ETV Bharat / state

ପାଣ୍ଡିଆନଙ୍କୁ ଶକୁନି ସହ ତୁଳନା କଲେ ନନା, କହିଲେ ଦୁର୍ଯ୍ୟୋଧନ କାହିଁକି ଶକୁନିଙ୍କୁ ବାଛିଲେ - Pratap sarangi targets Naveen Pandian

author img

By ETV Bharat Odisha Team

Published : Jun 6, 2024, 8:16 PM IST

Pratap sarangi targets Naveen & Pandian: ଓଡ଼ିଶାରେ ବିଜେପି ସରକାର ଗଢିବା ପରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରତାପ ଷଡ଼ଙ୍ଗୀ । କହିଲେ ଦୁର୍ଯ୍ୟୋଧନ କାହିଁକି ଶକୁନିଙ୍କୁ ବାଛିଥିଲେ ? ଅଧିକ ପଢନ୍ତୁ

Pratap sarangi
Pratap sarangi (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ବହୁମତ ପାଇ ସରକାର ଗଢିବାକୁ ଯାଉଛି । ଏପଟେ ନବୀନଙ୍କ ଛାଇ ପାଲଟି ଆସୁଥିବା ଭିକେ ପାଣ୍ଡିଆନଙ୍କ ଦେଖାନାହିଁ । ପାଣ୍ଡିଆନ କୁଆଡେ ଗଲେ ଚର୍ଚ୍ଚା ମଧ୍ୟରେ ଆସିଛି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା । ସେ ପାଣ୍ଡିଆନଙ୍କୁ ମହାଭାରତର ଶକୁନି ସହ ତୁଳନା କରିଛନ୍ତି । ବହୁତ ଲୋକ କହିଛନ୍ତି ଦୁର୍ଯ୍ୟୋଧନର ଦୋଷ ନାହିଁ, ଶକୁନିର ସବୁ ଦୋଷ । ତେବେ ଶକୁନିକୁ ବାଛିଥିବା ଲୋକର ସବୁ ଦୋଷ । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ବାଛିଥିବା ବେଳେ ଦୁର୍ଯ୍ୟୋଧନ କାହିଁକି ଶକୁନିଙ୍କୁ ବାଛିଲେ ବୋଲି ସେ ପରୋକ୍ଷରେ ନବୀନଙ୍କୁ ପ୍ରଶ୍ନ କରିଛନ୍ତି ।

Pratap sarangi targets Naveen & Pandian (ETV Bharat Odisha)

ବିଜେଡିର ବିପର୍ଯ୍ୟୟ ପରେ ଏବେ ଏହି ପାୱାରଫୁଲ୍ ନେତା ପାଣ୍ଡିଆନଙ୍କ ପତ୍ତା ମିଳୁନି । ହେଲିକପ୍ଟର ଟୁର୍ ପରେ ଟୁର୍ କରୁଥିଲେ । ନ୍ୟାସନାଲ ଠାରୁ ନେଇ ଲୋକାଲ ସବୁ ଗଣମାଧ୍ୟମରେ ଛାଇ ରହିଥିଲେ । ହେଲେ ଦଳ ହାରିବା ପରେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି । ନିର୍ଵାଚନ ପ୍ରଚାର ସମୟରେ ପାଣ୍ଡିଆନଙ୍କ ଏକ ଡାଇଲଗ ଜୋରଦାର ଭାଇରାଲ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ପାଣ୍ଡିଆନ ଚ୍ୟାଲେଞ୍ଜ କରି କହିଥିଲେ ଯେ, ଯଦି ଜୁନ 9 ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେବେ ତାହେଲେ ସେ ରାଜନୀତିରୁ ସନ୍ୟାସ ନେଇଯିବେ ।

ଏହା ବି ପଢନ୍ତୁ- ଫଳାଫଳ ଅପ୍ରତ୍ୟାଶିତ ନୁହେଁ, ବିଜେପିର ସ୍ବାଭାବିକ ବିଜୟ: ଜୟନାରାୟଣ

ତେବେ ଏହି ପରିପ୍ରେକ୍ଷୀରେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, "ଆତ୍ମରକ୍ଷା ପାଇଁ ଦୁର୍ବଳ ବିତର୍କ ତିଆରି କରିଛନ୍ତି, ତାହା ବାଏଁ ବାଏଁ ଉଡ଼ିଯିବ । ବହୁତ ଲୋକ କହିଛନ୍ତି ଦୁର୍ଯ୍ୟୋଧନର ଦୋଷ ନାହିଁ, ଶକୁନିର ସବୁ ଦୋଷ । ତେବେ ଶକୁନିକୁ ବାଛି ଥିବା ଲୋକର ସବୁ ଦୋଷ । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ବାଛିଥିବା ବେଳେ ଦୁର୍ଯ୍ୟୋଧନ କାହିଁକି ଶକୁନିଙ୍କୁ ବାଛିଲେ । ତେଣୁ ଦୁର୍ଯ୍ୟୋଧନର ଦୋଷ । ଏମିତି ନ୍ୟାରେଟିଭ କରି ଖସିପାରିବ ନାହିଁ ବିଜେଡି ।"

ସେ ଆହୁରି କହିଛନ୍ତି, "ପାଣ୍ଡିଆନଙ୍କୁ କିଏ ଅଧିକାର ଦେଇଥିଲା ? ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ବାଛିଥିଲେ ନାଁ ପାଣ୍ଡିଆନଙ୍କୁ ବାଛିଥିଲେ । ସରକାରୀ ଚାକର ଲୋକଙ୍କୁ ଚାକର ବନେଇବାକୁ ଚେଷ୍ଟା କଲା । ମନ୍ତ୍ରୀ, ବିଧାୟକମାନଙ୍କୁ ଚାକର ଭଳି ବ୍ୟବହାର କଲା । ମୁଖ୍ୟମନ୍ତ୍ରୀ ଏ କଥା ଜାଣିପାରିଲେନି । ମୁଖ୍ୟମନ୍ତ୍ରୀ ନିଜେ ଅଯୋଗ୍ୟ ହୋଇଥିବେ କିମ୍ବା ପାଣ୍ଡିଆନ ସହ ସଲାସୁତୁରା କରିଥିବେ । ଓଡ଼ିଶାରେ ଲୋକତନ୍ତ୍ରର ହତ୍ୟାକାରୀ, ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ, ସତ୍ୟର କଣ୍ଠାରୋଧକାରୀ, ଭ୍ରଷ୍ଟାଚାରର ପାହାଡ ତିଆରି କରିଥିବା ନବୀନ ସରକାର କଳଙ୍କିତ ଖଳନାୟକ ଭାବେ ଚିତ୍ରିତ ହେବେ । ଇତିହାସ ତାଙ୍କର କୋଠାର ମୂଲ୍ୟାୟନ କରିବ ।" ଏଭଳି କଡ଼ା ଭାଷାରେ ସେ ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.