ETV Bharat / state

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ରାଜ୍ୟ ସରକାରଙ୍କ ଘେରିଲା ବିଜେପି - BJP Slams Odisha govt - BJP SLAMS ODISHA GOVT

BJP Slams Odisha govt: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ସ୍ବାସ୍ଥ୍ୟକ୍ଷେତ୍ରରେ କିଛି ଆଖିଦୃଶିଆ କାମ ହୋଇନାହିଁ । ଦାଦନ ଶ୍ରମିକ ସମସ୍ୟା ଭଳି ରାଜ୍ୟରେ ହାଇଟେକ ଦାଦନ ଡାକ୍ତରଙ୍କ ସଂଖ୍ୟା ବଢି ଚାଲିଛି କହିଲେ ବିଜେପି ନେତା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 14, 2024, 9:06 AM IST

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ରାଜ୍ୟ ସରକାରଙ୍କ ଘେରିଲା ବିଜେପି

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ନଂ 1 କହୁଥିବା ବେଳେ ସେଭଳି କିଛି ଆଖିଦୃଶିଆ କାମ ହୋଇନାହିଁ । ଜିଲ୍ଲାସ୍ତରୀୟ ମେଡିକାଲରେ ଗୁରୁତର ରୋଗୀମାନଙ୍କୁ ଭୁବନେଶ୍ଵର ରେଫର କରାଯାଉଛି । ମେଡିକାଲ କଲେଜରେ ଉପକରଣ ଆସୁଛି । କିନ୍ତୁ ସେଗୁଡିକ ବ୍ୟବହାର ନହୋଇ ପଡ଼ିରହିଛି । ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ପାଇଁ ଓଡ଼ିଶାର ଡାକ୍ତରମାନେ ଅନ୍ୟ ରାଜ୍ୟ ତଥା ଦେଶକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି । ଦାଦନ ଶ୍ରମିକ ସମସ୍ୟା ଭଳି ରାଜ୍ୟରେ ହାଇଟେକ ଦାଦନ ଡାକ୍ତରଙ୍କ ସଂଖ୍ୟା ଓ ସମସ୍ୟା ବଢି ଚାଲିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ଡାକ୍ତର ପ୍ରତାପ ପାଣି ।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କହିଛି ଯେ, ଓଡ଼ିଶାର ସରକାରୀ ହସ୍ପିଟାଲଗୁଡିକର ସଠିକ୍ ପରିଚାଳନା କରାଯାଉନାହିଁ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଛି ଆଖିଦୃଶିଆ କାମ ହୋଇନାହିଁ । ସରକାରୀ ଡାକ୍ତରଖାନାରେ ଡାକ୍ତର, ପାରାମେଡିକାଲ ଷ୍ଟାପ୍‌, ଟେକନିସିଆନ ଅଭାବ ରହିଛି ଏବଂ ଏହି ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ । ଯେଉଁ ଡାକ୍ତରଖାନାରେ ମେଡିକାଲ ଯନ୍ତ୍ରାଂଶ ରହିଛି, ସେ ସ୍ଥାନରେ ଟେକ୍ନିସିଆନ କିମ୍ବା ଡାକ୍ତର ନାହାନ୍ତି । ରାଜ୍ୟରେ ୪୭ ହଜାର ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୨୭ ହଜାର ଡାକ୍ତର ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନବୀନ ନିବାସରେ ଷ୍ଟାରଙ୍କ ମେଳିକୁ ନେଇ ରାଜନୀତି, ବିଜେପିର ପ୍ରଶ୍ନ କଳାକାରଙ୍କ ପାଇଁ ସରକାର କ'ଣ କରିଛନ୍ତି - BJP Criticized BJD

ରାଜ୍ୟର ସର୍ବବୃହତ ମେଡିକାଲ କଲେଜ କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ରୋଗୀମାନେ ପାନୀୟ ଜଳ ପାଇଁ ହାହାକାର ହେଉଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ରୋଗୀଙ୍କ ସଂଖ୍ୟା ବଢୁଛି । ସରକାରଙ୍କ ଅପାରଗତା କାରଣରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ବିଏସକେୱାଇ କାର୍ଡରେ ଚେକ୍ ଆଣ୍ଡ ବାଲାନ୍ସ ନାହିଁ କି କିଛି ଅଡିଟ ନାହିଁ । ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ବିଏସକେୱାଇ କାର୍ଡ କାମ କରୁନି । ସେହିପରି ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ମାତ୍ର ୧୩ଟି ମେଡିକାଲ କଲେଜ ରହିଛି ।

ଏହାପରେ ବି ମୁଖ୍ୟମନ୍ତ୍ରୀ କହୁଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ବିଶ୍ୱର ନମ୍ବର ୱାନ । ତାହାଲେ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଜିଲ୍ଲାସ୍ତରୀୟ ମେଡିକାଲରୁ ଗୁରୁତର ରୋଗୀମାନଙ୍କୁ ଭୁବନେଶ୍ୱରକୁ କାହିଁକି ଏୟାରଲିପ୍ଟ କରାଯାଉଛି ବୋଲି ପ୍ରଶ୍ନ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.