ETV Bharat / state

ନିର୍ବାଚନ ପାଖେଇ ଆସୁଛି, ରାଜନୈତିକ ଦଳଙ୍କ ରଣନୀତି ପ୍ରସ୍ତୁତି ଜୋରଦାର

author img

By ETV Bharat Odisha Team

Published : Mar 19, 2024, 9:53 PM IST

Updated : Mar 20, 2024, 3:31 PM IST

Kalahandi Politics: କଳାହାଣ୍ଡିରେ ନିର୍ବାଚନୀ ଉଷ୍ମତା । ବିଜେପି ଓ ବିଜେପିର ଘନଘନ ବୈଠକ । ଅଧିକ ପଢନ୍ତୁ

Kalahandi Politics
Kalahandi Politics
Kalahandi Politics

ଭବାନୀପାଟଣା: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ମଧ୍ୟ ବଢିବଢି ଚାଲିଛି । ବିଭିନ୍ନ ଦଳ ପକ୍ଷରୁ ଗଳିକନ୍ଦିରେ କର୍ମୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେଉଥିବା ଦେଖିବାକୁ ଲାଗିଛି । କଳାହାଣ୍ଡି ଜିଲ୍ଲାରେ ନିର୍ବାଚନୀ ବିଗୁଲ ବାଜି ସାରିବା ପରେ ବିଭିନ୍ନ ଦଳ ଶିବିରରେ ରାଜନୀତି ପାଗ ଭିଡା ଆରମ୍ଭ ହୋଇଯାଇଛି । ପ୍ରମୁଖ ଦଳମାନେ ନିର୍ବାଚନୀ ପ୍ରଚାର ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ।

ଜିଲ୍ଲା ବିଜେପି ପକ୍ଷରୁ ସମସ୍ତ ନିର୍ବାଚନ ମଣ୍ଡଳୀମାନଙ୍କରେ ପର୍ଯ୍ୟାୟ କ୍ରମେ ନିର୍ବାଚନୀ ପ୍ରସ୍ତୁତି ଜୋରଦାର ଜାରି ରହିଥିବା ବେଳେ ଆଜି(ମଙ୍ଗଳବାର) କଳାହାଣ୍ଡି ଜିଲ୍ଲାରେ ବିଜେପିର ପ୍ରସ୍ତୁତି ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ନିର୍ବାଚନୀ ପ୍ରସ୍ତୁତି ବୈଠକରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ବିଧାୟକ ଅନାମ ନାଏକଙ୍କ ସମେତ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ । ଅନ୍ୟପଟେ ଏହି ବୈଠକରେ ବିଜେପିରେ ସାମିଲ ହୋଇଥିବା ପ୍ରାୟ ୮୦ ଜଣ କଂଗ୍ରେସ ଓ ବିଜେଡି କର୍ମୀମାନଙ୍କୁ ଦଳ ପକ୍ଷରୁ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ବିଜେପି ପକ୍ଷରୁ ରାଇସିଁପୁରଠାରୁ ଏକ ବାଇକ ଶୋଭାଯାତ୍ରା ମଧ୍ୟ ଆୟୋଜନ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. 2024 ନିର୍ବାଚନୀ ପ୍ରସ୍ତୁତି: ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପୁଲିସର ଫ୍ଲାଗମାର୍ଚ୍ଚ

ଏନେଇ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର କହିଛନ୍ତି ଯେ, ଆସନ୍ତା ଦିନରେ ବିଜେପି ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକ୍ରମ କରିବା ସହ କଳାହାଣ୍ଡି ଜିଲ୍ଲା ଲୋକସଭା କ୍ଷେତ୍ରରେ ସମସ୍ତ ବିଧାୟକଙ୍କୁ ବିଜୟ କରାଇବା ସହ ସାଂସଦକୁ ବିଜୟ କରି ସଂସଦକୁ ପଠାଇବୁ ।

ସେପଟେ ବିଜେଡି ମଧ୍ୟ ବ୍ଲକ ସ୍ତରରେ କର୍ମୀମାନଙ୍କୁ ନେଇ ବୈଠକ ଆୟୋଜନ କରିବାରେ ଲାଗିଛି । ମହିଳା ସମାବେଶକୁ ବିଜେଡି ଅଧିକ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି । ମହିଳାମାନଙ୍କୁ ନେଇ ବିଜେଡି କାର୍ଯ୍ୟକ୍ରମ ଆୟୋଜନ କରିଛି । ଆଜି (ମଙ୍ଗଳବାର) ଜିଲ୍ଲା ବିଜେଡି ପକ୍ଷରୁ ମାଲ ଗାଁଠାରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ପଟ୍ଟନାୟକଙ୍କ ସମେତ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୁଗାନ୍ତକାରୀ ଯୋଜନା ବିଷୟରେ ଲୋକମାନଙ୍କୁ ଜଣାଇଥିଲେ ନେତାମାନେ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 20, 2024, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.