ETV Bharat / state

ବିଜେଡିକୁ ଫେରିଲେ ରାଜେନ୍ଦ୍ର, ଉତ୍ସାହିତ ଦଳୀୟ କର୍ମୀ - Rajendra Das joins BJD

author img

By ETV Bharat Odisha Team

Published : May 19, 2024, 12:57 PM IST

Rajendra Das joins BJD: ରାଜେନ୍ଦ୍ର ଦାସ ବିଜେଡିରେ ସାମିଲ ପରେ ଉତ୍ସାହିତ କର୍ମୀ । ରାଜେନ୍ଦ୍ରଙ୍କୁ ସ୍ବାଗତ କରିବା ସହ ଜିଲ୍ଲାରେ କଲେ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ

RAJENDRA DAS JOINS BJD
RAJENDRA DAS JOINS BJD (ETV BHARAT ODISHA)

ଭଦ୍ରକ: ବିଜେପି ଛାଡି ଘର ବାହୁଡିଛନ୍ତି ରାଜେନ୍ଦ୍ର ଦାସ । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେଡିକୁ ଫେରିବା ପରେ ଦଳୀୟ ନେତା ତଥା କର୍ମଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ବିଜେଡିରେ ସାମିଲ ହୋଇ ଜିଲ୍ଲାକୁ ଫେରିବା ପରେ ତାଙ୍କୁ ଗତକାଲି ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ବିଜେଡି କର୍ମୀ ସ୍ବାଗତ କରି ସମ୍ବର୍ଦ୍ଧନା ଜଣାଇଥିଲେ । ରାଜେନ୍ଦ୍ରଙ୍କ ବିଜେଡିକୁ ପ୍ରତ୍ୟାବର୍ତ୍ତନ ଦଳୀୟ ପ୍ରାର୍ଥୀ ସଞ୍ଜୟ ଦାସଙ୍କୁ ଚଳିତ ନିର୍ବାଚନରେ ବଳ ଯୋଗାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ଚାନ୍ଦବାଲିର ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ସଞ୍ଜୟଙ୍କୁ ସହଯୋଗ କରିଆସୁଥିବା ବେଳେ ଏବେଠାରୁ ରାଜେନ୍ଦ୍ର ଦାସଙ୍କ ସମର୍ଥନ ବିରୋଧୀଙ୍କୁ ଝଟକା ଦେବ ବୋଲି ଚାରିଆଡେ ଆଲୋଚନା ହେଉଛି ।

ଏହା ମଧ୍ୟ ପଢନ୍ତୁ-ରାଗିଗଲେ ରାଜୁ ! ବିଜେପି ଛାଡି ବିଜେଡିକୁ କଲେ ଆଲିଙ୍ଗନ - Rajendra Das joins BJD

ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ଡାକ୍ତରୀ ଚାକିରି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ତେଣୁ ଜଣେ ଦକ୍ଷ ନେତା ଭାବେ ରାଜେନ୍ଦ୍ର ଦାସ ତାଙ୍କ ପାଇଁ ପ୍ରଚାର ମଇଦାନରେ ସାମିଲ ହେବା ପରେ ଭୋଟ ସଂଖ୍ୟା ବଢିପାରେ । ରାଜେନ୍ଦ୍ର ଦାସ 2009ରୁ 2014 ପର୍ଯ୍ୟନ୍ତ ଧାମନଗର ବିଧାୟକ ରହିଥିଲେ । ପରେ 2022 ମସିହା ଉପନିର୍ବାଚନରେ ଦଳୀୟ ସମର୍ଥନ ମିଳିନଥିବାରୁ ସ୍ୱାଧିନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ପରାଜୟ ବରଣ କରିଥିଲେ । ବିଜେଡି ଦଳ ତାଙ୍କୁ ନିଲମ୍ବିତ କରିଥିଲା । ଯାହାକୁ ନେଇ ରାଜେନ୍ଦ୍ର କିଛି ଦିନ ତଳେ ବିଜେପିରେ ସାମିଲ ହୋଇଥିଲେ ଏବଂ କୌଣସି ନିର୍ବାଚନ ମଣ୍ଡଳୀରେ ତାଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ପାଇଥିଲେ । ଶେଷରେ ସୋର ବିଧାନସଭା ମଣ୍ଡଳୀରେ ଦଳୀୟ ପ୍ରାର୍ଥିତ୍ୱ ପାଇଲେ । ହେଲେ ନାମାଙ୍କନ ପତ୍ର ଦାଖଲ କରିବା ପରେ ପର୍ଶୁରାମ ଧଡାଙ୍କୁ ଦଳୀୟ ସମର୍ଥନ ଦିଆଗଲା । ଏହାପରେ ସେ ବିଜେଡିକୁ ଫେରିଯିବା ନେଇ ଆଶା ପ୍ରକଟ କରିଥିଲେ ।

ଗୁରୁବାର ଦିନ ସେ ପୁଣି ବିଜେଡି ଦଳକୁ ଫେରି ଶଙ୍ଖ ଫୁଙ୍କିଥିଲେ । ବିଜେପି ବିରୋଧରେ ସ୍ୱର ରହିବ ଏବଂ ଧାମନଗର ନିର୍ବାଚନ ମଣ୍ଡଳୀ ସମେତ ଭଦ୍ରକ ଜିଲ୍ଲାର ସମସ୍ତ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଧାମନଗରରେ ଆୟୋଜିତ ଏକ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ରାଜେନ୍ଦ୍ର ମତବ୍ୟକ୍ତ କରିଛନ୍ତି । ଏପରି ସ୍ଥଳେ ରାଜେନ୍ଦ୍ର ଦାସଙ୍କ ସ୍ୱଗୃହ ପ୍ରତ୍ୟାବର୍ତ୍ତନ ନେଇ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳି ଯାଇଛି । ଏଠାରେ ସୂଚନା ଥାଉକି, ପୂର୍ବତନ ଧାମନଗର ବିଧାୟକ ରାଜେନ୍ଦ୍ର ଦାସ ଜଣେ ଦକ୍ଷ ସଂଗଠକ ଏବଂ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ତିହିଡି ବ୍ଲକରେ ମଧ୍ଯ ତାଙ୍କର ଭଲ ପରିଚୟ ରହିଛି । ଏତଦ୍‌ ବ୍ୟତୀତ ଭଦ୍ରକ ଜିଲ୍ଲା ରାଜନୀତିରେ ତାଙ୍କର ମଧ୍ୟ ବେଶ ଦବଦବା ରହିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.