ETV Bharat / state

ଯେତେ ଅପଚେଷ୍ଟା କଲେ ବି କାଲିଠୁ ମୁଁ ପ୍ରଚାରକୁ ଓହ୍ଲାଇବି: ଅନୁଭବ ମହାନ୍ତି - Anubhav Mohanty Press Meet - ANUBHAV MOHANTY PRESS MEET

Anubhav Mohanty Press Meet: କିଛି ଦିନ ତଳେ ଅନୁଭବ ମହାନ୍ତିଙ୍କ ବିରୋଧରେ NBW ଜାରି ହୋଇଥିଲା । ଆଜି ପ୍ରେସମିଟ କରି ଏହା ଉପରେ ପ୍ରତିକ୍ରିୟା ରଖିଥିବା ବେଳେ ବିଜେଡି ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ

Anubhav Mohanty
Anubhav Mohanty (ETV Bharat Odisha)
author img

By ETV Bharat Odisha Team

Published : May 17, 2024, 8:46 PM IST

Updated : May 17, 2024, 9:21 PM IST

ବିଜେପି ଷ୍ଟାର ପ୍ରଚାରକ ଅନୁଭବ ମହାନ୍ତିଙ୍କ ପ୍ରେସମିଟ (ETV Bharat Odisha)

ଭୁବନେଶ୍ବର: ଆଗରୁ ଯେଉଁ ବିଜେଡି ଥିଲା ଆଉ ଏବେର ବିଜେଡି ଭିତରେ ବହୁତ ଫରକ ଅଛି । କାଲି ଠାରୁ ମୁଁ ନିର୍ବାଚନ ପ୍ରଚାରକୁ ଓହ୍ଲାଇବି । ଯେତେ ଅପଚେଷ୍ଟା କଲେ ବି ମୁଁ ପ୍ରଚାରକୁ ଓହ୍ଲାଇବି । ଆଜି (ଶୁକ୍ରବାର) ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ବିଜେପି ନେତା ଅନୁଭବ ମହାନ୍ତି । ବିଜେଡି ଉପରେ ବର୍ଷିଥିବା ବେଳେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇ NBW ଜାରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

'5 ବର୍ଷ ହେବ ନବୀନବାବୁଙ୍କ ଭେଟିପାରିନି': ସାମ୍ବାଦିକ ସମ୍ମିଳନୀରେ ଅନୁଭବ କହିଛନ୍ତି, "୧୧ବର୍ଷ ବିଜୁ ଜନତା ଦଳରେ କାମ କଲି । ଦଳ ଯାହା ଦାୟିତ୍ଵ ଦେଇଛି ତାହା ମୁଁ ସୂଚାରୁରୂପେ କରିଛି । ଓଡ଼ିଶାର ହକ ପାଇଁ ଟେକ ପାଇଁ ସବୁବେଳେ ଚେଷ୍ଟା କରିଛି । ଏବେର ବିଜୁ ଜନତା ଦଳର ଦାୟିତ୍ଵ ନବୀନ ବାବୁ ନେଉନାହାନ୍ତି । ଦୀର୍ଘ ୫ବର୍ଷ ଧରି ତାଙ୍କୁ ଦେଖା କରି ପାରିନାହିଁ । ଫୋନ ବି କରିଛି କଥା ହେବାକୁ ତାହା ବି ସମ୍ଭବ ହେଲା ନାହିଁ । ଯିଏ ଏବେ ତାଙ୍କ ଉତ୍ତରାଧିକାରୀ ଭାବୁଛନ୍ତି, ତାଙ୍କ ସହ ବି କଥା ହେବା ବି କଷ୍ଟ । ମୁଁ ତାଙ୍କ ଆଗରେ କେବେ ମୁଣ୍ଡ ନୁଆଁଇ ନାହିଁ କି ନୁଆଇଁବି ନାହିଁ ।"

'କେନ୍ଦ୍ରାପଡା ଲୋକଙ୍କ ପାଖକୁ ଯିବାକୁ ବିଜେଡି ରୋକିଥିଲା': ଅନୁଭବ ଆହୁରି କହିଛନ୍ତି, "ମୁଁ ବିଜେଡିର ସାଂସଦ ଥିବା ବେଳେ କେନ୍ଦ୍ରାପଡ଼ା ଲୋକଙ୍କ ପାଖକୁ ଯିବାକୁ ଦଳ ମୋତେ ଅଟକାଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋର ଫାଇଲ ଅଟକାଯାଇଥିଲା । କୋଭିଡ ସମୟରେ ବି ଏହା କରାଯାଇଥିଲା । ଦଳ ପକ୍ଷରୁ ମୋତେ କୁହାଯାଇଥିଲା, ଆପଣ ଯାଆନ୍ତୁ ନାହିଁ ଭିଡ଼ ହେବ ଦଳ ବଦନାମ ହେବ ମୋତେ କହିଥିଲେ । ନିର୍ବାଚନ ଜିତିବା ପରେ ଯେବେ ମୁଁ ଯାଏ ବୁଲିବାକୁ ସେତେବେଳେ ବି ଅଟକାଯାଇଥିଲା । ଯେ ଯାହା ଆପଣ ଭଲ କରିବାକୁ ଚାହୁଁଛନ୍ତି ତାହା ଦଳ ବିରୋଧରେ ଯାଉଛି ।"

'ବିବାହ ବିଚ୍ଛେଦ ଯୋଗୁଁ ମୋତେ ଅପରାଧୀ କରିଥିଲା ଦଳ': ଅନୁଭବ ଅଭିଯୋଗ କରି କହିଛନ୍ତି ଯେ ବିଜେଡି ସରକାରଙ୍କର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନ ନାହିଁ । ମୋର ବାପା ୧୬ ବର୍ଷ ଧରି ଦଳ ପାଇଁ ଅସୁବିଧା ଭୋଗିଛନ୍ତି । ସେହିପରି ବିବାହ ବିଚ୍ଛେଦ ଯୋଗୁଁ ମୋତେ ଏକ ଅପରାଧୀ କରି ଦିଆଯାଇଥିଲା । ସରକାରୀ କଳର ଅପବ୍ୟବହାର କରି ମୋ ବିରୁଦ୍ଧରେ ଏବେ ବି କରୁଛନ୍ତି । ଦଳ ମୋତେ ପ୍ରତ୍ୟାଖାନ କଲା । ମୁଁ ଚ୍ୟାଲେଞ୍ଜ କରୁଛି ସେ ଦଳର କେହି କରିପାରିବେନି ।

NBW ଜାରି ନେଇ ରଖିଲେ ପ୍ରତିକ୍ରିୟା: ତିନିଦିନ ତଳେ ମୋ ନାଁରେ ଗୋଟେ NBW ଜାରି କରି ବିଜେପିର ଅଣ୍ଡର କରେଣ୍ଟ ଭାଙ୍ଗିବାକୁ ଚେଷ୍ଟା କରିଛି ସେ ଦଳ । ଯେହେତୁ ମୁଁ ଷ୍ଟାର କ୍ୟାମ୍ପେନରରେ ଥିଲି ଏ ଷଡ଼ଯନ୍ତ୍ର କରାଯାଇଥିଲା । ବାହ୍ୟ ଶକ୍ତି ଆଗରେ ଆମେ ସ୍ୱାଭିମାନକୁ ବିକିବା ନାହିଁ । ମୁଁ ସେବେ ଦଳ ସପକ୍ଷରେ କହୁଥିଲି ଏବେ ବିପକ୍ଷରେ କହୁଛି କାରଣ ସେମାନେ ସେ ଯୋଗ୍ୟ ନୁହନ୍ତି । ଆଉ ଜୁନ ୪ ପରେ ବି ନିଜ ଇଚ୍ଛାରେ ଅନେକ ଲୋକ ଦଳ ଛାଡ଼ିବେ ବୋଲି କହିଛନ୍ତି ଅନୁଭବ ।

ଏହା ବି ପଢନ୍ତୁ- ଅନୁଭବ ମହାନ୍ତିଙ୍କୁ ଆଶ୍ୱସ୍ତି, NBW ଉପରେ ରୋକ ଲଗାଇଲେ ହାଇକୋର୍ଟ

ଇଟିଭି ଭାରତ, ଭୁବନେଶ୍ବର

Last Updated : May 17, 2024, 9:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.