ETV Bharat / state

ବିଜେଡିର ନିମାପଡା ଚିନ୍ତା, ମିଶନଶକ୍ତିର କର୍ମଚାରୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥିନୀ - odisha election

author img

By ETV Bharat Odisha Team

Published : May 28, 2024, 9:37 AM IST

Mission Shakti workers distributing cash: ଭୋଟ ପ୍ରଭାବିତ କରିବାକୁ ଟଙ୍କା ବାଣ୍ଟୁଛନ୍ତି ମିଶନଶକ୍ତି କର୍ମଚାରୀ । ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥିନୀ ପ୍ରଭାତୀ ପରିଡା । ଅଧିକ ପଢନ୍ତୁ

DISTRIBUTING CASH FOR VOTE
DISTRIBUTING CASH FOR VOTE (ETV BHARAT ODISHA)

ନିମାପଡା: ଜୁନ1 ତାରିଖରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ । ଜନତାଙ୍କୁ ନିଜ ସପକ୍ଷରେ କରିବାକୁ ମିଶନ ଶକ୍ତିରେ କାର୍ଯ୍ୟରତ କର୍ମଚାରୀ ମାନେ ଟଙ୍କା ବାଣ୍ଟୁଥିବା ଅଭିଯୋଗ । ପୁରୀ ଜିଲ୍ଲା ଗୋପ ବ୍ଲକ ନୂଆ ଖୋଲମରା ପଞ୍ଚାୟତରେ ମିଶନ ଶକ୍ତିରେ କାର୍ଯ୍ୟରତ ଏମବିକେ ଜୟନ୍ତୀ ସାହୁ , ସିଆରପି କାବେରୀ ମହାରଣା, ଜିପିଏଲ ସଭାପତି ସବିତା ଖଣ୍ଡୁଆଳ ପ୍ରମୁଖ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରି ବିଜେପି ସମର୍ଥିତ ମହିଳାମାନେ ଟଙ୍କା ଛଡାଇଛନ୍ତି । ମହିଳାମାନଙ୍କୁ ପ୍ରଭାବିତ କରିବା ପାଇଁ ମିଶନ ଶକ୍ତିରେ କାର୍ଯ୍ୟରତ କର୍ମଚାରୀ ପାଖାପାଖି ଅଢେଇ ଲକ୍ଷ ଟଙ୍କା ବାଣ୍ଟିବା ପାଇଁ ନେଉଥିବା ସ୍ଥାନୀୟ ବିଜେପି ପ୍ରାର୍ଥିନୀ ପ୍ରଭାତୀ ପରିଡା ଅଭିଯୋଗ ଆଣିଛନ୍ତି। ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ଏକ ବ୍ୟାଗ ଜବତ କରିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ନୟାଗଡ଼ରେ ଭୋଟ ମାଗିଲେ ନବୀନ, ଅରୁଣ କହିଲେ ‘ମୁଁ ଶ୍ରେଷ୍ଠ ମୁଲିଆ’ - BJD Campaign In Nayagarh

ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟରଙ୍କୁ ମୁଡ଼କୁ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ଦଳ ଅର୍ଥ ପ୍ରଲୋଭାନ କରୁଥିବା ନଜିର ରହିଛି । ନିମାପଡା ନିର୍ବାଚନ ମଣ୍ଡଳୀର ଗୋପ ବ୍ଲକ ନୂଆଖୋଲମରା ପଞ୍ଚାୟତରେ ଭୋଟର ମାନକୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ା । ନୂଆଖୋଲମରା ପଞ୍ଚାୟତର ସିଆରପି ଏମ୍ବିକେ 2 ଲକ୍ଷ 50 ହଜାର ଟଙ୍କା ବାଣ୍ଟୁଥିବା ସମୟରେ ବିଜେପି କର୍ମୀମାନେ ତାଙ୍କୁ କାବୁ କରିଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟଙ୍କା ଥିବା ବ୍ୟାଗ ଜବତ କରିଛି । ପ୍ରଭାତି ପରିଡ଼ା ବ୍ଲକରେ ପହଞ୍ଚି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତେବେ ତଦନ୍ତ କରି ସିଆରପି ଏମ୍ବିକେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଲେ ଧାରଣାରେ ବସିବେ ବୋଲି ବିଜେପି ବିଧାୟକ ପ୍ରାର୍ଥିନୀ ପ୍ରଭାତୀ ପରିଡା କହିଛନ୍ତି ।

ଏମବିକେ ଜୟନ୍ତୀ ସାହୁ , ସିଆରପି କାବେରୀ ମହାରଣା, ଜିପିଏଲ ସଭାପତି ସବିତା ଖଣ୍ଡୁଆଳ ଟଙ୍କା ବିଡା ସହ ଶାଢି ନେଇ ମହିଳାଙ୍କ ନିକଟକୁ ଯାଉଛନ୍ତି । ଭୋଟକୁ ପ୍ରଭାବିତ କରିବା ପାଇଁ ଏପରି କରାଯାଉଛି । ଆମ ପାଖରେ ଫଟୋ ଓ ଭିଡିଓ ମଧ୍ୟ ରହିଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.