ଭୁବନେଶ୍ବର: ଆଜିଠୁ(ସୋମବାର) ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହୋଇଛି । ଏହାପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିଥଲେ । ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିଜେପି ସେନେଇ ଆଲୋଚନା ହୋଇଥିଲା । ଅର୍ପଣ ରଥ, ଓଡ଼ିଆ ଭାଷା ପ୍ରଚାର ନାଁରେ ଅପମାନ, ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ଚାଷୀ ମୃତ୍ୟୁ ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ସକାଳ ସାଢେ ୯ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଏହା ମଧ୍ୟ ପଢନ୍ତୁ-ବିଧାନସଭା ଅଧିବେଶନ: ସରକାରଙ୍କୁ ଘେରିବାକୁ ପ୍ରସଙ୍ଗର ଲମ୍ବା ତାଲିକା ଦେଖାଇଲେ ନରସିଂହ
ବିଧାନସଭାରେ ପରିକ୍ରମା ପ୍ରକଳ୍ପରେ ୪୨୦୦ କୋଟିର ହିସାବ ମାଗିବ ବିଜେପି ବୋଲି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ଅର୍ପଣ ରଥ ବୁଲାଇ ଜଗନ୍ନାଥଙ୍କୁ ଅପମାନ କଥା ବିଧାନସଭାରେ ଉଠାଇବ ବିଜେପି । ରାଜ୍ୟ ସରକାର ନୂଆ ଓ କାର୍ଯ୍ୟକ୍ରମ କରି ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରି ସାରିଲେଣି। ସ୍କୁଲ ଓ କଲେଜ ମାନଙ୍କରେ ଶିକ୍ଷା ବ୍ୟବସ୍ଥାକୁ ଉଜାଡି ସାରିଲେଣି ସରକାର। ମଦ, ନାଚ ଗୀତରେ ପିଲାଙ୍କୁ ସରକାର ମାତାଲ କରିସାରିଲେଣି ବୋଲି କହିଛି ବିଜେପି । ଏହାକୁ ସେନେଇ ଅଧିବେଶନରେ ସରକାରଙ୍କୁ ପ୍ରଶ୍ନ କରିବେ ଦଳୀୟ ବିଧାୟକ ।
ଏହା ମଧ୍ୟ ପଢନ୍ତୁ-ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ଫେବୃଆରୀ 8ରେ ଆସିବ କାମଚଳା ବଜେଟ
ଏହା ଶେଷ ଅଧିବେଶନ ହୋଇଥିବାରୁ ୫ ବର୍ଷର ହିସାବ ବିକାଶ ମାଗିବା ସହ ଏହି ଅଧିବେଶନରେ ସରକାରଙ୍କ ଦୁର୍ନୀତି ଭଷ୍ଟାଚାରର ଚିତ୍ର ଲୋକଙ୍କୁ ଦେଖେଇବୁ ବୋଲି ବିରୋଧୀ ଦଳର ମୁଖ୍ୟସଚେତକ ମୋହନ ମାଝୀ କହିଛନ୍ତି। ସେ କହିଛନ୍ତି " ଏହା ସହ ମଦ ବେପାରୀଙ୍କଠାରୁ ୪୦୦ କୋଟି ଜବତ ଘଟଣା ଆଦିବାସୀ, ମଦ ବିକ୍ରିକୁ ପ୍ରୋତ୍ସାହନ ଯୋଗୁଁ ଅପରାଧ ବୃଦ୍ଧି ପାଇଛି। ଗରିବ, ଚାଷୀଙ୍କୁ ସରକାରଙ୍କ ଶୋଷଣ, ଧାନ ବିକ୍ରି ଅବ୍ୟବସ୍ଥା କଥା ବି ଉଠିବ ବିଧାନସଭାରେ।" ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ, ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିଛନ୍ତି । ଗୃହକୁ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ କରି ଉଭୟ ବିରୋଧୀ ଓ ଶାସକଙ୍କ ସହଯୋଗ ଲୋଡ଼ିଥିଲେ।
ଇଟିଭି ଭାରତ, ଭୁବନେଶ୍ବର