ETV Bharat / state

ଶପଥ ଗ୍ରହଣ ପୂର୍ବରୁ ନିୟମିତ ବେଲ ପାଇଲେ ପ୍ରଶାନ୍ତ ଜଗଦ୍ଦେବ, ପୂର୍ବରୁ ମିଳିଥିଲା ଅନ୍ତରୀଣ ଜାମିନ - BJP MLA Prasanta Kumar Jagadev

BJP MLA Prasanta Kumar Jagadev gets regular bail: ଶପଥ ଗ୍ରହଣ ପୂର୍ବରୁ ନିୟମିତ ବେଲ ପାଇଲେ ପ୍ରଶାନ୍ତ ଜଗଦ୍ଦେବ । ପୂର୍ବରୁ ମିଳିଥିଲା ଅନ୍ତରୀଣ ବେଲ । ଅଧିକ ପଢନ୍ତୁ

ଶପଥ ଗ୍ରହଣ ପୂର୍ବରୁ ନିୟମିତ ବେଲ ପାଇଲେ ପ୍ରଶାନ୍ତ ଜଗଦ୍ଦେବ, ପୂର୍ବରୁ ମିଳିଥିଲା ଅନ୍ତରୀଣ ବେଲ
ଶପଥ ଗ୍ରହଣ ପୂର୍ବରୁ ନିୟମିତ ବେଲ ପାଇଲେ ପ୍ରଶାନ୍ତ ଜଗଦ୍ଦେବ, ପୂର୍ବରୁ ମିଳିଥିଲା ଅନ୍ତରୀଣ ବେଲ (ETV Bharat Odisha)
author img

By ETV Bharat Odisha Team

Published : Jun 12, 2024, 3:28 PM IST

କଟକ: ରାଜ୍ୟରେ ବିଜେପି ସରକାର ଶପଥ ଗ୍ରହଣ ସମାରୋହର କିଛି ଘଣ୍ଟା ପୂର୍ବରୁ ନିୟମିତ ବେଲ ପାଇଲେ ନିର୍ବାଚନୀ ହିଂସା ମାମଲାରେ ଗିରଫ ହୋଇଥିବା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପୂର୍ବରୁ ତାଙ୍କୁ ଅନ୍ତରୀଣ ଭାବେ ତିନି ଦିନିଆ ଜାମିନ ମିଳିଥିଲା । ସେ ଏବେ ବେଲରେ ଅଛନ୍ତି । ଆଜି ତାଙ୍କୁ ହାଇକୋର୍ଟରୁ ନିୟମିତ ବେଲ ମିଳିଥିବା ତାଙ୍କ ଓକିଲ ତଥା ବରିଷ୍ଠ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି ।

ମତଦାନ ଦିନ ବୋଲଗଡ଼ ବ୍ଲକ କାଉଁରିପାଟଣା 114-ନଂ ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଗିରଫ ହୋଇ ଜେଲରେ ଯାଇଥିଲେ । ପରେ ପ୍ରଶାନ୍ତଙ୍କୁ ତିନିଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ସେ ଖୋର୍ଦ୍ଧା ଜେଲରୁ ବାହାରିଥିଲେ । ଖୋର୍ଦ୍ଧାବାସୀ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ସେଦିନ ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ଖୋର୍ଦ୍ଧା ଜେଲ ଆଗରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହ ସହର ପରିକ୍ରମା କରାଇଥିଲେ । ଏହି ଅବସରରେ ତାଙ୍କ ଗିରଫଦାରୀ ଏକ ଚକ୍ରାନ୍ତ କହିବା ସହ ନ୍ୟାୟାଳୟ ଉପରେ ତାଙ୍କର ଭରଷା ଅଛି ବୋଲି କହିଥିଲେ । ଏଥିସହ ଖୋର୍ଦ୍ଧା ମାନଚିତ୍ରରେ ଏକ ବ୍ୟାପକ ପରିବର୍ତ୍ତନ କରି ଖୋର୍ଦ୍ଧାର ବିକାଶ ଶିଖର ଛୁଇଁବ ବୋଲି କହିଥିଲେ ପ୍ରଶାନ୍ତ ।

ଏହା ମଧ୍ୟ ପଢନ୍ତୁ :- ଜେଲରୁ ବାହାରି ନବୀନ-ପାଣ୍ଡିଆନଙ୍କ ଉପରେ ବର୍ଷିଲେ ଜଗଦ୍ଦେବ - prashant jagdev released from jail

ଗତ ମାସ 31 ତାରିଖରେ ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଏନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ କହିଛନ୍ତି, "ଆମେ ବିଭିନ୍ନ କାରଣ ଦର୍ଶାଇ ଏକ ମାସ ପାଇଁ ବେଲ୍ ଆବେଦନ କରିଥିଲୁ । କିନ୍ତୁ କୋର୍ଟ ବିଭିନ୍ନ ବିଷୟକୁ ନେଇ ତର୍ଜମା କରି 3ଦିନ ପାଇଁ ଅନ୍ତରୀଣ ବେଲ୍ ପ୍ରଦାନ କରିଛନ୍ତି । 2ଟି ସର୍ତ୍ତ ଦର୍ଶାଇ ପ୍ରଶାନ୍ତ ଜଗଦେଦେଙ୍କୁ ବେଲ୍ ଦେଇଥିଲେ କୋର୍ଟ । ଆଜି ତାଙ୍କୁ ନିୟମିତ ବେଲ ମିଳିଛି । ସେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଓ କେଭି ସିଂହଦେଓ ଓ ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରା ଭାବେ ଶପଥ ଗ୍ରହଣ କରିବେ । ସେମାନଙ୍କ ସହ କେଉଁମାନେ ସ୍ଥାନ ପାଇବେ ସେ ନେଇ ମଧ୍ୟ ଅପେକ୍ଷା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.