ETV Bharat / state

ପୂରଣ ହେବ ଭକ୍ତଙ୍କ ଦାବି, ଖୋଲିବ ଶ୍ରୀମନ୍ଦିର ଚାରିଦ୍ବାର ଓ ରତ୍ନଭଣ୍ଡାର - Winning BJP candidates on Puri Sri Mandir

author img

By ETV Bharat Odisha Team

Published : Jun 6, 2024, 4:20 PM IST

Updated : Jun 6, 2024, 4:40 PM IST

Winning BJP candidates on Puri Sri Mandir: ଖୁବଶୀଘ୍ର ଖୋଲିପାରେ ଶ୍ରୀମନ୍ଦିର ଚାରିଦ୍ବାର ଓ ରତ୍ନଭଣ୍ଡାର । ବିଜେପି ସରକାର ଆସିବା ପରେ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢିଥିବା ବେଳେ ଦାବି ପୂରଣ ହେବ ବୋଲି କହିଛନ୍ତି ନବନିର୍ବାଚିତ ବିଜେପି ସାଂସଦ ଓ ବିଧାୟକ । ଅଧିକ ପଢନ୍ତୁ

Winning BJP candidates on Puri Sri Mandir
Winning BJP candidates on Puri Sri Mandir (ETV Bharat Odisha)

ପୁରୀ: ଓଡ଼ିଶାରେ ବିଜେଡି ସରକାର ପତନ ପରେ ବଢିଲା ଶ୍ରୀମନ୍ଦିର ଚାରିଦ୍ବାର ଓ ରତ୍ନଭଣ୍ଡାର ଖୋଲିବା ଆଶା । ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କରାଯିବ ବୋଲି କହିଛନ୍ତି ନବ ନିର୍ବାଚିତ ସାଂସଦ ସମ୍ବିତ ପାତ୍ର ଓ ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ସରକାର ଗଠନ ପରେ ଭକ୍ତଙ୍କ ଦାବି ପୂରଣ କରାଯିବ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।

ପୂରଣ ହେବ ଭକ୍ତଙ୍କ ଦାବି, ଖୋଲିବ ଶ୍ରୀମନ୍ଦିର ଚାରିଦ୍ବାର ଓ ରତ୍ନଭଣ୍ଡାର (ETV Bharat Odisha)

ନିର୍ବାଚନୀ ପ୍ରଚାର ସମୟରେ ପୁରୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ପ୍ରତିଶ୍ରୁତି ଦେଇଥିଲେ । ଯଦି ବିଜେପି ସରକାରକୁ ଆସେ ତେବେ ରତ୍ନଭଣ୍ଡାର ଖୋଲିବା ସହ ଶ୍ରୀମନ୍ଦିର ଚାରିଦ୍ବାର ମଧ୍ୟ ଖୋଲାଯିବ ବୋଲି କହିଥିଲେ । ଇତିମଧ୍ୟରେ ନିର୍ବାଚନ ଶେଷ ହୋଇ ଫଳାଫଳ ପ୍ରକାଶ ପାଇଛି । ବିଜେଡି ସରକାରର ପତନ ହୋଇଛି । ଓଡ଼ିଶାରେ ପ୍ରଥମ ଥର ଲାଗି ବିଜେପି ସରକାର ଗଢିବାକୁ ଯାଉଛି । ବିଜେପି ସରକାରକୁ ଆସିବା ପରେ ପ୍ରତିଶ୍ରୁତି ଅନୁଯାୟୀ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଭକ୍ତ ଓ ସେବାୟତମାନେ ଆଶା ରଖିଛନ୍ତି ।

ଦୀର୍ଘ ବର୍ଷ ହେବ ରତ୍ନ ଭଣ୍ଡାର ବନ୍ଦ ଥିବା ବେଳେ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାହା ମଧ୍ୟ ତଦାରଖ ହେବ ବୋଲି ଭକ୍ତ ଆଶା ରଖିଛନ୍ତି । ଏନେଇ ଜଣେ ଶ୍ରୀମନ୍ଦିର ସେବାୟତ କହିଛନ୍ତି, "ଶ୍ରୀମନ୍ଦିର ସିଂହଦ୍ଵାରକୁ ଛାଡି ଅନ୍ୟ ତିନି ଦ୍ଵାର ବନ୍ଦ ଦ୍ବାରା ଭକ୍ତ ଓ ପୁରୀ ବାସିନ୍ଦା ଅକଥନୀୟ ଅସୁବିଧା ଭୋଗୁଛନ୍ତି । ନିଜ ଇଚ୍ଛାରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ରହିବାକୁ ପଡୁଛି । ବାରମ୍ବାର ଏହି ସମସ୍ୟା ସମାଧାନ ପାଇଁ ବିଜେଡି ସରକାରକୁ ଅବଗତ କରାଗଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ଯାହାର ଜବାବ ଚଳିତ ନିର୍ବାଚନରେ ଜନତା ଦେଲେ । ବିଜେଡି ସରକାର ପରାଜୟ ବରଣ କଲା ।"

ଏହା ବି ପଢନ୍ତୁ- ବିଜୟ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସମ୍ବିତ ପାତ୍ର ଓ ସୂରଜ ସୂର୍ଯ୍ୟବଂଶୀ

ସେ ଆହୁରି କହିଛନ୍ତି ଯେ ମହାପ୍ରଭୁ ହେଉଛନ୍ତି ଭକ୍ତ ପ୍ରିୟ । ତାଙ୍କ ଭକ୍ତକୁ ଯିଏ କଷ୍ଟ ଦେବ ମହାପ୍ରଭୁ ସହିପାରିବେନି । ଆଉ ଯାହାକି ଚଳିତ ନିର୍ବାଚନରେ ତାହା ପ୍ରତିଫଳିତ ହେଲା । ମହାପ୍ରଭୁ ଅହଙ୍କାରକୁ ଭାଙ୍ଗି ଚୂରମାର କରିଦେଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବା, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ପ୍ରତିଶ୍ରୁତି ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ତାହା ନିଶ୍ଚିତ ପାଳନ କରିବେ ବୋଲି ଶ୍ରୀମନ୍ଦିର ସେବାୟତ ଆଶା ରଖିଛନ୍ତି । ଭକ୍ତମାନେ ମଧ୍ୟ ଚାରି ଦ୍ବାର ଖୋଲିବା ନେଇ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ।

ଏନେଇ ଜଣେ ଭକ୍ତ କହିଛନ୍ତି, "କେବଳ ଚାରି ଦ୍ବାର ଖୋଲି ନୂଆ ବିଜେପି ସରକାର ଚୁପ୍ ବସିଲେ ଚଳିବ ନାହିଁ । ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେଉ । ଏହା ଦ୍ବାରା ମହିଳା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କୁ ଟିକେ ଭଲରେ ଦର୍ଶନ କରିପାରିବେ । ସେହିପରି କେତେକ ସେବାୟତ ମଧ୍ୟ ଭକ୍ତଙ୍କୁ ଦକ୍ଷିଣା ଆଦାୟ ବେଳେ ଦୁର୍ବ୍ୟବହାର କରୁଛନ୍ତି । ଏହା ଉପରେ ମଧ୍ୟ ସରକାର କାର୍ଯ୍ୟନୁଷ୍ଠାନ ନେବା ଉଚିତ ।"

ସେପଟେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ନେଇ ଭକ୍ତ ଓ ସେବାୟତ ଦାବି କରିବା ପ୍ରସଙ୍ଗରେ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି, "ଯାହା ବିଜେପି ପ୍ରତିଶ୍ରୁତି ଦେଇଥିଲା ତାହା ଶୀଘ୍ର ପୂରଣ ହେବ । ନବୀନ ସରକାରର ସବୁ ଅନୀତି କାର୍ଯ୍ୟକୁ ବନ୍ଦ କରାଯିବ ।" ପୁରୀର ନବ ନିର୍ବାଚିତ ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ ମୋଦି ଯାହା କୁହନ୍ତି ତାହା କରନ୍ତି । ଲୋକେ ମୋଦିଜୀଙ୍କ ଗ୍ୟାରେଣ୍ଟିକୁ ଭରସା କରି ଭୋଟ ଦେଇଛନ୍ତି । ଏଣୁ ମୋଦିଜୀଙ୍କ ଘୋଷଣା ଅନୁଯାୟୀ ଓଡ଼ିଶାରେ ସରକାର ଗଠନ ପରେ ଶ୍ରୀମନ୍ଦିର ଚାରି ଦ୍ବାରକୁ ଭକ୍ତଙ୍କ ପାଇଁ ଖୋଲି ଦିଆଯିବ । ସେହିପରି ରତ୍ନ ଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାର ଗଣତି ସହ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ହେବ ।

ଇଟିଭି ଭାରତ, ପୁରୀ

Last Updated : Jun 6, 2024, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.