ETV Bharat / state

ଅଲୋଡା ହେଲା ନବଜାତ ଶିଶୁ, ଅଳିଆ ଗଦାରୁ ମିଳିଲା ମୃତଦେହ

author img

By ETV Bharat Odisha Team

Published : Jan 25, 2024, 3:44 PM IST

Body of newborn baby found: ପୁଣି ଅଲୋଡା ହେଲା ନବଜାତ ଶିଶୁ । ଅଳିଆ ଗଦାରେ ପଡ଼ିଥିବାର ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ । ଅଧିକ ପଢ଼ନ୍ତୁ

ଅଲୋଡା ହେଲା ନବଜାତ ଶିଶୁ
ଅଲୋଡା ହେଲା ନବଜାତ ଶିଶୁ

ଭବାନୀପାଟଣା: ପୁଣି ଅଲୋଡା ହେଲା ନବଜାତ ଶିଶୁ । ଅଳିଆ ଗଦାରେ ପଡ଼ିଥିବାର ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ । ହଜି ଯାଉଛି ମଣିଷ ପଣିଆ । ଯୁଗ ଯେତିକି ଆଧୁନିକତା ଆଡ଼କୁ ଗତ କରୁଛି ଠିକ ସେହି ଭଳି ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ହେଉଛି । ଆଉ ଏମିତି ଅନେକ ଶିଶୁ ଅଲୋଡ଼ା ହୋଇ କେବେ ଯେ ଅଳିଆ ଗଦାରେ ତ ଆଉ କେବେ ଅନାଥ ଆର୍ଶମରେ ମିଳୁଛନ୍ତି ।

ନିଜର କ୍ଷଣିକ ସୁଖ ଓ ପରକୀୟା ପ୍ରୀତି ସହ ଅନୌତିକ ସମ୍ପର୍କ ପାଇଁ ଅଲୋଡା ହେଉଛନ୍ତି ନବଜାତ ଶିଶୁ । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ପରିବର୍ତ୍ତନ ହେଉ ନାହିଁ ଆମ ସମାଜ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ମେଡିକାଲ ପରିସରରେ ଥିବା ଅଳିଆ ଗଦାରେ ପଡ଼ିଛି ନବଜାତ ଶିଶୁ ପୁତ୍ରର ମୃତଦେହ। ସୂଚନା ଅନୁଯାୟୀ ଭବାନୀପାଟଣା ଠାରେ ଥିବା ସହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ବା ଜିଲ୍ଲା ମୁଖ୍ୟ ଚିକତ୍ସାଲୟ ପରିସରରେ ଥିବା ଅଳିଆ ଗଦାରେ ନବଜାତ ଶିଶୁପୁତ୍ରର ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିଥିବା ବେଳେ କିଏ ଓ କାହିଁକି ଏଭଳି ଭାବରେ ନବଜାତ ଶିଶୁ ପୁତ୍ରକୁ ଅଳିଆ ଗଦାରେ ଫିଙ୍ଗି ଦେଇ ଚାଲିଯାଇଛି ତାହାର ତଦନ୍ତ କରୁଛି ଟାଉନ ଥାନା ପୋଲିସ । ସେପଟେ ମେଡିକାଲ ପରିସରରେ ଲାଗିଥିବା ସିସିଟିଭି ଫୁଟେଜର ସାହାର୍ଯ୍ୟ ନେଇ ତଦନ୍ତ କରୁଥିବା ବେଳେ ସଂପୃକ୍ତ ଅଭିଯୁକ୍ତକୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ... ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍‌ ଲେଖୁଥିଲେ କାରଣ ଦର୍ଶାଇବାକୁ ସ୍ବାସ୍ଥ୍ୟ ବିଭାଗର ଚିଠି

ସେହିପରି ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ଘଟଣା । ଜଙ୍ଗଲ ଭିତରେ ଥିବା ଏକ ବହୁ ପୁରୁଣା ପରିତ୍ୟକ୍ତ ବୋରୱେଲ ଗାତ ଭିତରେ ଏକ ଶିଶୁକୁ ଫୋପଡ଼ା ଯାଇଥିଲା । ଏହାପରେ ଉଦ୍ଧାରକାରୀ ଟିମ ଗାତ ଭିତରକୁ ଅମ୍ଳଜାନ ପଠେଇଥିଲେ । ଏହାସହ ଶିଶୁକୁ ଉଦ୍ଧାର କରିବାକୁ ୩ଟି ଜେସିବି ଲାଗିଥିଲା । ଘଟଣା ସ୍ଥଳରେ ଡାକ୍ତର ଉପସ୍ଥିତ ଥିଲେ । ଶିଶୁଟି ଗୋଟିଏ କି ୨ଟି ଦିନର ବୋଲି ସେ କହିଥିଲେ । ଘଟଣା ସ୍ଥଳରେ ସବୁ ପ୍ରକାର ଲାଇଟ ଓ ଔଷଧ ମହଜୁଦ ରଖାଯାଇଥିଲା l ତେବେ ସୁରକ୍ଷିତ ଭାବେ ଶିଶୁକୁ ଉଦ୍ଧାର କରାଯିବା ପରେ ଡାକ୍ତର ତାର ଚିକିତ୍ସା କରିଥିଲେ । ସୌଭାଗ୍ୟବଶତଃ ଶିଶୁଟି ବୋରୱେଲ ମଧ୍ୟରେ ଜୀବିତ ରହିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.