ETV Bharat / state

ସୁନ୍ଦରଗଡ଼ ରାଜନୀତି ପାଣିପାଗ: ଡବଲ ହ୍ୟାଟ୍ରିକ ଆଶାରେ ଜୁଏଲ, ଦିଲ୍ଲୀପ କହିଲେ ଏଥର ପରିବର୍ତ୍ତନ ନିଶ୍ଚିତ - Lok Sabha Election 2024

author img

By ETV Bharat Odisha Team

Published : Apr 2, 2024, 1:15 PM IST

Election Campaign: ସୁନ୍ଦରଗଡ଼ ଲୋକସଭାକୁ ନେଇ ବଢିଲାଣି ନିର୍ବାଚନୀ ତାତି । ଜୁଏଲ କହିଲେ ଏଥର ଡବଲ ହ୍ୟାଟ୍ରିକ ଏବଂ ଦିଲ୍ଲୀପ କହିଲେ ଏଥର ସୁନ୍ଦରଗଡରେ ନିଶ୍ଚିତ ପରିବର୍ତ୍ତନ । ଅଧିକ ପଢନ୍ତୁ

Election Campaign
Election Campaign
Election Campaign

ରାଉରକେଲା: ସୁନ୍ଦରଗଡ଼ରେ ଜମୁଛି ନିର୍ବାଚନୀ ପ୍ରଚାର । ଲୋକସଭା ଆସନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଉଭୟ ପ୍ରାର୍ଥୀ ଆରମ୍ଭ କରିଦେଇଛନ୍ତି ନିଜ ନିଜର ଶକ୍ତି ପ୍ରଦର୍ଶନ । ବିଶାଳ ରାଲିରେ ବିଜେପି ନିଜର ଦମ ଦେଖାଉଥିବା ବେଳେ ବିଜେଡି ମଧ୍ୟ ଘରେ ଘରେ ବୁଲିବା ଆରମ୍ଭ କରିଦେଲାଣି । ଅନ୍ୟପଟେ ସୁନ୍ଦରଗଡରେ ଏଥର ଡବଲ ହ୍ୟାଟ୍ରିକ ବୋଲି ଜୁଏଲ କହିଥିବା ବେଳେ ସୁନ୍ଦରଗଡରେ ପରିବର୍ତ୍ତନ ନିଶ୍ଚିତ ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ ।

ପାଖେଇ ଆସୁଛି ନିର୍ବାଚନ । ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିଲା ବେଳେ ପଛରେ ରହିଯାଇଛି କଂଗ୍ରେସ । ଜୁଏଲ ଓରାମଙ୍କୁ ଟକ୍କର ଦେବାକୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ଗତ 2 ଥର ସୁନ୍ଦରଗଡରେ ବିଜେପି ଲୋକସଭା ପ୍ରାର୍ଥୀ ଜିତିଥିବା ବେଳେ ଏଥର ଗାଦି ଛଡାଇ ଆଣିବା ପ୍ରୟାସରେ ବିଜେଡି । ନୂଆ ଷ୍ଟାଟେଜି ସହ ଦଳ ବାଛିଛି ଦିଲ୍ଲୀପଙ୍କୁ । ସେପଟେ ଜୁଏଲ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ ରଣନୀତି ନେଇ ରାଉରକେଲା ସହରରେ ବିଜେପି ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ବସିଛି । ପଦ୍ମଶ୍ରୀ ଦିଲ୍ଲୀପ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ସ୍ଥାନରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାରଙ୍କ ବିକାଶର ରୂପରେଖ ଘରେ ଘରେ ପହଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି ଦିଲ୍ଲୀପ ।

ଏହାମଧ୍ୟ ପଢନ୍ତୁ... ରାଉରକେଲାରେ ଜୁଏଲ ଓରାମଙ୍କ ଶକ୍ତି ପ୍ରଦର୍ଶନ, ‘ଏଥର ନିଶ୍ଚିତ ହେବ ବିଜୟ’ - Election Campaign

ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଦୁଇ ହେଭିୱେଟଙ୍କ ମଧ୍ୟରେ କଡା ଲଢେଇ ହେବା ସୁନିଶ୍ଚିତ । ସୁନ୍ଦରଗଡ଼ ସାଂସଦ ଭାବରେ ନିଜର ଅସ୍ତିତ୍ୱ ଜାହିର କରି ପାଞ୍ଚ ଥର ସାଂସଦ ଭାବରେ ବିଜୟୀ ହୋଇ ଜୁଏଲ ଏହାକୁ ନିଜ ଗଡ଼ ଭାବରେ ରାଜୁତି କରୁଛନ୍ତି । କିନ୍ତୁ ଜୁଏଲ ସୁନ୍ଦରଗଡର ବିକାଶ ପାଇଁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସମସ୍ୟାଗୁଡିକ ଜିଲ୍ଲାରେ ଲାଗି ରହିଥିବା ବେଳେ ଏଗୁଡିକୁ ସମାଧାନ କରିବାରେ ଓରାମ ବିଫଳ ହୋଇଛନ୍ତି ବୋଲି ଲୋକେ ଅସନ୍ତୋଷ ଜାହିର କରିଛନ୍ତି ।

ଅନ୍ୟପଟେ ବିଜେଡି ଦିଲ୍ଲୀପଙ୍କୁ ଟିକେଟ ଦେଇ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଥିବା ନେଇ ଚର୍ଚ୍ଚା ହେଉଛି । କାରଣ ନିକଟରେ ହକି ବିଶ୍ୱକପ ଆୟୋଜନ ଏବଂ ହକି ଇଣ୍ଡିଆର ସଭାପତି ଦାୟିତ୍ବରେ ରହି ହକି କ୍ଷେତ୍ରରେ ସୁବିଧା ସୁଯୋଗ ଯୋଗାଇ ଚର୍ଚ୍ଚାରେ ଅଛନ୍ତି ଦିଲ୍ଲୀପ । ସୁନ୍ଦରଗଡରେ ହକି ବିଶ୍ୱକପ ଆୟୋଜନ, ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ ବିଜେଡି ପାଇଁ ଲାଭ ସାବ୍ୟସ୍ତ ହୋଇପାରେ । ଉଭୟ ପ୍ରାର୍ଥୀ ନିଜ ନିଜର ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, 2014ରେ ଜୁଏଲ ବିଜେପିରୁ ଓ ବିଜେଡିରୁ ଦିଲ୍ଲୀପ ତିର୍କୀ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଜୁଏଲଙ୍କୁ ୩ ଲକ୍ଷ ୪୦ ହଜାର ଏବଂ ଦିଲ୍ଲୀପ ତିର୍କୀଙ୍କୁ ୩ ଲକ୍ଷ ୨୧ ହଜାର ଭୋଟ ମିଳିଥିଲା । ମାତ୍ର 18 ହଜାର ଭୋଟରେ ଦିଲ୍ଲୀପ ତିର୍କୀଙ୍କୁ ପରାସ୍ତ କରି ବାଜିମାତ କରିଥିଲେ ଜୁଏଲ ଓରାମ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.