ETV Bharat / state

ରାଜ୍ୟପାଳଙ୍କୁ ଭେଟିଲା ବିଜେପି; ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଧୂଳିସାତ କରିଛନ୍ତି ସରକାର: ମୋହନ ମାଝୀ

author img

By ETV Bharat Odisha Team

Published : Feb 7, 2024, 11:05 PM IST

Updated : Feb 7, 2024, 11:11 PM IST

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଶ୍ରୀମନ୍ଦିର ବିଭ୍ରାଟ ପ୍ରସଙ୍ଗରେ ତଥ୍ୟ ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ବାସ ଉପରେ କୁଠାରାଘାତ କରିବା ସହିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି । ପରିକ୍ରମା ପ୍ରକଳ୍ପ ସମୟରେ ବିଜୁ ଜନତା ଦଳ ପକ୍ଷରୁ ବାରମିଶା ଚାଉଳ ସଂଗ୍ରହ କରାଗଲା । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କୁ ଭେଟିଲା ବିଜେପି; ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଧୂଳିସାତ କରିଛନ୍ତି ସରକାର: ମୋହନ ମାଝୀ
ରାଜ୍ୟପାଳଙ୍କୁ ଭେଟିଲା ବିଜେପି; ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଧୂଳିସାତ କରିଛନ୍ତି ସରକାର: ମୋହନ ମାଝୀ
ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର: ଅର୍ପଣ ରଥ ବୁଲିବା ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ବିଧିବଦ୍ଧ ଯୋଜନା ଥିଲା । ରାଜନୈତିକ ଉଦ୍ଦେଶ୍ୟରେ ଏହା କରିଥିଲେ ବିଜେଡି ସରକାର । ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧି ମହାପାପ କରିଛନ୍ତି ରାଜ୍ୟ ସରକାର । ସେଥି ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଶାସନ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛି । ତେଣୁ ଏ ସମସ୍ତ ବିଭ୍ରାଟ ପାଇଁ ରାଜ୍ୟ ସରକାର ହିଁ ଦାୟୀ । ଏହି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିବାକୁ ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛି ବିଜେପି । ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବୀ କରିଛି ଦଳ ।

ଅଧିକ ପଢନ୍ତୁ- ନଦୀଜଳ ସୁରକ୍ଷା ଦାବି: ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଶ୍ରୀମନ୍ଦିର ବିଭ୍ରାଟ ପ୍ରସଙ୍ଗରେ ତଥ୍ୟ ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ବାସ ଉପରେ କୁଠାରାଘାତ କରିବା ସହିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି । ପରିକ୍ରମା ପ୍ରକଳ୍ପ ସମୟରେ ବିଜୁ ଜନତା ଦଳ ପକ୍ଷରୁ ବାରମିଶା ଚାଉଳ ସଂଗ୍ରହ କରାଗଲା । ତାକୁ ନେଇ ଜଗନ୍ନାଥ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହୋଇଥିଲା । ସଂଗୃହିତ ସେହି ବାରମିଶା ଚାଉଳକୁ ରାଜ୍ୟ ସରକାର ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି । ଏହି ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବକ୍ତବ୍ୟ ପରେ ଶ୍ରୀମନ୍ଦିର ପରିଚାଳନା ସମିତିର ସହମତିରେ ନୁହେଁ ବରଂ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ହୋଇଥିବାର ସ୍ପଷ୍ଟ ହୋଇଥିଲା ।

ସେହିପରି ନୀତି ଅନୁଯାୟୀ ମନ୍ଦିରରେ ସଂଗୃହିତ ବାରମିଶା ଚାଉଳରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିପାରିବ ନାହିଁ । ଏଥି ପାଇଁ କେବଳ ଅରୁଆ ଚାଉଳ ବ୍ୟବହାର କରାଯାଏ ବୋଲି ଶ୍ରୀମନ୍ଦିର ସେବାୟତମାନେ କହିଛନ୍ତି । ତଥାପି ଏ ସମସ୍ତ ବିଷୟକୁ ଅଣଦେଖା କରି ସରକାରୀ ଦଳର ରାଜନୈତିକ ଚାପରେ ଉଷୁନା ଚାଉଳକୁ ମନ୍ଦିରରେ ଭୋଗ ଲଗାଯାଇ ହଜାର ହଜାର ବର୍ଷର ଶ୍ରୀମନ୍ଦିର ନୀତି ଓ ପରମ୍ପରାକୁ ନଷ୍ଟ କରିଛି । ଶ୍ରୀମନ୍ଦିର ପରମ୍ପରାର ବ୍ୟତିକ୍ରମ ଘଟାଇ ଅର୍ପଣ ରଥ ମାଧ୍ୟମରେ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡିର ପ୍ରଚେଷ୍ଟା ଅତ୍ୟନ୍ତ ଲଜ୍ଜାଜନକ ।

ସେହିଭଳି ଅର୍ପଣ ଯାତ୍ରାବେଳେ ଲୋକମାନେ ମନଖୋଲି ଦାନ କରିଥିବା ଟଙ୍କା, ସୁନା, ରୁପା, ଗହଣା ପ୍ରଦାନ କରିଥିଲେ । ସେ ସବୁ ଗଲା କୁଆଡେ ? ସରକାରୀ ଆୟୋଜନରେ କରାଯାଇଥିବା ଅର୍ପଣ ଯାତ୍ରାରେ ସଂଗୃହିତ ହୋଇଥିବା ଅର୍ଥ ପାଇଁ କାହିଁକି ରସିଦ ବ୍ୟବସ୍ଥା କରାଗଲା ନାହିଁ ? ଶ୍ରୀମନ୍ଦିର ପରିଚାଳନା ନିୟମ ଓ ହିନ୍ଦୁ ଦେବତ୍ତୋର ଆଇନ ଅନୁସାରେ ମନ୍ଦିରକୁ ଆସୁଥିବା ପ୍ରତିଟି ଦାନର ରସିଦ ଭକ୍ତମାନଙ୍କୁ ଦେବା ବାଧ୍ୟତାମୂଳକ ହୋଇଥିଲାବେଳେ ଏଭଳି ବ୍ୟତିକ୍ରମ କିଭଳି କରାଗଲା ? ସେହିପରି ନିକଟ ଅତୀତରେ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ତାଙ୍କ ଦ୍ବାରା ମହାପ୍ରସାଦର ସ୍ବାଦକୁ ଜନପ୍ରିୟ କରାଯିବାର ଏକ ହୀନ ପ୍ରୟାସ ମଧ୍ୟ ପଦାକୁ ଆସିଛି । ଯାହା ଅଗଣିତ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଶକ୍ତ ଧକ୍କା ଦେଇଛି । ଶ୍ରୀମନ୍ଦିର ଇତିହାସରେ ଏଭଳି କୁକର୍ମ ନା କେବେ ହେଇଥିଲା ନା ଓଡ଼ିଶାର ଲୋକ କେବେ ଏଭଳି ଦୁଃଖଦ ଖବର ଦେଖିଥିଲେ । ତେଣୁ ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛୁ ବୋଲି ମୋହନ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 7, 2024, 11:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.