ନିମାପଡ଼ା: ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି ଏନଏଏସି ତାତି ।ରାଜ୍ୟ ସରକାର ୩୫ଟି ନୂତନ ଏନଏଏସି ଘୋଷଣା ପରେ ତେଜିଛି ଦାବି । ଏହାରି ଭିତରେ ପୁରୀ ଜିଲ୍ଲା କାକଟପୁରକୁ ମଧ୍ୟ ଏନଏଏସି ମାନ୍ୟତା ଦାବିରେ ବିଜେପି ପକ୍ଷରୁ ୮ଘଣ୍ଟିଆ ବନ୍ଧ ପାଳନ କରାଯାଇଛି । ଦୀର୍ଘ ଦିନ ହେବ କାକଟପୁରକୁ ଏନଏଏସି ଘୋଷଣା ପାଇଁ ଦାବି କରା ଯାଉଥିଲେ ମଧ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛି ବିଜେପି । ସରକାର ରାଜ୍ୟରେ ୩୫ଟି ନୂଆ ଏନଏସି ଘୋଷଣା କରିଥିବାବେଳେ କାକଟପୁର ଏଥିରୁ ବାଦ ପଡିଛି । ଏଥିପାଇଁ ଆଜି(ଗୁରୁବାର) ଦିନ ବିଜେପି ପକ୍ଷରୁ ୮ଘଣ୍ଟିଆ ବନ୍ଧ ପାଳନ ଡ଼ାକରା ଦିଆଯାଇଥିଲା । ବିଧାୟକ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ କୁଶ ପୁତ୍ତଳିକା ଦାହ କରିଥିଲା ବିଜେପି । ସେପଟେ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଛି ବନ୍ଦ ଡ଼ାକରା ।
ବିଜେପି ନେତା ସୁଦର୍ଶନ ସ୍ୱାଇଁଙ୍କ ନେତୁତ୍ବରେ ଏହି ବନ୍ଦ ଡ଼ାକରା ଦିଆଯାଇଥିଲା । କାକଟପୁରରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସମସ୍ତ ଦୋକାନ ବଜାର , ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଏଠାରେ ଏନଏସି ଗଠନ ପାଇଁ ଆବଶ୍ୟକ ଭିତ୍ତିଭୂମୀ ରହିଥିବା ବେଳେ ସରକାର ଜାଣିଶୁଣି ଅଣଦେଖା କରୁଥିବା ଅଭିଯୋଗ କରିଛି ବିଜେପି । ଯଦି ୭ଦିନ ମଧ୍ୟରେ କାକଟପୁରକୁ ଏନଏସି ଘୋଷଣା ନ କରାଯାଏ , ତାହାଲେ ବିଜେପି ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ।
ଏହା ମଧ୍ୟ ପଢନ୍ତୁ .....ବାମରାକୁ NAC ମାନ୍ୟତା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ
ଏହା ମଧ୍ୟ ପଢନ୍ତୁ.....ଜୋର ଧରିଲା NAC ମାନ୍ୟତା ଦାବି, ୧୨ ଘଣ୍ଟିଆ ରାସୋଳ ବନ୍ଦ
ପ୍ରକାଶ ଯୋଗ୍ୟ, ସେହିପରି ବାଲେଶ୍ବର ଜିଲ୍ଲାର ଖଇରାକୁ ମଧ୍ୟ ଏନଏଏସି ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି । ଗତକାଲି ( ବୁଧବାର) ସକାଳ 6 ଘଟିକା ଠାରୁ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଖଇରା ବଜାର ବନ୍ଦ ଡାକରା ଦିଆଯାଇଥିଲା ।ଯଦି ନିୟମ ଆଧାରକୁ ଦେଖାଯାଏ ଖଇରା ମଧ୍ୟ NAC ହେବାରେ କୌଣସି ଅସୁବିଧା ନାହିଁ କାରଣ ସର୍ବାଧିକ ଜନସଂଖ୍ୟା ,ଭୋଟର ,ଗ୍ରାମ , ପଞ୍ଚାୟତ, ବଜାର, ଡାକ୍ତରଖାନା ଓ ବ୍ୟବସାୟୀକ ପ୍ରତିଷ୍ଠାନ ଯାହାକି ଏକ ତୃତୀୟାଂଶ ହେବ । ସିମୁଳିଆ ବ୍ଲକରେ 22ଟି ପଞ୍ଚାୟତ ଥିବାବେଳେ ଖଇରାରେ ସମୁଦାୟ 37 ଟି ପଞ୍ଚାୟତ ରହିଛି ।
- " class="align-text-top noRightClick twitterSection" data="">
ଇଟିଭି ଭାରତ, ନିମାପଡ଼ା