ETV Bharat / state

ଶିଳ୍ପା ସେଟ୍ଟୀଙ୍କ ଲିଙ୍ଗରାଜ ମନ୍ଦିର ଫଟୋ ବିବାଦ, ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ - SHOW CAUSE NOTICE TO SERVITOR

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଲିଙ୍ଗରାଜ ମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ ପରେ ବିବାଦ ତେଜିଛି । ସେପଟେ ସମ୍ପୃକ୍ତ ସେବାୟତଙ୍କୁ ମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସ ।

Show cause notice to servitor
Show cause notice to servitor (ETV Bharat Odisha)
author img

By ETV Bharat Odisha Team

Published : Oct 29, 2024, 10:20 PM IST

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଲିଙ୍ଗରାଜ ମନ୍ଦିର ଭିତର ଭିଡିଓ ପ୍ରସଙ୍ଗ । ତାଙ୍କ ସହ ଉପସ୍ଥିତ ଥିବା ସେବାୟତଙ୍କ ଅଡୁଆ ବଢିଛି । ସମ୍ପୃକ୍ତ ସେବାୟତଙ୍କୁ ମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

Show cause notice to servitor (ETV Bharat Odisha)

କାହିଁକି ତେଜିଲା ବିବାଦ?

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଲିଙ୍ଗରାଜ ମନ୍ଦିର ଭିତରେ ଥିବା ନିଷିଦ୍ଧାଞ୍ଚଳରେ ଫଟୋ ଓ ଭିଡିଓ ଉଠାଇବା ପ୍ରସଙ୍ଗକୁ ନେଇ ତେଜିଛି ବିବାଦ । ଅଭିନେତ୍ରୀଙ୍କ ସହ ଫଟୋ ଉଠାଇଥିବା ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନୋଟିସ ଜାରି କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଆଉ ସେବାୟତଙ୍କୁ ଏହାର ଉତ୍ତର ୭ ଦିନ ଭିତରେ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି । କେଉଁ ପରିସ୍ଥିତିରେ ଓ କାହା ଅନୁମତିରେ ସେ ଏହି ଫୋଟୋ ଉଠାଇଛନ୍ତି ତାର ଉତ୍ତର ରଖିବାକୁ ୭ ଦିନର ମହଲତ ଦିଆଯାଇଛି । ଏହାସହ "କାରଣ କ'ଣ ରହିଥିଲା କାହିଁକି ମନ୍ଦିରରେ ଅଭିନେତ୍ରୀ ଫଟୋ ଉଠାଇଲେ ତା ଉପରେ ତାର ମଧ୍ୟ ତଦନ୍ତ ହେବ" ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଏପରିକି ଆଗକୁ କିଭଳି ଏପରି ଘଟଣା ନଘଟିବ ସେନେଇ ମନ୍ଦିର ପାଇଁ ଥିବା ନିୟମକୁ କଡାକଡି କରାଯିବ ।

Show cause notice to servitor
Show cause notice to servitor (ETV Bharat Odisha)

ଏହା ବି ପଢନ୍ତୁ...ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ସୋସିଆଲ ମିଡିଆରେ ଭାଇରାଲ

ଏହା ବି ପଢନ୍ତୁ...ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ, 'ଇସ୍କନ ସହ କଥା ହେବ ଶ୍ରୀମନ୍ଦିର ପ୍ରଶାସନ'

ସେବାୟତଙ୍କୁ ଦାୟୀ କଲେ ସେବାୟତ:
ଅନ୍ୟପଟେ ସେବାୟତଙ୍କ ନାଁରେ ଲିଙ୍ଗରାଜ ପୋଲିସ ଷ୍ଟେସନରେ ଏକ ଷ୍ଟେସନ ଡାଇରୀ ପ୍ରଶାସନ ପକ୍ଷରୁ କରାଯାଇଛି । ଘଟଣାଟିକୁ ଅନ୍ୟ ସେବାୟତମାନେ ନିନ୍ଦା କରିବା ସହ ସମସ୍ତଙ୍କ ପାଇଁ ସମାନ ନିୟମ ବା କଟକଣା ହେବା ଦରକାର ବୋଲି କହିଛନ୍ତି । ଏନେଇ ପୂଜା ପଣ୍ଡା ନିଯୋଗର ସେବାୟତ ବିରଞ୍ଚି ପତି କହିଛନ୍ତି, "ଏଥିପାଇଁ ସେବାୟତ ହିଁ ଦାୟୀ । କାରଣ ଯେଉଁମାନେ ବି ଆସନ୍ତୁ ସେମାନଙ୍କୁ ମନ୍ଦିରର ନିୟମ ବିଷୟରେ ଜଣାଇବା ଆମର ଦାୟିତ୍ୱ । କିନ୍ତୁ ତାହା ଆମେ କରିନାହୁଁ। ଏହାସହ ପ୍ରଶାସନ ବି ଏଥିପାଇଁ ଉତ୍ତରଦାୟୀ । ମନ୍ଦିର ବେଢାରେ ଫଟୋ ଉଠାଇ ଭାଇରାଲ କରୁଛନ୍ତି ଯାହା ଉଚିତ ନୁହେଁ । ତେଣୁ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.