ETV Bharat / state

5ମ ପ୍ରାର୍ଥୀ ତାଲିକାରେ ଓଡିଶାରେ 18 ପ୍ରାର୍ଥୀ ଦେଲା ବିଜେପି: ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡାରୁ ବୈଜୟନ୍ତ - BJP releases 5th list

author img

By ETV Bharat Odisha Team

Published : Mar 24, 2024, 9:35 PM IST

Updated : Mar 24, 2024, 10:10 PM IST

BJP releases 5th list of candidates: ବିଜେପିର 5ମ ପର୍ଯାୟ ପ୍ରାର୍ଥୀ ତାଲିକାରେ ଖୋଲିଲା ଓଡିଶାର ଖାତା । ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡାରୁ ବୈଜୟନ୍ତ ଓ ଭୁବନେଶ୍ବରରୁ ଅପରାଜିତ । କଟକ ସମେତ 3 ଆସନରେ ଘୋଷଣା ବାକି । ଅଧିକ ପଢନ୍ତୁ

5ମ ପ୍ରାର୍ଥୀ ତାଲିକାରେ ଓଡିଶାରେ 18 ପ୍ରାର୍ଥୀ ଦେଲା ବିଜେପି: ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡାରୁ ବୈଜୟନ୍ତ

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ଆଜି 5ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ପର୍ଯ୍ୟାୟରେ ଦେଶବ୍ୟାପୀ 111 ପ୍ରାର୍ଥୀଙ୍କ ନାମ ଘୋଷଣା ସହ ଓଡିଶାର ଖାତା ମଧ୍ୟ ଖୋଲିଛି ଦଳ । ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆସନରୁ ଲଢିବାକୁ ଯାଉଛନ୍ତି । ସେହିପରି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳ ନିଜ ପାରମ୍ପରିକ ଆସନ କେନ୍ଦ୍ରାପଡାରୁ ଟିକେଟ ଦେଇଛି । ପୂର୍ବଥର ପରି ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ବରରୁ ଓ ବାଲେଶ୍ବରରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ପ୍ରତିଦ୍ବନ୍ଦିତା କରିବେ ।

ସେହିପରି ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ବରଗଡରୁ ପ୍ରଦୀପ ପୁରୋହିତ, ଜଗତସିଂହପୁରରୁ ବିଭୁପ୍ରସାଦ ତରାଇ, କୋରାପୁଟରୁ କାଲେରାମ ମାଝୀ, ଆସିକାରୁ ଅନୀତା ଶୁଭଦର୍ଶିନୀ, କଳାହାଣ୍ଡିରୁ ମାଳବିକା କେଶରୀ ଦେବ, ପୁରୀରୁ ସମ୍ବିତ ପାତ୍ର, ବଲାଙ୍ଗୀରରୁ ସଂଗୀତା ସିଂହଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜରୁ ନବଚରଣ ମାଝୀ, ସୁନ୍ଦରଗଡ଼ରୁ ଜୁଏଲ ଓରାମ ଓ କେନ୍ଦୁଝରରୁ ଅନନ୍ତ ନାଏକ ଟିକେଟ ପାଇଛନ୍ତି । ମୋଟ 18ଟି ପ୍ରମୁଖ ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ 3 ସଂସଦୀୟ କ୍ଷେତ୍ର କଟକ, ଯାଜପୁର ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।

ଏହା ମଧ୍ୟ ପଢନ୍ତୁ :- BJPରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ, ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ - Naveen Jindal Joins BJP

କଟକରୁ ବିଜେଡି 6ଥରର ସାଂସଦ ରହିଥିବା ଭତ୍ତୃହରି ମହତାବ ନିକଟରେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଗତ 3ଦିନ ହେବ ସେ ବିଜେପିରେ ସାମିଲ ହେବା ଚର୍ଚ୍ଚା ଲାଗି ରହିଥିଲେ ସୁଦ୍ଧା ତାଙ୍କ ନିଷ୍ପତ୍ତିରେ ସ୍ପଷ୍ଟତା ଆସନି । ବିଜେପିରେ ଯଦି ଭର୍ତ୍ତୃହରି ସାମିଲ ହୁଅନ୍ତି, ତେବେ ପରବର୍ତ୍ତୀ ପର୍ଯ୍ୟାୟରେ କଟକରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ସର୍ବାଧିକ ଚର୍ଚ୍ଚାରେ ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକସଭା ପ୍ରତିଦ୍ବନ୍ଦ୍ବିତା । ସେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ଲଢିବା ନେଇ ଅନୁମାନ କରାଯାଉଥିଲା, ଯାହା ଆଜି ସ୍ପଷ୍ଟ ହୋଇଛି । ଧର୍ମେନ୍ଦ୍ର ମଧ୍ୟ ଟ୍ବିଟ କରି ଦଳକୁ ଧନ୍ୟବାଦ ଦେଇଛନ୍ତି । ଆଜି ବିଜେପି 5ମ ପ୍ରାର୍ଥୀ ତାଲିକାରେ ମୋଟ 92 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥିରେ ଏକାଧିକ କେନ୍ଦ୍ରମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ସାଂସଦଙ୍କ ସମେତ କିଛି ନବାଗତ ସେଲିବ୍ରିଟି ମଧ୍ୟ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 24, 2024, 10:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.