ETV Bharat / state

ଓଡ଼ିଶାର ଆତିଥ୍ୟତାକୁ ପ୍ରଶଂସା କଲେ ଜରିନ ଖାନ, କାହିଁକି ଫିଲ୍ମଠୁ ଦୂରେଇଛନ୍ତି ଖୋଲିଲେ ରାଜ୍‌

Zareen Khan At Bhubaneswar: ଭୁବନେଶ୍ୱରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବଲିଉଡର ଅଭିନେତ୍ରୀ ଜରିନ ଖାନ । ଏହି ସମୟରେ ସେ ଓଡ଼ିଶାର ଆତିଥ୍ୟ ଏବଂ ଖାଦ୍ୟକୁ ବେଶ ପ୍ରଶଂସା କରିଛନ୍ତି । ଏଥିସହ ସେ ଆଗାମୀ ଦିନରେ ଭଲ କଣ୍ଟେଣ୍ଟ ମିଳିଲେ ନିଶ୍ଚୟ ଓଡ଼ିଆ ଫିଲ୍ମ କରିବି ବୋଲି କହିଛନ୍ତି ।

author img

By ETV Bharat Odisha Team

Published : Feb 26, 2024, 11:44 AM IST

Updated : Feb 26, 2024, 1:03 PM IST

ଭୁବନେଶ୍ୱରରେ ଜରିନ ଖାନ, ଓଡ଼ିଶାର ଆତିଥ୍ୟକୁ କଲେ ଭୁରି ଭୁରି ପ୍ରଶଂସା

ଓଡ଼ିଶାର ଆତିଥ୍ୟତାକୁ ପ୍ରଶଂସା କଲେ ଜରିନ ଖାନ, କାହିଁକି ଫିଲ୍ମଠୁ ଦୂରେଇ ଅଛନ୍ତି ଖୋଲିଲେ ରାଜ୍‌

ଭୁବନେଶ୍ୱର: ରାଜଧାନୀରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜରିନ ଖାନ । ସହରର ଏକ କ୍ଲବ ଉଦଘାଟନ ଅବସରରେ ଯୋଗ ଦେଇଛନ୍ତି ଅଭିନେତ୍ରୀ । ଏହି ସମୟରେ ସେ ଓଡ଼ିଶାର ଆତିଥ୍ୟ ଏବଂ ଖାଦ୍ୟକୁ ଖୁବ ପ୍ରଶଂସା କରିଛନ୍ତି । ଏଥିସହ ସେ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଥିବା ବେଳେ ନିଜର ଫିଲ୍ମ ଏବଂ କାମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ବଲିଉଡ଼ ଡିଭା ଜରିନ ଖାନ ଆଗାମୀ ଦିନରେ ଓଡ଼ିଆ ଫିଲ୍ମ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଭଲ କଣ୍ଟେଣ୍ଟ ମିଳିଲେ ଓଡ଼ିଆ ସିନେମା ନିଶ୍ଚୟ କରିବି ।

ଅଭିନେତ୍ରୀ ଜରିନ ଖାନ ଓଡ଼ିଶାର ଆତିଥ୍ୟକୁ ପ୍ରଶଂସା କରିଛନ୍ତି । ଏଥିସହ ସେ ଓଡ଼ିଶାର ଖାଦ୍ୟକୁ ନେଇ ବି ପ୍ରଶଂସା କରିଥିବା ବେଳେ ଦହିବରା ଖାଇବେ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ସେ ଆଗାମୀ ଦିନରେ ଭଲ କଣ୍ଟେଣ୍ଟ ମିଳିଲେ ଓଡ଼ିଆ ସିନେମା ମଧ୍ୟ କରିବେ ବୋଲି କହିଛନ୍ତି । ଏହି ସମୟରେ ସେ ଇଣ୍ଡଷ୍ଟ୍ରିରୁ କାହିଁକି ଦୂରେଇ ଯାଇଛନ୍ତି । ତାହା ମଧ୍ୟ ପ୍ରକାଶ କରିଛନ୍ତି ।

ଜରିନ ଖାନ ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେବ ତାଙ୍କର କୌଣସି ଫିଲ୍ମ ଆସିନାହିଁ । ତେବେ ସେ କାହିଁକି ସେ ଇଣ୍ଡଷ୍ଟ୍ରିରୁ ଏବେ ଦୂରେଇ ରହିଛନ୍ତି ତାହାର ସେ କାରଣ କହିଛନ୍ତି । ଅଭିନେତ୍ରୀଙ୍କ ମା'ଙ୍କ ଦେହ ଖରାପ ଥିବା ଯୋଗୁଁ ସେ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେବ ସିନେମା ଦୁନିଆଠୁ ଦୂରେଇ ରହିହିଛନ୍ତି । ବର୍ତ୍ତମାନ ତାଙ୍କ ମା' ସୁସ୍ଥ ହୋଇ ଆସିଲେଣି ଯେଉଁଥିପାଇଁ ସେ ପୁଣି ବଲିଉଡ଼ରେ କାମ ଆରମ୍ଭ କରିଲେଣି । ଖୁବଶୀଘ୍ର ପ୍ରଶଂସକ ତାଙ୍କୁ ବଡ଼ ପରଦାରେ ଦେଖିବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ବଲିଉଡ ସୁନ୍ଦରୀ ଜରିନ୍

ସେହିପରି ଅଭିନୟ ବ୍ୟତୀତ ନିଜ ବ୍ଲଗକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି । ସେ କୋଭିଡ଼ ପର ଠାରୁ ଏହା ଆରମ୍ଭ ହୋଇଥିବା ବେଳେ ସେ ଏବେ ମା'ଙ୍କ ଅସୁସ୍ଥତା ପାଇଁ ଏହାକୁ ବନ୍ଦ କରିଛନ୍ତି । ମା' ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ସେ ପୁଣି ଏହା କରିବେ ବୋଲି କହିଛନ୍ତି । ସେ ଏହି ଯାତ୍ରା ତାଙ୍କ ଅଭିନୟକୁ ଛାଡି ସେ ବ୍ୟକ୍ତିଗତ ଭାବେ କ'ଣ ତାହା ତାଙ୍କ ପ୍ରଶଂସକକୁ ଜାଣିବାକୁ ସୁଯୋଗ ଦେଇଛି ବୋଲି କହିଛନ୍ତି । ତେଣୁ ଆଉ ପ୍ରଶଂସକ ମାନେ ବି ନିରାଶ ହେବେନି ପୁଣି ଥରେ ବ୍ଲଗ ଓ ୟୁଟ୍ୟୁବ ଭିଡିଓ ଆରମ୍ଭ କରିବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡିଶାରେ ବଲିଉଡର ‘ଆନ୍ନା’, ଡାଲମାକୁ କଲେ ଭୂରି ଭୂରି ପ୍ରଶଂସା

Last Updated : Feb 26, 2024, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.