ETV Bharat / state

ଭୁବନେଶ୍ୱରରେ ଖୋଲିଲା କୁକୁର ବନ୍ଧ୍ୟାକରଣ କେନ୍ଦ୍ର, ଦିନକୁ ୧୦୦ ଅସ୍ତ୍ରୋପଚାର - କୁକୁର ବନ୍ଧ୍ୟାକରଣ କେନ୍ଦ୍ର

Dog Sterilization Center In BBSR: ଏଣିକି ରାଜଧାନୀ ହେବ ଜଳାନ୍ତକ ରୋଗ ମୁକ୍ତ ସହର । କମିବ ବୁଲା କୁକୁରଙ୍କ ଆତଙ୍କ । ବର୍ତ୍ତମାନ ଭୁବନେଶ୍ୱରରେ BMC ପକ୍ଷରୁ କୁକୁର ବନ୍ଧ୍ୟାକରଣ କେନ୍ଦ୍ର ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ,

Etv Bharat
Etv Bharat
author img

By ETV Bharat Odisha Team

Published : Feb 7, 2024, 1:42 PM IST

ଭୁବନେଶ୍ୱରରେ ବିଏମସି ପକ୍ଷରୁ ଖୋଲିଲା ଶ୍ୱାନ ବନ୍ଧ୍ୟାକରଣ କେନ୍ଦ୍ର

ଭୁବନେଶ୍ୱର: ରାଜଧାନୀରେ ଖୋଲିଲା ବିଏମସିର କୁକୁର ବନ୍ଧ୍ୟାକରଣ କେନ୍ଦ୍ର । ବୁଲା କୁକୁରଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବା ଓ ଜଳାତଙ୍କ ରୋଗ ମୁକ୍ତ କରିବା ଲକ୍ଷ୍ୟରେ ବିଏମ୍‌ସି ଏହି ବନ୍ଧ୍ୟାକରଣ କେନ୍ଦ୍ରର ଉଦଘଟଣା କରିଛି । ବିଏମସି ମେୟର ସୁଲୋଚନା ଦାଶ ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଆଜି ଶ୍ଵାନ ବନ୍ଧ୍ୟାକରଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି ନୂତନ ବନ୍ଧ୍ୟାକରଣ କେନ୍ଦ୍ରରେ ୨୪୦ଟି କୁକୁର ରହିବାର କ୍ଷମତା ରହିଛି ।

ଏଥିରେ ୪୮ଟି ଶ୍ଵାନ ଗୃହ ରହିଥିବା ବେଳେ ୨ଟି ଅପରେସନ ଥିଏଟର, ୫ଟି ଅପରେସନ ଟେବୁଲ ସହ ଅତ୍ୟାଧୁନିକ ଅପରେସନ ଉପକରଣମାନ ରହିଛି । ଏଠାରେ ପ୍ରତିଦିନ ୧୦୦ଟି କୁକୁର ବନ୍ଧ୍ୟାକରଣ ହୋଇପାରିବ । ଯଦି ଆପଣଙ୍କ ଅଂଚଳରେ କୁକୁରର ଦୌରାତ୍ମ୍ୟ ବଢୁଛି କିମ୍ବା କେଉଁଠି କୁକୁର ଯୋଗୁଁ ଆପଣ ଅସୁବିଧାରେ ପଡୁଛନ୍ତି, ସେଭଳି ସ୍ଥଳେ ବିଏମସି ପକ୍ଷରୁ ଜାରି ହୋଇଥିବା ହେଲ୍ପଲାଇନ ନମ୍ବର ୧୯୨୯ ରେ କଲ କରିପାରିବେ ବୋଲି କହିଛି ବିଏମସି ।

କୁକୁରମାନଙ୍କୁ ଆଣିବା ଓ ଛାଡିବା ପାଇଁ ୨ଟି ଶ୍ଵାନ ଯାନ ବା ଗାଡି ରହିଛି । କୁକୁରଙ୍କର ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ଡାକ୍ତର, ଚିକିତ୍ସା ସହାୟକ ଏବଂ କର୍ମଚାରୀ ମଧ୍ୟ ରହିଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ତେବେ ବୁଲା କୁକୁରଙ୍କୁ ଶ୍ଵାନ ଯାନ ଯୋଗେ ଏଠାକୁ ଆଣି, ସରକାରୀ ନିୟମ ଏବଂ ସୁପ୍ରିମ କୋର୍ଟଙ୍କ ଗାଇଡ ଲାଇନ ଅନୁସାରେ ସେମାନଙ୍କୁ ପୃଥକ ଭାବେ ରଖାଯିବା ସହ ସେମାନଙ୍କ ଖାଇବା, ପିଇବା ଏବଂ ଯତ୍ନ ନିଆଯିବ।

ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ବନ୍ଧ୍ୟାକରଣ ଓ ଟୀକାକରଣ କରାଯାଇ ସେମାନଙ୍କ ଚିକିତ୍ସା କରାଯିବ। ଅସ୍ତ୍ରୋପଚାର ପରବର୍ତ୍ତୀ ଯତ୍ନ ମଧ୍ୟ ନିଆଯିବ । ବନ୍ଧ୍ୟାକରଣ ଅବଧି ପରେ ସେମାନଙ୍କୁ ନିଜସ୍ଥାନରେ ସୁରକ୍ଷିତ ଭାବେ ଛାଡି ଦିଆଯିବ। ସୁପ୍ରିମକୋର୍ଟ କୌଣସି ବୁଲା କୁକୁରଙ୍କୁ ସ୍ଥାନାନ୍ତର ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସୁପ୍ରିମକୋର୍ଟର ଗାଇଡ୍ଲାଇନ ମାନି ଏକ ସୁରକ୍ଷିତ ବନ୍ଧ୍ୟାକରଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।

ଏହା ମଧ୍ୟ ପଢନ୍ତୁ: କୁକୁର ବନ୍ଧ୍ୟାକରଣ ପାଇଁ ଫିଟିଲା ବାଟ, ହାଇକୋର୍ଟରେ ସତ୍ୟପାଠ ଦେଲେ ସରକାର

ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ୨୦୦୮ଟି ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିଛି । ଖାଲି ବନ୍ଧ୍ୟାକରଣ ନୁହେଁ, ସେମାନଙ୍କୁ ଜଳାତଙ୍କ ବା ଆଣ୍ଟି ରାବିସ୍ ଟିକା ମଧ୍ୟ ଦିଆଯାଉଛି । ସେହିପରି ବୁଲା ଗାଈଗୋରୁଙ୍କୁ ମଧ୍ୟ ଉଦ୍ଧାର କରି ସେମାନଙ୍କର ରକ୍ଷଣାବେକ୍ଷଣ କରାଯାଉଛି । ପୂର୍ବରୁ ସହିଦ ନଗରଠାରେ ଅଳ୍ପ ସଂଖ୍ୟକ କୁକୁରଙ୍କର ବନ୍ଧ୍ୟାକରଣ କରାଯାଉଥିଲା । ଏବେ ଏହି କେନ୍ଦ୍ର ଖୋଲାଯିବା ପରେ ପ୍ରତିଦିନ ୧୦୦ କୁକୁରଙ୍କର ବନ୍ଧ୍ୟାକରଣ କରାଯିବ ବୋଲି କୁହାଯାଇଛି । ଉଦଘାଟନୀ ସମାରୋହରେ ବିଏମସି କମିଶନର ସ୍ଥାନୀୟ କର୍ପୋରେଟର ନୁର ଜାହନଙ୍କ ସମେତ ବିଏମସି କର୍ପୋରେଟର ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.