ETV Bharat / state

ଡ୍ରେନରେ ବୁଡି ନାବାଳକ ମୃତ୍ୟୁ ଘଟଣା, ସହକାରୀ ଯନ୍ତ୍ରୀ ନିଲମ୍ବିତ - BMC Assistant Engineer Suspended

author img

By ETV Bharat Odisha Team

Published : Jun 20, 2024, 10:07 PM IST

BMC ASSISTANT ENGINEER SUSPENDED: ରାଜଧାନୀରେ ଡ୍ରେନରେ ବୁଡି ନାବାଳକ ମୃତ୍ୟୁ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର । ବିଏମ୍‍ସି ଡ୍ରେନେଜ ଡିଭିଜନର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ ନିଲମ୍ବିତ । ଅଧିକ ପଢନ୍ତୁ

BMC ASSISTANT ENGINEER SUSPENDED
BMC ASSISTANT ENGINEER SUSPENDED (ETV Bharat Odisha)

ଭୁବନେଶ୍ବର: ଡ୍ରେନରେ ବୁଡି ମୃତ୍ୟୁ ଘଟଣାର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଏମ୍‍ସି ଡ୍ରେନେଜ ଡିଭିଜନର ସହକାରୀ ଯନ୍ତ୍ରୀ ନିଲମ୍ବିତ ହୋଇଛନ୍ତି । ରାଜଧାନୀରେ ନାଳରେ ଭାସିଯାଇ ଗୋଟିଏ ଛୋଟ ପିଲା ମୃତ୍ୟୁ ବରଣ କରିବା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାର ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ଆଜି ଭୁବନେଶ୍ୱର ମହାନଗର ନିଗମ ବିଏମ୍‍ସିର ଡ୍ରେନେଜ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନା ଥାଉକି, ଗତ ୧୮ତାରିଖ ଦିନ ତିନି ନମ୍ବର ୟୁନିଟ୍‍ ଅଞ୍ଚଳରେ ଜଣେ ୯ ବର୍ଷର ବାଳକ ନାଳରେ ଭାସିଯାଇ ମୃତ୍ୟୁବରଣ କରିଥିଲେ । ନାଳରେ ଭାସୁଥିବା ଗୋଟିଏ ବେଲୁନ୍‍ ଆଣିବାକୁ ଯାଇ ବାଳକଟି ଏଭଳି ଦୁର୍ଘଟଣାର ଶିକାର ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତ ନାବାଳକର ପରିବାର ପାଇଁ ୪ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିବା ସହିତ କର୍ତ୍ତୃପକ୍ଷଙ୍କ ଠାରୁ ଏ ସଂକ୍ରାନ୍ତୀୟ ରିପୋର୍ଟ ତଲବ କରିଥିଲେ । ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ । କର୍ତ୍ତୃପକ୍ଷ ମଧ୍ୟ ତୁରନ୍ତ ଘଟଣାର ସରଜମିନ ତଦନ୍ତ କରି ରିପୋର୍ଟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ .....ଭୁବନେଶ୍ୱର ମୁକୁଳା ଡ୍ରେନ ନେଲା ନାବାଳକ ଜୀବନ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୪ ଲକ୍ଷ ସହାୟତା - Minor Boy Dies

ତେବେ ରିପୋର୍ଟ ହସ୍ତଗତ ହେବା ପରେ ଆଜି ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁ ସ୍ଥାନରେ ପିଲାଟି ନାଳରେ ପଡି ଭାସି ଯାଇଥିଲା ସେହି ସ୍ଥାନରେ ବାଡ଼ ଲଗାଯାଇନଥିବା ରିପୋର୍ଟରେ ଦର୍ଶାଯାଇଥିଲା । ଏଭଳି ସମ୍ବେଦନଶୀଳ ସ୍ଥାନରେ ବାଡ଼ ନଲଗାଇବା ପାଇଁ ୫ ନମ୍ବର ଡ୍ରେନ ଡିଭିଜନ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ଦାୟୀ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.