ETV Bharat / state

ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବିଜେଡି; ପୁଣି ସିଇଓଙ୍କୁ ଫେରାଦ ହେଲା ବିଜେପି - BJP Complaint Against BJD - BJP COMPLAINT AGAINST BJD

BJP Complaint Against BJD: ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କଲା ବିଜେପି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ଦଳ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 17, 2024, 9:59 AM IST

Updated : Apr 17, 2024, 3:17 PM IST

ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବିଜେଡି

ଭୁବନେଶ୍ବର: ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଶାସକ ଦଳ ବିଜେଡି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ସହ ନିର୍ବାଚନ ସମୟରେ ସର୍ବଦା ଅଶାନ୍ତ ବାତାବରଣ ସୃଷ୍ଟି କରିଥିବା ଅଭିଯୋଗ ଆଣିଲା ଭାରତୀୟ ଜନତା ପାର୍ଟି । ବିଜେଡି ଉପରେ ଦୃଢ କାର୍ଯ୍ୟନୁଷ୍ଟାନ ନେବାକୁ ଦାବି କରି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ।

ତେବେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, "ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ଓଡ଼ିଶାରେ ନବୀନ ବାବୁଙ୍କ ବଦଳରେ ଭିକେ ପାଣ୍ଡିଆନ ସରକାର ଚଳାଉଛନ୍ତି । ଯାଜପୁର ବାରବାଟୀ ବସ୍ ଦୁର୍ଘଟଣାରେ ଆହତଙ୍କୁ ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦଳରେ ଭେଟିଛନ୍ତି ବିଜେଡିର ମୁରବୀ ସାଜିଥିବା ପାଣ୍ଡିଆନ । ରୋଗୀଙ୍କ ଚିକିତ୍ସା ଅପେକ୍ଷା ସରକାରୀ ଅଧିକାରୀମାନେ ପାଣ୍ଡିଆନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିଲେ । ଭିକେ ପାଣ୍ଡିଆନଙ୍କୁ କଡା ସୁରକ୍ଷା ଯୋଗାଇ ଦିଆଯାଇଛି । ଯାହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଙ୍ଘନ କରୁଛି ।"

ସମୀର ମହାନ୍ତି ଏହା ମଧ୍ୟ କହିଛନ୍ତି, "ପାଣ୍ଡିଆନଙ୍କ ସହ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସୁରକ୍ଷା ଯୋଗାଉଥିଲେ । ବିଜେଡିର ଜଣେ ନେତା ଭିକେ ପାଣ୍ଡିଆନଙ୍କ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଯେଉଁ ବ୍ୟବସ୍ଥା କରାଯାଇଥିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ସରକାରୀ ଅଧିକାରୀଙ୍କ ଏଭଳି ଉପସ୍ଥିତି ରାଜ୍ୟରେ ଏକ ସ୍ୱଚ୍ଛ, ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନକୁ ନେଇ ସନ୍ଦେହ ସୃଷ୍ଟି କରୁଛି । ଅଧିକାରୀମାନଙ୍କ ତ୍ରୁଟି ଧରାପଡିଲେ ବିଜେଡି ନେତା ବିବ୍ରତ ଓ ପ୍ରତିକ୍ରିୟାଶୀଳ ହେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ପାଇଁ ପ୍ରଚାର କରୁଛନ୍ତି ଆଶା ଓ ଅଙ୍ଗନାୱାଡି କର୍ମୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ବିଜେପି - BJP MEETs CEO

ସମୀର ଆହୁରି କହିଛନ୍ତି ଯେ, ନିର୍ବାଚନ ସମୟରେ ବିଜେଡି ସର୍ବଦା ଅଶାନ୍ତ ବାତାବରଣ ସୃଷ୍ଟି କରେ । ଭୋଟ ହାତେଇବାକୁ ବିଜେଡି କିଛି ପ୍ରଶାସନିକ ଅଧିକାରୀଙ୍କୁ କର୍ମୀ ଭଳି ବ୍ୟବହାର କରେ । ଡ୍ରାମାବାଜି କରି ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଅଭିଯୋଗ କରେ । ଏହାକୁ ଭଲ ଭାବେ ଓଡିଶାବାସୀ ଜାଣି ସାରିଲେଣି । ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଦିଲୀପ ମଲ୍ଲିକ, ରାଜ୍ୟ ସଂପାଦକ କସ୍ତୁରୀ ମିଶ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଓ ରାଜ୍ୟ ନିର୍ବାଚନ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 17, 2024, 3:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.