡ ହାତେଇବା ପାଇଁ 3ଦଳ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ପ୍ରଚାର ଆରମ୍ଭ କରିଛନ୍ତି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ । ଅଧିକ ପଢନ୍ତୁ

BOUDH ASSEMBLY ELECTION
BOUDH ASSEMBLY ELECTION
author img

By ETV Bharat Odisha Team

Published : Apr 24, 2024, 2:12 PM IST

BOUDH ASSEMBLY ELECTION

ବୌଦ୍ଧ: ସରଗରମ ନିର୍ବାଚନୀ ମଇଦାନ। ବିଜୟ ଲାଭ କରିବା ପାଇଁ ରେସ୍‌ରେ 3 ଦଳ । ଏହାରି ଭିତରେ ଦଳକୁ ସୁଦୃଢ କରିବା ପାଇଁ ବଳ ଗୋଟାଉଛି ବିଜେପି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ତଥା ଶତାଧିକ ଅସନ୍ତୁଷ୍ଟ ବିଜେଡି ନେତା କର୍ମୀଙ୍କ ବିଜେପି ଦଳରେ ଯୋଗଦାନ ପରେ ବିଜେପି ସୁଦୃଢ ହେବାରେ ଲାଗିଛି । ସେପଟେ ବିଜେଡି ଗଡ଼ ଭାବରେ ପରିଚିତ ଆସନକୁ ନିଜ କବ୍ଜାକୁ ଆଣିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ବିଜେଡି ନେତା । ଅନ୍ୟପଟେ ପଦ୍ମ ଫୁଟାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଛନ୍ତି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ।

ବିଜେଡି ଗଡରେ ଶକ୍ତିଶାଳୀ ହେବାରେ ଲାଗିଛି ବିଜେପି ଦଳ । ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ ବର୍ତ୍ତମାନ ବିଜେପି ମୁହାଁ ହେଉଛନ୍ତି । ଫଳରେ ଟେନସନରେ ବିଜେଡି ବିଧାୟକ ତଥା ନେତା । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି । କାରଣ ବିଜେଡି ଗଡ଼ ଭାବରେ ପରିଚିତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଧାୟକଙ୍କୁ ନିଜ ଦଳର ବିଦ୍ରୋହକୁ ସମ୍ମୁଖୀନ ହେବାକୁ ପଡ଼ୁଛି । ଦୁଇ ଦିନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲସାଗୋରା ଗସ୍ତ ପରେ ବିଜେପି ଦଳର ନେତା ଓ କର୍ମୀମାନେ ପ୍ରବଳ ଉତ୍ସାହିତ ଅଛନ୍ତି । ଆଉ ଏଭଳି ସମୟରେ ବିଜେଡି ଦଳ ଛାଡି ପଦ୍ମ ପୋଖରୀକୁ ଡେଇଁଛନ୍ତି ଶହ ଶହ ବିଜେଡି ନେତା ଓ କର୍ମୀ । ଫଳରେ ବିଜେପି ଦଳର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିଜେଡି ଦଳର ଦୁଇ ଦୁଇ ଥରର ବିଧାୟକ ମହୀଧର ରଣା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସମସ୍ତ ଜୋନରେ ବିଜେଡି କର୍ମୀ ସମାବେଶ କରିବାରେ ଲାଗିପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ବୌଦ୍ଧରେ ଧର୍ମେନ୍ଦ୍ରଙ୍କ ପ୍ରଚାର, ଜିଲ୍ଲାର କଳାସ୍ଥାପତ୍ୟକୁ କଲେ ପ୍ରଶଂସା - Election 2024

କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଅନେକ ପ୍ରସଙ୍ଗ ନିର୍ବାଚନରେ ମୁଦ୍ଦା ହେବାକୁଥିବା ବେଳେ ସବୁଠାରୁ ବଡ଼ ପ୍ରସଙ୍ଗ ବିକାଶ ଓ ଦାଦନ ଶ୍ରମିକ ସମସ୍ୟା ବୋଲି ସାଧାରଣ ଭୋଟର ମତ ପ୍ରକାଶ କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନ ସିଧାସଳଖ ବିଜେଡି ଓ ବିଜେପି ମଧ୍ୟରେ ହେବାକୁ ଥିବା ବେଳେ ଏଠାରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଶ୍ରମିକ ନେତା ସରୋଜ କୁମାର ପ୍ରଧାନ ସବୁ ଖେଳ ଓଲଟ ପାଲଟ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ବିଜେପି ଦଳ କଣ୍ଟାମାଳ ଆସନକୁ ଦଖଲ କରିବାରେ କୈାଣସି ଅସୁବିଧା ହେବନାହିଁ ବୋଲି ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.