ETV Bharat / state

ରାଜଧାନୀର ଡାକ୍ତରଖାନାରେ ଡାକ୍ତର ଅଭାବ, ସତ୍ୟାଗ୍ରହରେ ବସିଲା ବିଜେପି - Doctors shortage in hospital

BJP strike in Bhubaneswar: କପିଳପ୍ରସାଦ ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ । ମେଡ଼ିକାଲ ସମ୍ମୁଖରେ ଧାରଣାରେ ବସିଲା ବିଜେପି । ଅଧିକ ପଢନ୍ତୁ

ବିଜେପିର ଧାରଣା
BJP Protest
author img

By ETV Bharat Odisha Team

Published : Feb 9, 2024, 11:19 AM IST

ଭୁବନେଶ୍ୱର: ରାଜଧାନୀରେ ଥିବା ଡାକ୍ତରଖାନାରେ ଡାକ୍ତର ଅଭାବ । ଏକାମ୍ର ନିର୍ବାଚନ ମଣ୍ଡଳୀର କପିଳପ୍ରସାଦ-ସୁନ୍ଦରପଦା ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର । ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେପି । ମେଡ଼ିକାଲ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଲେ ୱାର୍ଡ଼ ନଂ ୬୭ର କର୍ପୋରେଟର ମଧୁସ୍ମିତା ପ୍ରଧାନ, ସ୍ଥାନୀୟ ଜନସାଧାରଣ ଓ ବିଜେପି କର୍ମୀ ।

ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଧାରଣାରେ ସାମିଲ ହୋଇ କହିଛନ୍ତି, ''ସବୁବେଳେ ମୁଖ୍ୟମନ୍ତ୍ରୀ କୁହନ୍ତି ସମଗ୍ର ଓଡ଼ିଶାବାସୀ ମୋ ପରିବାର । ହେଲେ ତାଙ୍କ ବାସଭବନଠାରୁ ଏକ କିଲୋମିଟର ଦୂରରେ ଏଭଳି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ କଥା ହାସ୍ୟାସ୍ପଦ ଭଳି ଲାଗୁଛି । ଯଦି ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ ମେଡ଼ିକାଲରେ ଡାକ୍ତର ରହୁନାହାନ୍ତି ତେବେ ଦୂରଦୂରାନ୍ତର କଥା ଭାବିଲେ ମନରେ ଭୟ ସୃଷ୍ଟି ହେଉଛି ।''

ଏହା ମଧ୍ୟ ପଢନ୍ତୁ- ଗାନ୍ଧୀ ମାର୍ଗରେ ଓଷ୍ଟାର ଆନ୍ଦୋଳନ, ଦାବି ପୂରଣ ପାଇଁ ଅହୋରାତ୍ର ଗଣଧାରଣା

ସେ ଆହୁରି ମଧ୍ୟ କହିଥିଲେ ଯେ, ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଏହି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ସରକାର କେବଳ ବିକାଶ ବିଜ୍ଞାପନରେ କରିଛି ସତରେ ନୁହେଁ । ଏହି ହସ୍ପିଟାଲ ଉପରେ ଆଖପାଖ ଅଞ୍ଚଳର ବହୁ ଲୋକ ନିର୍ଭରଶୀଳ ମାତ୍ର ଦୀର୍ଘ ଦିନ ଧରି ଏଠାରେ କୌଣସି ଡାକ୍ତର ନିଯୁକ୍ତି ହେଉନାହାନ୍ତି, ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସ୍ୱାସ୍ଥ୍ୟସେବାରେ ଆଗୁଆ ବୋଲି ଡିଣ୍ଡିମ ପିଟୁଥିବା ବିଜେଡ଼ି ସରକାରଙ୍କ ଅସଲ ମୁଖା ମୁଖ୍ୟମନ୍ତ୍ରୀଙ୍କ ଘର ନିକଟ ହସ୍ପିଟାଲରେ ଡାକ୍ତର ଅଭାବ ଖୋଲି ଦେଇଛି । ବିଜେଡ଼ି ସରକାରରେ ଆଜି ନିର୍ବାଚିତ କର୍ପୋରେଟର ସତ୍ୟାଗ୍ରହରେ ବସୁଛନ୍ତି । ଜନତାଙ୍କ ମୌଳିକ ହକ ପାଇଁ ଏହାଠାରୁ ଦୁର୍ଭାଗ୍ୟର ବିଷୟ କଣ ହୋଇପାରେ । ବାରମ୍ବାର ଅନୁରୋଧ ସତ୍ତ୍ୱେ କପିଳପ୍ରସାଦ ହସ୍ପିଟାଲରେ ଡାକ୍ତର ନିଯୁକ୍ତି ହେଉନାହାନ୍ତି କାହିଁକି ।

ଏହା ମଧ୍ୟ ପଢନ୍ତୁ- 10 ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଜଗତସିଂହପୁରର 10 ପଞ୍ଚାୟତବାସୀ

ଯେଉଁ ପର୍ଯ୍ୟନ୍ତ ସରକାର ହସ୍ପିଟାଲରେ ଡାକ୍ତର ନିଯୁକ୍ତ ନକରିଛନ୍ତି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବିଜେପି କହିଛି । ଧାରଣାରେ ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ସମାଜସେବୀ ନୀଳମଣି ମିଶ୍ର, ବିଜେପି ନେତା ତାପସ ଦଳାଇ, ସୁଭାଷିନୀ ପୃଷ୍ଟି, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.