ETV Bharat / state

ରେଗୁଲାର ଜାମିନରେ ଗଲେ ଖୋର୍ଦ୍ଧା ବିଧାୟକ, ପୂର୍ବରୁ ମିଳିଥିଲା ଅନ୍ତରୀଣ ଜାମିନ - MLA Prasanta Kumar Jagadev - MLA PRASANTA KUMAR JAGADEV

BJP MLA Prasanta Kumar Jagadev gets regular bail: ଆଜି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ଜେଏମଏଫସି କୋର୍ଟ ବେଲ ବଣ୍ଡ ସହ ଜାମିନରେ ଖଲାସ କରିଛି । ଅଧିକ ପଢନ୍ତୁ,

Prasanta Kumar Jagadev gets regular bail
Prasanta Kumar Jagadev gets regular bail (ETV Bharat Odisha)
author img

By ETV Bharat Odisha Team

Published : Jun 13, 2024, 8:17 PM IST

ଖୋର୍ଦ୍ଧା: ରେଗୁଲାର ଜାମିନରେ ଗଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବୋଲଗଡ଼ ବ୍ଲକ କାଉଁରିପାଟଣା 114ନଂ ବୁଥରେ ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ହୋଇଥିଲେ। ତେବେ ସେ ତିନିଦିନିଆ ଅନ୍ତରୀଣ ଜାମିନରେ ଯାଇଥିବା ବେଳେ ଗତକାଲି 12 ତାରିଖ ଦିନ ରେଗୁଲାର ବେଲ ମଞ୍ଜୁର କରିଥିଲେ । ଆଜି ବିଧାୟକ ଜଗଦ୍ଦେବ ଖୋର୍ଦ୍ଧା ଜେଏମଏଫସି କୋର୍ଟରେ ହାଜର ହୋଇ ଆବଶ୍ୟକ ବେଲର ଓ ବେଲ ବଣ୍ଡ ସହ ଜାମିନରେ ଖଲାସ ହୋଇଛନ୍ତି । ଜାମିନ ମିଳିବା ପରେ କୋର୍ଟ ପରିସର ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଜଗଦ୍ଦେବ କହିଛନ୍ତି "ଏ ଗିରଫଦାରୀ ଏକ ଚକ୍ରାନ୍ତ ଥିଲା, ମୋର ନ୍ୟାୟାଳୟ ଉପରେ ବିଶ୍ୱାସ ଓ ଭରଷା ଥିଲା, ଧର୍ମର ଜୟ ହୋଇଛି।"

Prasanta Kumar Jagadev gets regular bail (ETV Bharat Odisha)

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଖୋର୍ଦ୍ଧାର ବିକାସ ପାଇଁ ଅନେକ କାମ କରିବାର ଅଛି । ଏପରିକି ପୁରାତନ ଖୋର୍ଦ୍ଧା ଜେଲ ସ୍ଥାନାନ୍ତର ସହିତ ଖୋର୍ଦ୍ଧା କୋର୍ଟକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ପାଇଁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ପାଇକ ସ୍ମାରକୀର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖୋର୍ଦ୍ଧା ଆମନ୍ତ୍ରଣ କରାଯିବ ବୋଲି ଜଗଦ୍ଦେବ କହିଛନ୍ତି । ଏଭଳି ଅନେକ ପ୍ରସଙ୍ଗ ଉପରେ ନିଜର ପ୍ରତିକ୍ରିୟା ରଖି ଜଗଦ୍ଦେବ ଖୋର୍ଦ୍ଧାର ବିକାଶ ଦିଗରେ ନକ୍ସା ପ୍ରସ୍ତୁତ ହୋଇଛି ଏଥିରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ଜଗଦ୍ଦେବ । ଏହି ଅବସରରେ ଜଗଦ୍ଦେବଙ୍କ ଆଇନଜୀବୀ ପ୍ରଭାତ କୁମାର ଦାଶ ଏହି ଗିରଫଦାରୀ ଘଟଣାକୁ ପୋଲିସ ମାଧ୍ୟମରେ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହି ଲଗାଯାଇଥିବା ସମସ୍ତ ଦଫାର ତଥ୍ୟ ପ୍ରମାଣ ନଥିବାରୁ କୋର୍ଟ ବେଲ ମଞ୍ଜୁର କରିଥିବା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଶପଥ ଗ୍ରହଣ ପୂର୍ବରୁ ନିୟମିତ ବେଲ ପାଇଲେ ପ୍ରଶାନ୍ତ ଜଗଦ୍ଦେବ, ପୂର୍ବରୁ ମିଳିଥିଲା ଅନ୍ତରୀଣ ଜାମିନ - BJP MLA Prasanta Kumar Jagadev

ପ୍ରକାଶ ଥାଉ କି, ମତଦାନ ଦିନ ବୋଲଗଡ଼ ବ୍ଲକ କାଉଁରିପାଟଣା 114-ନଂ ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଗିରଫ ହୋଇ ଜେଲରେ ଯାଇଥିଲେ । ପରେ ପ୍ରଶାନ୍ତଙ୍କୁ ତିନିଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ସେ ଖୋର୍ଦ୍ଧା ଜେଲରୁ ବାହାରିଥିଲେ । ଖୋର୍ଦ୍ଧାବାସୀ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ସେଦିନ ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ଖୋର୍ଦ୍ଧା ଜେଲ ଆଗରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହ ସହର ପରିକ୍ରମା କରାଇଥିଲେ । ଏହି ଅବସରରେ ତାଙ୍କ ଗିରଫଦାରୀ ଏକ ଚକ୍ରାନ୍ତ କହିବା ସହ ନ୍ୟାୟାଳୟ ଉପରେ ତାଙ୍କର ଭରଷା ଅଛି ବୋଲି କହିଥିଲେ । ଏଥିସହ ଖୋର୍ଦ୍ଧା ମାନଚିତ୍ରରେ ଏକ ବ୍ୟାପକ ପରିବର୍ତ୍ତନ କରି ଖୋର୍ଦ୍ଧାର ବିକାଶ ଶିଖର ଛୁଇଁବ ବୋଲି କହିଥିଲେ ପ୍ରଶାନ୍ତ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.